ଆବାସ ଯେଜନାରୁ ବଞ୍ଚିତ ବିଦ୍ୟାଙ୍ଗ

ଫୋକସ ପ୍ଲସ(ଦଶମନ୍ତପୁର)୨୪/୦୮/୨୦୨୨: ଆବାସ ଘର ରୁ ବଞ୍ଚିତ ବିଦ୍ୟାଙ୍ଗ ପରିବାର। ପର ଘରେ ଆଶ୍ରୟ ନେଇ ଦିନ କାଟୁଛନ୍ତି ତିନି କୁଟୁମ୍ବ। ରାସ୍ତା କଡ଼ରେ ସାଇକେଲ୍ ମରାମତି କରି ଦି ପଇସା ରୋଜଗାର କରି ଘର ଚଳୁଛନ୍ତି ଏହି ପରିବାର।ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଏ ମାଲକାନଗିରି ପଞ୍ଚାୟତ ସଦରମହକୁମା ଗାଁ ରେ। ଏହି ଗ୍ରାମରେ ବସବାସ କରନ୍ତି ବିଦ୍ୟାଙ୍ଗ ମଙ୍ଗଳୁ ପାଇକ ଙ୍କ ପରିବାର। ପରିବାର କହିଲେ ସ୍ବାମୀ ସ୍ତ୍ରୀ ଓ ୪ ମାସର ଶିଶୁ କନ୍ୟା କୁ ନେଇ ତାଙ୍କ ଘର ସଂସାର। ଜୀବିକା କହିଲେ ମାସ କୁ ମିଳୁଥିବା ୭୦୦ ଟଙ୍କା ଭତ୍ତା ଓ ୩୫ କେଜି ଚାଉଳ। ହେଲେ ସେତିକି ରେ ଘର ଚଳିବାରେ ଯଥେଷ୍ଟ ନୁହେଁ। ସେ ଭିନ୍ନକ୍ଷମ , ଜନ୍ମ ରୁ ଦୁଇଟି ଗୋଡ଼ ଅଚଳ।‌ ଥାପି ପରିବାର ଚଳାଇବା ଲାଗି ହାର ମାନି ମାହାନ୍ତି ମଙ୍ଗଳୁ । ଗୁରୁଣ୍ଡି ଗୁରୁଣ୍ଡି ବୁଲି ରାସ୍ତା କଡ଼ରେ ସାଇକେଲ୍ ମରାମତି କରନ୍ତି। ସେଥିରେ ଯାହା ଦି ପଇସା ରୋଜଗାର ହେଲେ ତେଲ ଲୁଣ ପନିପରିବା କିଣି କଷ୍ଟେ ମଷ୍ଟେ ପରିବାର ଚଳନ୍ତି । ହେଲେ ଏହି ବିଦ୍ୟାଙ୍ଗ ରିବାର କୁ ନାଁ ରହିଛି ଚାଷ ଜମି, ନାଁ ରହିଛି ଭଲ ଘର ଟିଏ । ଯାହା ଦ୍ଵାରା ରହିବାକୁ ଭଲ ଘର ଟିଏ ନଥିବା ଯୋଗୁଁ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ମଙ୍ଗଳୁ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଦିର୍ଘ ବର୍ଷ ରୁ ଆବାସ ଘର ପାଇଁ ତାଙ୍କ ବିଦ୍ୟାଙ୍ଗ ପ୍ରମାଣ ପତ୍ର ସହ ବ୍ଲକ ପ୍ରଶାସନ କୁ ଦାବି କରି ଆସୁଛନ୍ତି। କେବଳ ସେତିକି ନୁହେଁ ପଞ୍ଚାୟତ ରେ ମଧ୍ୟ ପ୍ରତି ବର୍ଷ ପଲ୍ଲୀ ସଭା ଓ ଗ୍ରାମ ସଭା ରେ ପ୍ରସ୍ତାବ ଗୃହୀତ ହେଉଛି। ହେଲେ ପ୍ରଶାସନ ର ଅବହେଳା ଓ ଜନପ୍ରତିନିଧି ମାନଙ୍କ ଆନ୍ତରିକତା ଅଭାବ ଯୋଗୁଁ ଆମକୁ ଘର ଟିଏ ମିଳୁନାହିଁ । ଫଳରେ ଆମେ ଅନ୍ୟ ଜଣଙ୍କ କୁଡ଼ିଆ ଘରେ ବର୍ଷ ତମାମ ଆଶ୍ରୟ ନେଇ ଆସୁଛୁ ବୋଲି କହଭରା ସ୍ବରରେ କହିଛନ୍ତି। ଏସମ୍ପର୍କରେ ସ୍ଥାନୀୟ ସରପଞ୍ଚ କୁମୁଟି ଜାନୀ କହିଛନ୍ତି ଯେ ତାଙ୍କୁ ୩୫ କେଜି ଚାଉଳ ଓ ଭତ୍ତା ଟଙ୍କା ଦିଆ ଯାଉଛି। କିନ୍ତୁ ସରକାରୀ ନିୟମ ଅନୁସାରେ ତାଙ୍କ ନାମ ଏସି ସି ସି ତାଲିକା ରେ ନାମ ନଥିବା ଯୋଗୁଁ ଆବାସ ଘର ମିଳୁନାହିଁ। ତଥାପି ଘର ପାଇଁ ଚେଷ୍ଟା କରାଯିବ ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ସେ ଜଣେ ଗରିବ ଭିନ୍ନକ୍ଷମ ପରିବାର। କଷ୍ଟରେ ଚଳୁଛନ୍ତି। ପ୍ରଶାସନ ଘର ଖଣ୍ଡେ ଯୋଗାଇ ଦେଲେ ସେମାନେ ଉପକୃତ ହେବେ ବୋଲି ଗ୍ରାମ ର ଭଗବାନ ପେଟିଆ ପ୍ରକାଶ କରିଛନ୍ତି। ତେବେ ପ୍ରଶ୍ନ ଉଠୁଛି ଆବାସ ଯୋଜନା କାହା ପାଇଁ। ଯୋଗ୍ୟ ହିତାଧିକାରୀଙ୍କୁ କାହିଁକି ମିଳୁନି ଆବାସ। ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଏହି ଭିନ୍ନକ୍ଷମ ପରିବାର କୁ ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଦଶମନ୍ତପୁର ବ୍ଲକ ରୁ ହାବିଲ ଡଙ୍ଗ୍ରି ଙ୍କ ରିପୋର୍ଟ ଫୋକସ ପ୍ଳୋସ।

Leave a Reply

Your email address will not be published. Required fields are marked *