ଫୋକସ ପ୍ଲସ 26/5/22(ବେଗୁନିଆପଡା):ଏହି ବ୍ଲକ ଅନ୍ତର୍ଗତ କାଳିମେଘି ପଞ୍ଚାୟତର କାଳିମେଘି ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଦ୍ୱିତୀୟ ଥର ପାଈଁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି |ପୂର୍ବରୁ ପ୍ରଥମ ଥର ପାଈଁ ଆୟୋଜିତ ହୋଇଥିବା ଏହି ଶିବିରରେ ଅନେକ ବୃଦ୍ଧ/ବୃଦ୍ଧା ଙ୍କୁ ମାଗଣାରେ ଚକ୍ଷୁ ଚିକିତ୍ସା କରାଯାଇଥିଲା, ସ୍ୱତ ପ୍ରବୃତ୍ତ ଭାବେ ବହୁ ଚକ୍ଷୁ ରୋଗୀ ଉକ୍ତ ଶିବିରରେ ଉପସ୍ଥିତ ରହି ମାଗଣା ଚିକିତ୍ସା ଲାଭ କରିଥିଲେ |ସେହିଭଳି ଦ୍ୱିତୀୟ ଥର ଲାଗି ଉକ୍ତ ଶିବିର ଆୟୋଜିତ ହୋଇଥିବାରୁ ପ୍ରାୟ 300 ରୁ ଉର୍ଦ୍ଧ ଚକ୍ଷୁ ରୋଗୀ ନିଜର ଚିକିତ୍ସା କରାଇଥିଲେ | କାଲିମେଘି ପଞ୍ଚାୟତ ର ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ଅର୍ଚ୍ଚନା ତ୍ରିପାଠୀ ଙ୍କ ନିର୍ବାଚନ ପ୍ରତିଶୃତି ସହିତ ତାଙ୍କର ସେବା ମନୋଭାବ ଏବେ ସ୍ଥାନୀୟ ଅଂଚଳରେ ବେଶ ଆଦୃତ ଲାଭ କରିଛି | ପଂଚାୟତ ରେ କେହିବି ବୃଦ୍ଧ ମା,ବାପାଙ୍କର ଯେମିତି ଚକ୍ଷୁ ଜନିତ କୌଣସି ଅସୁବିଧା ରହିବ ନାହଁ ସେନେଇ ଏହି ଛୋଟିଆ ପ୍ରୟାସ ବୋଲି କହିଛନ୍ତି ଶ୍ରୀମତୀ ତ୍ରିପାଠୀ |ଗୁରୁବାର ସକାଳୁ ଆରମ୍ଭ ହୋଇଥିବା ଉକ୍ତ ଶିବିରରେ ପଞ୍ଚାୟତର ଅନେକ ସ୍ବେଛାସେବୀ ସ୍ୱତପ୍ରବୃତ୍ତ ଭାବେ ନିୟୋଜିତ ରହି ସେବା ଯୋଗାଇବା ସହିତ ଉପସ୍ଥିତ ଲୋକଙ୍କ ପାଈଁ ଖାଦ୍ୟ ପ୍ରସ୍ତୁତି ଓ ବଣ୍ଟନ ରେ ସହଯୋଗ କରିଥିଲେ | ନିର୍ବାଚନ ପରଠାରୁ ନିଜ ପଞ୍ଚାୟତ କୁ ଏକ ଆଦର୍ଶ ପଂଚାୟତ ଗୁପେ ଗଢି ତୋଳିବା ସହିତ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ର ସମସ୍ୟା ଦୂର କରିବା ପାଈଁ ଅହରହ ପ୍ରୟାସ ଜାରୀ ରହିଥିବା ମଧ୍ୟ ଦେଖିବାକୁ ମିଳିଛି | ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପଞ୍ଚାୟତବାସୀ ଙ୍କୁ ଉତ୍ତମ ସେବା ଯୋଗାଇ ଦିଆ ଯିବାରେ ସରପଞ୍ଚ ଙ୍କ ଉଦ୍ୟମକୁ ପଂଚାୟତବାସୀ ସାଧୁବାଦ ଜଣାଇଛନ୍ତି |ଏହି ଶିବିରରେ ସମିତି ସଭ୍ୟା ଶ୍ରୀମତୀ ନୟନୀ ଗୌଡ଼, ସ୍ୱେଚ୍ଛାସେବୀ ସଂଗଠନ “ବିପଦର ବନ୍ଧୁ” ର ସଦସ୍ୟ ବିଶ୍ଵାମିତ୍ର ତ୍ରିପାଠୀ, ଅମର ଜେନା,ରାଧାଶ୍ୟାମ ଗୌଡ଼, ଶିବାନନ୍ଦ ମହାରଣା,ପ୍ରଫୁଲ କୁମାର ପାଢ଼ୀ, ଯଟେଶ୍ୱର ଦାସ,ତ୍ରିଲୋଚନ ଗୌଡ଼,ବଂଶୀଧର ଜେନା,କାଳୁ ଚରଣ ସାହୁ,ରାଜେନ୍ଦ୍ର ଭୂୟାଁ, ରାମଚନ୍ଦ୍ର ଦାସ,କୁମର ଜେନା ପ୍ରମୁଖ ସହଯୋଗ କରିଥିଲେ |ସଦା ଲୋକଙ୍କ ପ୍ରତି ସେବା ଯୋଗାଇବାକୁ ସଂକଳ୍ପ ନେଇଥିବା ଯୁବ ସମାଜସେବୀ ତଥା ସରପଞ୍ଚ ପ୍ରତିନିଧି ବିଶ୍ଵାମିତ୍ର ତ୍ରିପାଠୀ ଙ୍କ କାର୍ଯ୍ୟଶୈଳୀ କୁ ମଧ୍ୟ ସାଧାରଣରେ ବେଶ ପ୍ରଶଂସା କରାଯାଇଛି |ଏହି ଚକ୍ଷୁ ଚିକିତ୍ସା ଶିବିରରେ ହିଞ୍ଜିଳିକାଟୁ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମେତ ସାଇଟ ସେଭରସ ଇଣ୍ଟେର୍ନେସନାଲ ର ଡାକ୍ତର ଡାକ୍ତର ନଳିନୀ କାନ୍ତ ରାଉତ, ମୋନାଲିସା ଭୋଳ,ସାଗର ପୃଷ୍ଟି, ମୁକେଶ ପାଣିଗ୍ରାହୀ, ମିସ ଟ୍ୱିଙ୍କିଲ,ଇ.ସାକିଲି ପ୍ରମୁଖ ସହଯୋଗ କରିଥିଲେ |