ଅକ୍ଟୋବର ୯ରେ ଆସିବ ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା 

ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ଦିଆଯିବ । ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିବେ । ସୂଚନା ଅନୁସାରେ ୧୭ ତାରିଖ ଦିନ ସୁଭଦ୍ରା ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଦିନ ୨୫ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା ମିଳିଥିଲା । ଏବେ ଆବେଦନ ୯୨ ଲକ୍ଷ ଟପିଥିବା ବେଳେ ବହୁ ହିତାଧିକାରୀ ପ୍ରଥମ ସୁଭଦ୍ରା କିସ୍ତି ଅପେକ୍ଷାରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *