ପୋଲିସ କବ୍ଜାରେ ବେଆଇନ୍ କ୍ଲିନିକ

ଫୋକସ ପ୍ଲସ 27/5/22(ବ୍ରହ୍ମପୁର ): ବ୍ରହ୍ମପୁର ସହରରେ ବର୍ଷ ବର୍ଷ ଧରି ବେଆଇନ୍ ଭାବେ କ୍ଲିନିକ କରି ଲିଙ୍ଗ ନିରୂପଣ କରିବା ସହ ଗର୍ଭସ୍ଥ ମହିଳା ଙ୍କ ଠାରୁ ବେଆଇନ୍ ଭାବେ କନ୍ୟା ଭୃଣ ହତ୍ୟା କରୁଥିବା ଏକ କ୍ଲିନିକ କୁ ଠାବ କରିବା ରେ ସଫଳ ହୋଇଛି ପୋଲିସ। ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ ଆଙ୍କୁଲି ନିକଟରେ ଏକ କ୍ଲିନିକ କରି କିଛି ଦଲାଲ କୁ ସାଥିରେ ନେଇ ଏଭଳି ବେଆଇନ କାର୍ଯ୍ୟକଳାପ ଚଳାଇଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି। ବିଶେଷ ସୂତ୍ର ରୁ ଖବର ପାଇ ପୋଲିସ, ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ମିଳିତ ଚଢାଉ କରି ମୁଖ୍ୟ ଅଭିଯୁକ୍ତ ଦୁର୍ଗାପ୍ରସାଦ ନାୟକ ଙ୍କ ସମେତ 12 ଜଣଙ୍କୁ ଗିରଫ କରିଛି ପୋଲିସ। ଦୁର୍ଗା, ତାଙ୍କ ଶଢୁ ହରି ଦଳାଇ, ଶଳା ଅକ୍ଷୟ ଦଳାଇ ମିଶି ଏହି ରେକେଟର ମୁଖ୍ୟ ଥିଲେ। ଏମନେ ବିଭିନ୍ନ ଘରୋଇ ମେଡିକାଲ, diagnostic ସହ ଯୋଗାଯୋଗ କରି ସେମାନଙ୍କ ଠାରୁ ଅନେକ ଆପତି ଜନକ ସାମଗ୍ରୀ ଜବତ କରାଇଥିବା ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛି।

Leave a Reply

Your email address will not be published. Required fields are marked *