“ଦି କାଶ୍ମୀର ଫାଇଲ୍ସ”ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ମିଳିଲା Y କାଟାଗୋରୀ ସୁରକ୍ଷା। “ଦି କାଶ୍ମୀର ଫାଇଲ୍ସ” ଫିଲ୍ମ ରିଲିଜ ହେବା ପରଠୁ ବିଭିନ୍ନ ଆଡ଼ୁ ବିବେକଙ୍କୁ ଧମକ

ମିଳୁଥିବାରୁ ତାଙ୍କୁ ଯୋଗାଇ ଦିଆଯାଇଛି ଏହି ସୁରକ୍ଷା। Y କାଟାଗୋରୀ ସୁରକ୍ଷାର ପ୍ରୋଟକଲ ଅନୁଯାୟୀ, ସମଗ୍ର ଦେଶରେ ବିବେକ ଯେଉଁଠାକୁ ବି ଯିବେ, ସେଠାରେ ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯିବ ।ଭିଆଇପିଙ୍କୁ ମିଳୁଥିବା ଏହି ସୁରକ୍ଷା ବ୍ୟବସ୍ଥା ଏବେ ବିବେକଙ୍କ ପାଇଁ ଲାଗୁହେବ । ୮ ସୁରକ୍ଷା କର୍ମୀ ସବୁବେଳେ ବିବେକଙ୍କ ସୁରକ୍ଷା ନିମନ୍ତେ ନିୟୋଜିତ ରହିବେ। ୩ ସିଫ୍ଟରେ ୩ ପିଏସଓ ବିବେକଙ୍କୁ ସୁରକ୍ଷା ପ୍ରଦାନ କରିବେ। ତାଙ୍କ ଘର ଆଗରେ ୫ ସଶସ୍ତ୍ର ସୁରକ୍ଷା କର୍ମୀ ନିୟୋଜିତ ହେବେ।

Leave a Reply

Your email address will not be published. Required fields are marked *