ଫୋକସ ପ୍ଲସ(ପାଟଣାଗଡ଼)୩/୦୯/୨୦୨୨: ଗାନ୍ଧୀଜୀଙ୍କ ଅଂହିସା ପରମ ଧର୍ମ ମହାମନ୍ତ୍ରକୁ ନେଇ ସମଗ୍ର ରାଜ୍ୟରେ ସଚେତନତାର ବାର୍ତ୍ତା ଉଦେଶ୍ୟ ନେଇ ଅହିଂସା ରଥ ବାହାରିଥିବା 15 ଅଗଷ୍ଟ ରୁ 2 ଅକଟୋବର ମଧ୍ୟରେ ବୁଧବାର ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ଗମ୍ଭାରୀ ପଞ୍ଚାୟତ ପରିସରରେ ପହଞ୍ଚିଥିଲା । ଏହି ପରିପ୍ରେକ୍ଷୀରେ ବେଲପଡା ବ୍ଳକ ପ୍ରଶାସନ ପକ୍ଷରୁ ଅଂହିସା ରଥକୁ ଗମ୍ଭାରୀ ଠାରେ ପହଞ୍ଚିବା ପରେ ବେଲପଡା ବିଡିଓ ଭିକଟର ସୋରେନ ରଥକୁ ପୁଷ୍ପମାଲ୍ୟ ଦେଇ ସୁ -ସ୍ବାଗତ କରିଥିଲେ | ଅଙ୍ଗନୱାଡି କର୍ମୀ, ସୁପରଭାଇଜର, ସିଡିପିଓ, କୋମଳମତି ଶିଶୁ, ମିଶନ ଶକ୍ତି କର୍ମୀଗଣ, କିଶୋରୀ ଝିଅ ଏବଂ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଦେଶାତ୍ମକବୋଧ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୂଖ୍ୟ ଅତିଥି ଭାବରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ,ବ୍ଳକ ଅଧ୍ୟକ୍ଷ ସୁଶ୍ରୀ ଟିନା କୁମ୍ଭାର, ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର, ଜିଲ୍ଲା ପରିଷଦ ଜୟ ଧରୁଆ, ତହସିଲଦାର, ପ୍ରୋଗ୍ରେସ ଅପେରଟର ରୁକ୍ମଣ ନାଗ ଏବଂ ଉପଖଣ୍ଡ ସୂଚନା ଅଧିକାରୀ ସଞ୍ଜୀବ ମହାନ୍ତି ମଞ୍ଚାସିନ ଥିଲେ | ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ଶୈଳୀ ଦ୍ୱାରା ଉପସ୍ଥିତ ଦର୍ଶକ ମାନଙ୍କ ହୃଦୟରେ ଦେଶାତ୍ମକବୋଧକ ଭାବନା ଜାଗ୍ରତ ହୋଇଥିଲା !ଦାରିଦ୍ର୍ୟ ଓ ସାମାଜିକ ଅବିଚାର ସବୁଠାରୁ ବଡ଼ ହିଂସା l ଯେ ପର୍ଯ୍ୟନ୍ତ ଦାରିଦ୍ର୍ୟ ରହିଥିବ, ସେ ପର୍ଯ୍ୟନ୍ତ ସ୍ୱାଧୀନତାର ମୂଲ୍ୟ ଅର୍ଥହୀନ l ଦାରିଦ୍ର୍ୟ ଦୂରୀକରଣ ଯେ କୌଣସି ସରକାର ପାଇଁ ସବୁଠାରୁ ବଡ଼ ଆହ୍ୱାନ l ଅହିଂସା ବିନା ଏହା ହାସିଲ କରା ଯାଇ ପାରିବ ନାହିଁ l ପ୍ରଗତି ପାଇଁ ଶାନ୍ତି ଅପରିହାର୍ଯ୍ୟ l ଜାତି, ଧର୍ମ ବର୍ଣ ଭିତ୍ତିରେ ସମାଜକୁ ବିଭକ୍ତ କରୁଥିବା ଶକ୍ତିର ପରାଜୟରେ ହିଁ ପ୍ରକୃତ ପ୍ରଗତି ହାସଲ କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି l ପରେ ପରେ ଏଲଇଡି ଟିଭିକୁ ଦେଖି ଜନସାଧାରଣ ଉପଭୋଗ ନେଇଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ଗମ୍ଭାରୀ ସରପଞ୍ଚ କୁଳମଣି କୁମ୍ଭାର ପରିଚାଳନା କରିଥିବା ସହିତ ବେଲପଡା ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ |
ପାଟଣାଗଡ଼ ରୁ ଗଣେଶ ଦାସ ଙ୍କ ରିପୋର୍ଟ ଫୋକସ ପ୍ଲସ୍।