ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ପାଉଁଶ

ଫୋକସ ପ୍ଲସ 6/3/2023(ବନ୍ତ): ବନ୍ତ ତହସିଲ ଅନ୍ତର୍ଗତ ଗଭରପୁର ଗାଁରେ ଅଗ୍ନିକାଣ୍ଡ ଘଟି ୫ବଖରା ଭସ୍ମୀଭୂତ ହୋଇଛି l ଘଟଣାରୁ ପ୍ରକାଶ ଗ୍ରାମର ପଞ୍ଚାନନ ବିଶ୍ଵାଳଙ୍କର ପ୍ରଥମେ ଚାଳଛପର ଘରେ ନିଆଁ ଲାଗିଥିଲା ଗ୍ରାମବାସୀ ମାନେ ନିଆଁ ଲାଗିଥିବା ଦେଖି ପରିବାର ଲୋକଙ୍କୁ ଘରୁ ବାହାରିବା ପାଇଁ ଡାକ ପକାଇଥିଲେ ନିଜ ଜୀବନ ବଞ୍ଚାଇ ପରିବାର ଲୋକେ ଘରୁ ବାହାରି ଆସିବା ସହ ଗ୍ରାମବାସୀଙ୍କ ସହାୟତାରେ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିବା ସମୟରେ ହଟାଥ୍ ନିକଟରେ ଥିବା ଭୀମସେନ ବିଶ୍ବାଳଙ୍କ ଚାଳ ଘରକୁ ନିଆଁ ବ୍ୟାପି ଯାଇଥିଲା ନିଆଁ ପ୍ରକୋପ ବଢିବା ଦେଖି ଗ୍ରାମବାସୀ ମାନେ ଆଗରପଡ଼ା ଦମକଳ ବାହିନୀକୁ ଖବର ଦେଇଥିଲେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ୨ପରିବାରର ୫ବଖରା ଘର, ନଗଦ ଟଙ୍କା,ସୁନା ଗହଣା ସମସ୍ତ ଆସବାବପତ୍ର ସହ ଗୃହର ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଥିଲା l ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସେମାନେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହୋଇଛି l ଅଗ୍ନିକାଣ୍ଡର ଖବର ପାଇ ବନ୍ତ ସମିତିସଭ୍ୟ ପରମେଶ୍ବର ବାରିକ୍ ଏବଂ ସରପଞ୍ଚ ପ୍ରତିନିଧି କାହ୍ନା ନାୟକ ଅଗ୍ନିବିପନ୍ନଙ୍କୁ ଭେଟି ସମବେଦନା ଜଣାଇବା ସହ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଦାବୀ କରିଥିଲେ l

ଭଦ୍ରକ ବନ୍ତ ରୁ ବାବୁରାମ ବେହେରା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *