ଝାଡ଼ଖଣ୍ଡ -ଝାଡ଼ଖଣ୍ଡ ଦୁମ୍କାରେ ସାଂପ୍ରଦାୟିକ ସଦ୍ଭାବର ଏକ ହୃଦୟକୁ ଛୁଇଁବା ଭଳି ମାମଲା ସାମ୍ନାକୁ ଆସିଛି । ସେଠାକାର ରାନିଶ୍ୱରର ହାମିଦ୍ପୁରରେ ରହୁଥିବା ଜଣେ ମୁସଲିମ ବ୍ୟକ୍ତି ନୌଶାଦ୍ ଶେଖ୍ ଭଗବାନ ଶ୍ରୀକୃଷ୍ଣଙ୍କର ଭବ୍ୟ ମନ୍ଦିର ନିର୍ମାଣ କରାଉଛନ୍ତି । ମନ୍ଦିର ନିର୍ମାଣର କାମ ଅନ୍ତିମ ପର୍ଯ୍ୟାୟରେ ରହିଛି । ଏଥିଲାଗି ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।ଏ ସଂପର୍କରେ ନୌଶାଦ୍ କହିଛନ୍ତି, ୨୦୧୯ରେ ମୁଁ ପଶ୍ଚିମବଙ୍ଗର ମାୟାପୁରୀ ବୁଲିବାକୁ ଯାଇଥିଲି । ଏହି ସମୟରେ ଭଗବାନ ଶ୍ରୀକୃଷ୍ଣ ମୋ’ ସ୍ୱପ୍ନରେ ଆସିଥିଲେ । ଏହାପରେ ମୁଁ ରାନିଶ୍ୱରରେ ଶ୍ରୀକୃଷ୍ଣଙ୍କର ମନ୍ଦିର ବନାଇବା ଲାଗି ଚିନ୍ତା କଲି । ପ୍ରଥମେ ସେଠାରେ ମୁକ୍ତାକାଶ ତଳେ ଠାକୁର ପୂଜା ହେଉଥିବାବେଳେ ମନ୍ଦିର ନିର୍ମାଣ ଲାଗି ମୁଁ ଉଦ୍ୟମରତ ଅଛି । ଇସଲାମ ଧର୍ମରେ ଦୀନଦୁଃଖୀମାନଙ୍କର ସେବା କରିବା ଲାଗି କୁହାଯାଇଛି । ଏହାସହ ସବୁ ଧର୍ମର ସମ୍ମାନ କରିବାକୁ ବି କୁହାଯାଏ । ମୁଁ ତାକୁ ହିଁ କର୍ମରେ ପରିଣତ କରୁଛି । ମନ୍ଦିର ସହ ସେ କୀର୍ତ୍ତନ ମଣ୍ଡପ, ରୋଷେଇ ଘର ଓ ପୁରୋହିତଙ୍କ ଲାଗି ସ୍ୱତନ୍ତ୍ର କୋଠରୀ ବି ତିଆରି କରାଉଛନ୍ତି ।ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଦର୍ଶନ ..