ଅଗ୍ନିପଥ

ଫୋକସ ପ୍ଲସ ୧୭/୦୬/୨୨(ବ୍ୟୁରୋ):ଦେଶକୁ ଦାୟିତ୍ୱ ସମ୍ପନ୍ନ ନାଗରିକ ଭେଟି ଦେବା ପାଇଁ କେନ୍ଦ୍ର ସରକାର ‘ଅଗ୍ନିପଥ’ ଯୋଜନା ଘୋଷଣା କରିଥିଲେ । ଦେଶର ୩ ସେନା ବାହିନୀରେ ଅଗ୍ନିବୀର ଭାବେ ଯୁବକ ଯୁବତୀଙ୍କୁ ଭର୍ତ୍ତି କରିବା ପାଇଁ ୨ ଦିନ ପୂର୍ବେ ଏହି ‘ଅଗ୍ନିପଥ’ ଯୋଜନା ଘୋଷଣା ହୋଇଥିଲା। ୪ ବର୍ଷ ପରେ ଅଗ୍ନିବୀର ମାନେ ଶୃଙ୍ଖଳିତ, ଦକ୍ଷ ମଣିଷ ହୋଇ ବାହାରିବେ ଯାହାର ଲକ୍ଷ ରହିଥିଲା ।ଅଗ୍ନି ପଥକୁ ନେଇ ଦେଶରେ ଜଳୁଛି ଅଗ୍ନି | ଜୋରଦାର ବିରୋଧ କରୁଛନ୍ତି ଆଜିର ଯୁବ ପିଢ଼ି i ଅଗ୍ନି ପଥକୁ କେବଳ ବିରୋଧ କି ପ୍ରତିବାଦ ନୁଁହେ ଅଗ୍ନି ପଥକୁ ନେଇ ଉତ୍ତରପ୍ରଦେଶର ବାଲିଆ ରେଳ ଷ୍ଟେସନ, ରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଜନତା ।- ଅଗ୍ନି ପଥର ବିରୋଧ ପରେ ହରିୟାଣାର ପଲୱାଲ ଜିଲ୍ଲାରେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ଓ ଏସଏମସ ସର୍ଭିସକୁ ବାତିଲ କରାଯାଛି। ଏଠାରେ ସ୍ଥିତି ଭୟଙ୍କର ଥିବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆ ଯାଇଥିବା ବେଳେ ବିହାରରେ ବେଗୁସରାଇ ରେଳ ଷ୍ଟେସନରେ ସମାନ ଘଟଣା ଦେଖିବାକୁ ମିଳିଛି। ଏଠାରେ ଉତ୍ତ୍ୟକ୍ତ ଆଶାୟୀମାନେ ସମ୍ପର୍କକ୍ରାନ୍ତି ଟ୍ରେନ୍ କୁ ଜାଳି ଦେଇଛନ୍ତି। ଏ ନେଇ ବିହାରରେ ବ୍ୟାପକ ଭଙ୍ଗରୁଜା ହୋଇଥିବା ବେଳେ ପୁଲିସ ୬୫୦ ଜଣଙ୍କ ନାମରେ ମାମଲା ରୁଜୁ କରିବା ସହ ୧୬ ଜଣ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *