ଅଗଷ୍ଟ ମାସରେ ୧୮ ଦିନ ବନ୍ଦ ରହିବ ବ୍ୟାଙ୍କ, RBI ଦେଲା ସୂଚନା

ଫୋକସ ପ୍ଲସ (ନୂଆଦିଲ୍ଲୀ) ; ଆଜି ଜୁଲାଇ ମାସ ଶେଷ ହେବାକୁ ଯାଉଥିବା ବେଳେ ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଯାଉଛି ଅଗଷ୍ଟ ମାସ l ସ୍ୱାଧୀନତା ଦିବସ ସମେତ ଅନେକ ପର୍ବପର୍ବାଣୀ ହେବାକୁ ଯାଉଛି ଏହି ଅଗଷ୍ଟ ମାସରେ  । ଯଦି ଆସନ୍ତା ଅଗଷ୍ଟ ମାସରେ ବ୍ୟାଙ୍କ ସହିତ ଜଡିତ ଆପଣଙ୍କର କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ରହୁଛି , ତେବେ ଜାଣି ରଖନ୍ତୁ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ । କାରଣ ଅଗଷ୍ଟ ମାସରେ ସର୍ବମୋଟ ୧୮ ଦିନ ବନ୍ଦ ରହିବ ବ୍ୟାଙ୍କ୍‌ । ଏହି ଜୁଲାଇ ମାସରେ ୧୪ ଦିନ ବ୍ୟାଙ୍କ୍‌ ବନ୍ଦ ଥିବା ବେଳେ ଅଗଷ୍ଟ ମାସରେ ୧୮ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ । ଅଗଷ୍ଟ ମାସର ସାପ୍ତାହିକ ଛୁଟି ପାଇଁ ବ୍ୟାଙ୍କ ୫ ଦିନ ବନ୍ଦ ରହିବା ସହ ପର୍ବପର୍ବାଣୀ ପାଇଁ ୧୩ ଦିନ ବ୍ୟାଙ୍କ ବନ୍ଦ ରହିବ ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଏହି ଅଗଷ୍ଟ ମାସର ବନ୍ଦ ତାଲିକା ପ୍ରଦାନ କରାଯାଇଛି । ପ୍ରତ୍ୟେକ ମାସର ଛୁଟି ପାଇଁ ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରେ ଆରବିଆଇ , ଯେଉଁଥିରେ ମାସ ଯାକର ସମ୍ପୂର୍ଣ୍ଣ ଛୁଟି ତାଲିକା ଥାଏ । ଅଗଷ୍ଟ ମାସରେ ରାକ୍ଷୀ ପୂର୍ଣ୍ଣିମା, ସ୍ୱାଧୀନତା ଦିବସ, ମହରମ,କୃଷ୍ଣ ଜନ୍ମାଷ୍ଟମୀ ଏବଂ ଗଣେଶ ଚତୁର୍ଥୀ ପରି ଅନେକ ଗଣ ପର୍ବ ରହିଛି, ଯେଉଁଥିରେ ବ୍ୟାଙ୍କଗୁଡିକ ବନ୍ଦ ରହିବ । ଏହା ବ୍ୟତୀତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର, ରବିବାର ସାପ୍ତାହିକ ଛୁଟି ଥିବାରୁ ବ୍ୟାଙ୍କଗୁଡ଼ିକ ମଧ୍ୟ ବନ୍ଦ ରହିବ । ଏହି ସାପ୍ତାହିକ ଛୁଟିଗୁଡ଼ିକୁ ମିଶାଇ ଅଗଷ୍ଟରେ ସର୍ବ ମୋଟ ୧୮ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ସୂଚନା ମିଳିଛି ।

ଯେକୌଣସି ପର୍ବପବାଣୀ ପାଇଁ ବ୍ୟାଙ୍କ ବନ୍ଦ ରହିଲେ ମଧ୍ୟ ଅନଲାଇନ୍ ମୋଡରେ ବ୍ୟାଙ୍କ ସମ୍ବନ୍ଧୀୟ ସଂପୂର୍ଣ୍ଣ କାର୍ଯ୍ୟ କରାଯାଇପାରିବ । ଛୁଟି ଦିନ ମାନଙ୍କରେ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବାର ବ୍ୟବହାର ଉପଲବ୍ଧ ରହିବ । ଏହା ବ୍ୟତୀତ ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଦିନରେ ବ୍ୟାଙ୍କ୍‌ ବନ୍ଦ ରହିବ ।

ଅଗଷ୍ଟ ୧ ତାରିଖରେ : ଦ୍ରୁପକା ସି-ଜେ (ସିକ୍କିମରେ ବ୍ୟାଙ୍କଗୁଡିକ ବନ୍ଦ)
ଅଗଷ୍ଟ ୭ ତାରିଖରେ : ପ୍ରଥମ ରବିବାର (ସାପ୍ତାହିକ ଛୁଟି)
ଅଗଷ୍ଟ ୮ ତାରିଖରେ : ମହରାମ (‘ଜେ ଆଣ୍ଡ କେ ‘ରେ ବ୍ୟାଙ୍କ ବନ୍ଦ)
ଅଗଷ୍ଟ ୯ ତାରିଖରେ : ମହରାମ (ଅଗରତାଲା, ଚେନ୍ନାଇ, ହାଇଦ୍ରାବାଦ, ଜୟପୁର,ବେଙ୍ଗାଲୁରୁ, ଭୋପାଳ , ନୂଆଦିଲ୍ଲୀ, ପାଟନା, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର,ଅହମ୍ମଦାବାଦ, ଆଇଜଲ୍, ବେଲାପୁର, ରାୟପୁର ଏବଂ ରାଞ୍ଚିରେ ବ୍ୟାଙ୍କ୍‌ ବନ୍ଦ)
ଅଗଷ୍ଟ ୧୧ ତାରିଖରେ : ରାକ୍ଷୀ ପୂର୍ଣ୍ଣିମା (ସବୁସ୍ଥାନରେ ଛୁଟି ଦିନ )
ଅଗଷ୍ଟ ୧୨ ତାରିଖରେ : ରାକ୍ଷୀ ପୂର୍ଣ୍ଣିମା (କାନପୁର-ଲକ୍ଷ୍ନୌରେ ବ୍ୟାଙ୍କ ବନ୍ଦ)
ଅଗଷ୍ଟ ୧୩ ତାରିଖରେ : ଦ୍ୱିତୀୟ ଶନିବାର (ସାପ୍ତାହିକ ଛୁଟି)
ଅଗଷ୍ଟ ୧୪ ତାରିଖରେ : ରବିବାର (ସାପ୍ତାହିକ ଛୁଟି)
ଅଗଷ୍ଟ ୧୫ ତାରିଖରେ : ସ୍ୱାଧୀନତା ଦିବସ( ଦେଶବ୍ୟାପି ସର୍ବଶ୍ରେଷ୍ଠ ଗଣ ପର୍ବ)
ଅଗଷ୍ଟ ୧୬ରେ : ପାର୍ସୀ ନୂତନ ବର୍ଷ (ନାଗପୁର- ମୁମ୍ବାଇରେ ବ୍ୟାଙ୍କ ବନ୍ଦ)
ଅଗଷ୍ଟ ୧୮ ତାରିଖରେ : ଜନ୍ମାଷ୍ଟମୀ ( ଗଣ ପର୍ବ )
ଅଗଷ୍ଟ ୧୯ରେ : ଜନ୍ମାଷ୍ଟମୀ / କୃଷ୍ଣ ଜୟନ୍ତୀ (ଅହମ୍ମଦାବାଦ, ଜୟପୁର, ଜମ୍ମୁ, ପାଟନା, ଚେନ୍ନାଇ, ଗ୍ୟାଙ୍ଗଟକ, ରାୟପୁର,ଭୋପାଳ, ଚଣ୍ଡିଗଡ଼, ରାଞ୍ଚି, ଶିଲୋଙ୍ଗ, ଶିମଲା, ଶ୍ରୀନଗରରେ ବ୍ୟାଙ୍କ ବନ୍ଦ)
ଅଗଷ୍ଟ ୨୦ତାରିଖରେ : କୃଷ୍ଣ ଅଷ୍ଟମୀ (ହାଇଦ୍ରାବାଦରେ ବ୍ୟାଙ୍କ ବନ୍ଦ )
ଅଗଷ୍ଟ ୨୧ ତାରିଖରେ : ରବିବାର (ସାପ୍ତାହିକ ଛୁଟି)
ଅଗଷ୍ଟ ୨୭ ତାରିଖରେ : ଚତୁର୍ଥ ଶନିବାର (ସାପ୍ତାହିକ ଛୁଟି)
ଅଗଷ୍ଟ ୨୮ ତାରିଖରେ : ରବିବାର (ସାପ୍ତାହିକ ଛୁଟି)
ଅଗଷ୍ଟ ୨୯ ତାରିଖରେ : ଶ୍ରୀମନ୍ତ ଶଙ୍କରଦେବ ତିଥି (ଗୁଆହାଟି)
ଅଗଷ୍ଟ ୩୧ ତାରିଖରେ : ଗଣେଶ ଚତୁର୍ଥୀ(କର୍ଣ୍ଣାଟକ,ମହାରାଷ୍ଟ୍ର,ଗୁଜୁରାଟ,ମୁମ୍ବାଇରେ ବ୍ୟାଙ୍କ ବନ୍ଦ)

Leave a Reply

Your email address will not be published. Required fields are marked *