ଆନ୍ତର୍ଜାତୀୟ ଯୁବ ଦିବସ ପାଳନ

ଫୋକସ ପ୍ଲସ(ବ୍ୟୁରୋ)୧୩/୦୮/୨୦୨୨: ଓଡିଶା ମୋ ପରିବାର ତରଫରୁ ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେଡି ଉପସଭାପତି ମଙ୍ଗଳା କିଷାନଙ୍କ ନେତୃତ୍ୱରେ ଦିବଙ୍ଗତ ସମାଜସେବୀ ସମୀର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ସ୍ଥାନୀୟ ଅମର ପ୍ୟାଲେସ ଠାରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ “ଓଡିଶା ମୋ ପରିବାର” ର ମୁଖ୍ୟ ଶ୍ରୀଯୁକ୍ତ ଅରୁପ ପଟ୍ଟନାୟକ ଯୋଗଦାନ କରି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ କରିବା ସହିତ ସ୍ବର୍ଗତଃ ସମୀର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ଏବଂ ଏହାପରେ ସମୀର ପ୍ରଧାନଙ୍କ “ଓଡିଶା ମୋ ପରିବାର” ପ୍ରତି ଥିବା ଅବଦାନ ସମ୍ପର୍କରେ ଉପସ୍ଥିତ ଥିବା ସମସ୍ତ ଦଳୀୟ କାର୍ଯ୍ୟକର୍ତା ମାନଙ୍କୁ ନିଜର ବକ୍ତବ୍ୟ ମାଧ୍ୟମରେ ଆଲୋକପାତ କରିଥିଲେ।ଉକ୍ତ ରକ୍ତ ଦାନ ଶିବିରରେ ଦିବଙ୍ଗତ ଯୁବ ସମାଜସେବୀ ସମୀର ପ୍ରଧାନଙ୍କର ସ୍ମୃତିରେ ୩୯୦ ଜଣ ରକ୍ତଦାତା ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।ସମସ୍ତ ରକ୍ତଦାତାଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଏବଂ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର, ବିରାମିତ୍ରପୁର, ଲାଠିକଟା, ବିରକେରା, ସୁନ୍ଦରଗଡ଼ ଆଦି ସ୍ଥାନରୁ ବହୁ ସମାଜସେବୀ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ଏକ ସର୍ଵଧର୍ମ ସଭା ଅନୁଷ୍ଠିତ ହୋଇଥିଲା ଯେଉଁଥିରେକି ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ବେଦ,ଗୁରୁଗ୍ରନ୍ଥ,ବାଇବେଲ ଏବଂ କୋରାନ ପାଠ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ପରିବେଷଣ ଦ୍ୱାରା ପରିବେଶ ଏକ ଆଧ୍ୟାତ୍ମିକ ରୂପ ନେଇଥିଲା।କାର୍ଯ୍ୟକ୍ରମର ସଂଯୋଜକ ରବୀନ୍ଦ୍ର ପ୍ରଧାନ ଓ ବିଶ୍ୱପ୍ରକାଶ ବେହେରା, ବିଭୁତି ଭୂଷଣ ଦାସ, ରବି ବସ୍ତିଆ, ଜିତୁ ଦାସ, ସତ୍ୟ ଦାସ, ଏବଂ ବହୁ ନାରୀ ନେତ୍ରୀଙ୍କ ସମେତ ଅନ୍ୟ ଭୁବନେଶ୍ୱରରୁ ଆସିଥିବା କର୍ପୋରେଟର ଅମରେଶ ଜେନା, ସୁନ୍ଦରଗଡ ପୂର୍ବତନ ବିଧାୟକ ଯୋଗେଶ ସିଂ, ରୁଦ୍ର ସାମନ୍ତରାୟ, ଦେବୀ ପ୍ରସାଦ ନନ୍ଦ, ରାମନାଥ ସାମନ୍ତରାୟ, ନରେନ ସାହୁ, ପ୍ରତାପ କୁମାର ସାହୁ, ଗୁରୁ ଚରଣ ସାହୁ, ରାଜକିଶୋର ସାହୁ, ରାଜଦୀପ୍ତ ବଡ଼ଜେନା, ଉମାନାଥ ମିଶ୍ର, ଶିବ ସୁଆର, କାମାକ୍ଷା ପାଲ, ବିବେକ ସ୍ୱାଇଁ, କୁନା ବିହାରୀ ଦାସ, କୁନ୍ତୀ ପ୍ରଧାନ(ଜିଲ୍ଲା ପରିଷଦ ଅଧ୍ୟକ୍ଷ), କମଳ ଲାକ୍ରା(ଜିଲ୍ଲା ପରିଷଦ ଉପାଧ୍ୟକ୍ଷ), ଭୁବନୁ କୁଜୁର, ଗଙ୍ଗା ମିଞ୍ଜ, ସରପଞ୍ଚ ରବି ତିର୍କୀ, ସଦ୍ଦାମ, ନଦୀମ, ଇଂତୀୟାଜ, ମହମ୍ମଦ ବାଜିର,ସୁଶୀଳା ଟପ୍ପୋ, ରାମ କୁଜୁର, ବସନ୍ତ ଟପ୍ପୋ, ଲଷ୍ମୀଧର ବେରା,ସୁଜିତ ଦାସ, ଦୀପକ ଦୁବେ, ଆଲୋକ ସାମଲ, ଶଶିକାନ୍ତ ସିଂ, ସନ୍ତୋଷ ଲାଲ, ଦାଶରଥି ସେଠି, ଅଖିଲେସ ଦାସ, ଭିମା ମୁଖୀ, ବିପୁଲ ସିଂ, ରାକେଶ ଜେନା, ବିଜୟ ସାହୁ, ଶୁଭାଶିଷ ପଣ୍ଡା ଏବଂ ଅମରେଶ ପଣ୍ଡା ଯୋଗଦାନ କରି କାର୍ଯ୍ୟକ୍ରମ ସଫଳ ରୂପାୟନ କରିଥିଲେ।

Leave a Reply

Your email address will not be published. Required fields are marked *