ଅଖିଳ ଭାରତୀୟ ଖାଦାନ ମଜଦୁର ମହାସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ତାଳଚେର ଠାରେ ଅନୁଷ୍ଠିତ


ତାଳଚେର:ଦୁଇ ଦିନ ଧରି ତାଳଚେର ଉପକଣ୍ଠ ମଙ୍ଗଲମ କ୍ଲବ ଠାରେ ଭାରତୀୟ ମଜଦୁର ସଙ୍ଘର ଔଦ୍ୟୋଗିକ ସଂଗଠନର ୧୦୩ ତମ ରାଷ୍ଟ୍ରୀୟ କାର୍ଯ୍ୟକରିଣୀ ବୈଠକ ଇତି ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଅଛି ମହାସଂଘର ସଭାପତି ଟିକେଶ୍ୱର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ, ମହାସଂଘ ପ୍ରଭାରୀ କେ. ଲକ୍ଷ୍ମାରେଡି, ରାଷ୍ଟ୍ରୀୟ ସମ୍ପାଦକ ବିଏମସଏସ ଶ୍ରୀ ସୁରେନ୍ଦ୍ର ପାଣ୍ଡେ, ଭାରତୀୟ ମଜଦୁର ସଙ୍ଘ ଓଡ଼ିଶା ପ୍ରଦେଶ ସାଧାରଣ ସମ୍ପାଦକ ବିନୟ ତ୍ରିପାଠୀ, ଓ ମହାସଂଘ ସାଧାରଣ ସମ୍ପାଦକ ସୁଧୀର ଘୁରଡେ ପ୍ରମୁଖ ଉପସ୍ଥିତ ରହି କୋଇଲା ଖଣି ଓ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ବିଧିବଦ୍ଧ ଆଲୋଚନା କରିଥିଲେ। ଦୁଇଦିନ ଧରି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ କୋଇଲା ଖଣି ଭବିଷ୍ୟନିଧି ଦ୍ୱାରା ଦିୱାନ ହାଉସିଂ ଫାଇନାନ୍ସ ସଂସ୍ଥାରେ ବୁଡି ଯାଇଥିବା କୋଟି କୋଟି ଟଙ୍କା ଫେରସ୍ତ ଉପରେ ସଂଗଠନ ପକ୍ଷରୁ ସବୁ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ହଜାର ହଜାର କୋଟି ଟଙ୍କା ଫେରସ୍ତ ଲାଗି ସବୁ ପ୍ରକାର ପ୍ରୟାସ ହେବ। କୋଇଲା ଶ୍ରମିକ ମାନଙ୍କ ବହୁ ପ୍ରତୀକ୍ଷିତ ୧୧ ତମ ବେତନ ଚୁକ୍ତିନାମାକୁ ବିଳମ୍ବରେ ହେଲେ ମଧ୍ୟ ଶ୍ରମିକ ମାନଙ୍କ ହିତ ସାଧନ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆ ଯିବା ସହିତ ପୂର୍ବ ଚୁକ୍ତିନାମା ଠାରୁ ଅଧିକ ଆକର୍ଷଣୀୟ କରିବା ପାଇଁ ସଙ୍ଘ ପ୍ରତିବଦ୍ଧ।
ଅପରପକ୍ଷରେ କୋଇଲା ଖଣିରେ କାର୍ଯ୍ୟରତ ଲକ୍ଷାଧିକ ଠିକା ଶ୍ରମିକ ମାନଙ୍କୁ ହାଇ ପାୱାର କମିଟି ଅନୁମୋଦିତ ବେତନ ପ୍ରଦାନ ଉପରେ ହେଉଥିବା ଅନିୟମିତତା ଉପରେ ସଙ୍ଘ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ, ଠିକା ଶ୍ରମିକ ମାନଙ୍କ ସାମାଜିକ ସୁରକ୍ଷା ଅନ୍ତର୍ଗତ ସାମିଲ କରିବା ଓ ସାମାଜିକ ସୁରକ୍ଷା ଯୋଗେଇଦେବା ଉପରେ ମହାସଂଘ କୋଇଲା ପ୍ରବନ୍ଧନ ଉପରେ ଚାପ ପ୍ରୟୋଗ କରିବା ସହିତ ଆଗାମୀ ଯେବିସିସିଆଇ ରେ କଥା ଉଠେଇବ। ଅଦ୍ୟାବଧି ଠିକା ଶ୍ରମିକ କୁ କମ୍ପାନୀ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଥିବା ବେଳେ ସେମାନଙ୍କ ପରିବାର ବର୍ଗ ଚିକିତ୍ସା ଓ ପିଲାମାନେ କମ୍ପାନୀ ବିଦ୍ୟାଳୟରେ ପାଠପଢ଼ିବା ବିଷୟ ଉପରେ କୋଲଇଣ୍ଡିଆରେ ନୀତିଗତ ନିର୍ଣ୍ଣୟ ନିମନ୍ତେ ଚାପ ପ୍ରୟୋଗ ହେବ।ତାଳଚେରରେ ଅନୁଷ୍ଠିତ ଦୁଇ ଦିନିଆ ବୈଠକରେ କୋଲଇଣ୍ଡିଆ ର ୮ ଆନୁଷଙ୍ଗିକ କମ୍ପାନୀରୁ ୭୫ ଜଣ ପ୍ରତିନିଧି ଭାଗ ନେଇଥିବା ବେଳେ ନଭେଲି ଲିଗନାଇଟ କର୍ପୋରେସନ ରେ କାର୍ଯ୍ୟରତ ୟୁନିୟନର୨ଜଣ ପ୍ରତିନିଧିମାନେ ମଧ୍ୟ ଭାଗ ନେଇଥିଲେ। ସର୍ବଶେଷରେ ମହାସଂଘ ପ୍ରଭାରୀ ଲକ୍ଷ୍ମା ରେଡ଼ି ସଂଗଠନ କୁ ସୁଦୃଢ଼ କରିବା ପାଇଁ ମିଳିମିଶି କାର୍ଯ୍ୟ କରିବା ସହି।।ଏହି ଦୁଇ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକ୍ରମକୁ ସଫଳତାରେ ସହିତ, ତାଳଚେର କୋଇଲାଖଣି ମଜଦୁର ସଙ୍ଘ ଆୟୋଜିତ କରିଥିବା ସମୟରେ ଏହାର ନେତୃତ୍ୱ ନେଇଥିଲେ ଏମସିଏଲ ପ୍ରଭାରୀ ଅରୁଣ ପ୍ରଧାନଏବଂ କୋ ।

Leave a Reply

Your email address will not be published. Required fields are marked *