ଫୋକସ ପ୍ଲସ ୨/୬/୨୨(ବଲାଙ୍ଗୀର): ଦିବ୍ୟାଙ୍ଗ ଛୋଟୁ ନାଗ ଙ୍କ ଦୃଢ଼ ମନବଳ ଆଗରେ ସବୁକିଛି ହାର ମାନିଛି । ଘୋଷାରି ଘୋଷାରି ଅଧ କିମି ଯାନ୍ତି ପାଠପଢି, ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ପରିବାର ଲୋକେ ।ବଲାଙ୍ଗୀର ଜିଲ୍ଲା ପାଟଣାଗଡ ର କେନ୍ଦୁମୁଣ୍ଡି ପଞ୍ଚାୟତ ର ତୁଳସୀ ଡୁଙ୍ଗୁରି ଗାଁ ର ଛୁଟା ନାଗ ପିତା ଟିକେଚନ ନାଗ କାମରେ ଦିନ ମଜୁରିଆ ଛୋଟୁ ନାଗ (୬) ଛୋଟୁ ଜନ୍ମ ରୁ ବିକୁଳାଙ୍ଗ ଦୁଇ ଗୋଡ଼ ଅଚଳ ହୋଇଯାଇଛି । ବିକଳାଙ୍ଗ ହୋଇଥିଲେ ବି ଛୋଟୁ ର ମନୋବଳ କେବେ ଭାଙ୍ଗି ଯାଇନି ତାର ଦୃଢ ମନ ଆଗରେ ହାର ମାନିଛି ସବୁକିଛି । ଘୋଷାରି ଘୋଷାରି ଯାନ୍ତି ଅଧ କିମି ଦୂରରେ ଅବସ୍ଥିତ ଗାଁ ସରକାରୀ ବିଦ୍ୟାଳୟ କୁ । ସେ ସରକାରୀ ଯୋଜନା ରେ କେବଳ ବିକଳାଙ୍ଗ ଭତା ପାଉଛନ୍ତି ସ୍କୁଲ ଯିବା ଆସିବା ପାଇଁ ବହୁତ ଅସୁବିଧା ହେଉଥିବା ଦେଖି ବାକୁ ମିଳୁଛି |ସ୍କୁଲ ଅଧ କିଲୋମିଟର ହେବ ତାପାଇଁ ସବୁ ସମୟରେ ଗୋଟିଏ ଲୋକ ଦରକାର ବର୍ଷା ମାସରେ କାଦୁଅ ରାସ୍ତା ଯିବା ଆସିବା ପାଇଁ ବହୁତ କଷ୍ଟ |ପ୍ରଶାସନ ଦୃଷ୍ଟି ଦେଇ ଏକ ହୁଇଲ ଚେୟାର ସାଇକଲ ଯୋଗାଇ ଦେଲେ ଛୋଟୁ ଙ୍କ ସ୍କୁଲ ଯିବା ରେ ବହୁ ସହାୟକ ହୋଇପାରିବ ବୋଲି ଗ୍ରାମବାସୀ ମାନେ ଦାବି କରିଛନ୍ତି ।