ଅଗ୍ନିପଥ ବିରୋଧରେ କଂଗ୍ରେସର ବିଶାଳ ରାଲି

ଫୋକସ ପ୍ଲସ (ସାନଖେମୁଣ୍ଡି)୨୭/୦୬/୨୦୨୨: ଆଜି ସାନଖେମୁଣ୍ଡି ବ୍ଳକ ପାଟପୁର ଗାନ୍ଧୀ ଛକ ଠାରେ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଜୁକ୍ତି ସେବାକୁ ବିରୋଧକରି କଂଗ୍ରେସର ସତ୍ୟାଗ୍ରହ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବ୍ଳକ ସଭାପତି ଶ୍ରୀ ବାବୁଲା ଦୋରା, ପାଟପୁର ସରପଞ୍ଚ ପ୍ରତିନିଧି ଶ୍ରୀ ମୁକୁନ୍ଦ ବରାଡ,ଜିଉରା ସରପଞ୍ଚ ଶ୍ରୀ ଲକ୍ଷ୍ମୀ ଚରଣ ପାତ୍ର, ପାଟପୁର ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଶ୍ରୀ ଦୂର୍ଗା ପ୍ରସାଦ ପାଢ଼ୀ, ଶଙ୍କର୍ଷଣ ଖୁଣ୍ଟିଆ ଏବଂ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇ ଏକ ବିଶାଳ ରାଲି କରି ଅଗ୍ନିପଥ ନିଜୁକ୍ତି ଯୋଜନାକୁ ପ୍ରତିହାର କରିବା ପାଇଁ କେନ୍ଦ୍ରସରକାର ବିରୋଧରେ ସ୍ଵର ଉତ୍ତୋଳନ କରିଥିଲେ।

ସାନଖେମୁଣ୍ଡି ରୁ ଦ୍ବାରିକାନାଥ ତ୍ରିପାଠୀ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *