ଫୋକସ ପ୍ଲସ 15/4 (ଅନୁଗୁଳ):ଅନୁଗୁଳ ଜିଲ୍ଲାରେ ପ୍ରତି ପଂଚାୟତକୁ ଓଡିଶା ସରକାର ତଥା ଅନୁଗୋଳ ଜିଲ୍ଲାପାଳ ଙ୍କ ନିର୍ଦେଶକ୍ରମେ ଗ୍ରାମୀଣ ପାର୍କ ତିଆରି କରିବାରେ ଆଦେଶ ମିଳି ସାରିବାପରେ ପ୍ରତି ପଂଚାୟତର ସରପଞ୍ଚ ସମେତ ପ୍ରଶାସନିକ ଅଫିସର ମାନେ ପାର୍କ କାର୍ଯ୍ୟ ଦିଗରେ ଆଗେଇ ଚାଲିଛନ୍ତି ବିଗତ ବର୍ଷ ଦିନ ମାନଙ୍କରେ l ପାଲଲହଡା ବ୍ଲକରେ 27 ଟି ପଂଚାୟତ ଥିବାବେଳେ 26 ପଂଚାୟତରେ ପାର୍କ ତିଆରି କାମ ସରିନଥିବା ବେଳେ ଏହାରି ଭିତରେ ବାଦ ବିବାଦରେ ଅନେକ ଗ୍ରାମୀଣ ପାର୍କ, କିନ୍ତୁ 27 ଟି ପଂଚାୟତର 27 ଗ୍ରାମୀଣ ପାର୍କ ମଧ୍ୟରୁ ପରାଛାଟ ପଂଚାୟତର ଗ୍ରାମୀଣ ପାର୍କ ଏବେ ନମ୍ବର 1 ହୋଇ ଠିଆ ହୋଇଛି ରାଜପଥ କଡରେ l ଏହି ସୁନ୍ଦର ଗ୍ରାମୀଣ ପାର୍କ ଟି କେଉଁ ସହରାଞ୍ଚଳ ପାର୍କରୁ ବି କମ ନୁହେଁ, ତାଳଚେର ଠାରୁ ପାଲଲହଡା ଯିବା ରାସ୍ତାର କଣ୍ଟିଆପଶି ମାର୍କେଟ ଛକରେ ପଡେ ଏହି ପାର୍କ, ପ୍ରତିଦିନ ପର୍ଯ୍ୟଟନ ମାନେ ଦୂରଦୂରାନ୍ତର ରୁ ଚାରି ଚକିଆ ଜାନରେ ବୋଲିବାକୁ ଆସିଥାନ୍ତି ପରିବାର ସହ ମଜା ଉଠାଇବାକୁ, ଆମେ ଯଦି ଦୀର୍ଘ ମାସକୁ ଫେରିଯିବା ତେବେ ନିଶ୍ଚୟ ଭାବେ ଏହି ସ୍ଥାନଟି ଏକ ଘଞ୍ଚ ଜଙ୍ଗଲ ପୂର୍ଣ୍ଣ ସ୍ଥାନ ଥିଲା, ଏହାକୁ ତିଆରି କରିବାରେ ପୂର୍ବତନ ସରପଞ୍ଚ ଅଚ୍ୟୁତାନନ୍ଦ ସାହୁ ସମେତ କନିଷ୍ଠ ଯନ୍ତ୍ରୀ ମାରାଣ୍ଡି ଆଜ୍ଞାଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ରହିଛି l ଚତୁର୍ପାଶ୍ୱର କାନ୍ଥ ଭିତରେ ଅନେକ ପଶୁ, ପକ୍ଷୀ, କଣ୍ଢେଇ, ସମେତ ଅନେକ ଚିତ୍ର ଚିତ୍ରିତ ହୋଇଛି ଏବଂ ସ୍ୱତନ୍ତ୍ର, ଫାଟକ ବାହାରେ ଯାହାକି ରାଜପଥ ନିକଟରେ ଅତି ସହଜରେ ଜାଣି ହେଉଥିବା ପାଲଲହଡା ଅଂଚଳର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ, ଏବଂ ସୁନ୍ଦର ସ୍ଥାନକୁ ରଙ୍ଗ ତୋଳି ରଂଗୀତ କରାଯାଇଛି ଯା ଦ୍ଵାରା ପାଲଲହଡା ବ୍ଲକ ଗୋଟେ ବ୍ୟକ୍ତି ଅତି ସହଜରେ ଜାଣି ପାରିବ l