ଅଗ୍ନିପଥ ରେ ଅଗ୍ନିବର୍ଷା

ଫୋକସ ପ୍ଲସ (ବ୍ୟୁରୋ)୨୪/୦୬/୨୦୨୨: କେନ୍ଦ୍ର ସରକାରଙ୍କ ଦ୍ଵାରା ଅଣାଯାଇଥିବା ଅଗ୍ନିପଥ ଯୋଜନା ରେ ଦେଶ ର ଯୁବକ ଏବଂ ଯୁବତୀ ମାନେ ସେନା ର ବିଭିର୍ନ୍ନ ବିଭାଗ ରେ ନିଯୁକ୍ତି ପାଇ ପାରିବେ । ଏହି ଯୋଜନା ରେ ଯୁବକ ଏବଂ ଯୁବତୀ ମାନେ ଲାଭବାନ ହେବେ । ଅଗ୍ନିପଥ ଯୋଜନା ରେ ସେନା ର ତିନୋଟି ବିଭାଗ ରେ ସେମାନଙ୍କୁ ଚାକିରି ମିଳିପାରିବ । ସେହି ବିଭାଗ ଗୁଡିକ ହେଲା ସେନା, ବାୟୁ ସେନା ଏବଂ ଜଳ ସେନା । ଅଗ୍ନିପଥ ଯୋଜନା ରେ ଯୁବକ ଏବଂ ଯୁବତୀଙ୍କୁ ୪ ବର୍ଷ ପାଇଁ ସେନା ରେ ଚାକିରି କରିବା ପାଇଁ ସୁବର୍ଣ୍ଣ ସୁଯୋଗ ମିଳିବ। ଦେଶ ର କିଛି ଛାତ୍ର ଏବଂ ଛାତ୍ରୀ ମାନେ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା କୁ ପ୍ରଶଂସା କରିଛନ୍ତି ଆଉ କିଛି ଛାତ୍ର ଛାତ୍ରୀ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା କୁ ବିରୋଧ କରିଛନ୍ତି ଏବଂ ହିଂସା ର ରାସ୍ତା ବଛିଛନ୍ତି । ଦେଶ ର ବେକାର ସାମସ୍ୟା ଦୂର କରିବା ପାଇଁ ଏହି ଯୋଜନା କଣ ସଫଳ ହେବ ? ଏଥିରେ ଦେଶ ର ଯୁବକ ଏବଂ ଯୁବତୀ ଲାଭବାନ ହେଇପାରିବେ ତ ? । କେନ୍ଦ୍ର ସରକାରଙ୍କ କହିବା ଅନୁସାରେ ଅଗ୍ନିବୀର ମାନଙ୍କୁ ସେନା ରେ ୧୦% ସଂରକ୍ଷଣ ଦିଆଯିବ । ଅଗ୍ନିପଥ ଯୋଜନା କୁ ବିରୋଧ କରି ବିଭିର୍ନ୍ନ ସ୍ଥାନ ରେ ରେଳଗାଡି ପୋଡିବା , ପୋଲିସ ଉପରେ ପଥର ବର୍ଷେଇବା ଏବଂ ବିଭିର୍ନ୍ନ ସ୍ଥାନ ରେ ଭଙ୍ଗା ରୁଜ୍ଜା କରିବା ଭୁଲ ଅଟେ । କେନ୍ଦ୍ର ସରକାରଙ୍କ ତରଫ ରୁ ଅଣାଯାଇଥିବା ଅଗ୍ନିପଥ ଯୋଜନା କୁ ଫେରେଇବାପାଇଁ ବିଭିର୍ନ୍ନ ରାଜ୍ୟ ରେ ତୀବ୍ର ପ୍ରତିବାଦ କରାଯାଇଛି । ଅଗ୍ନିପଥ ଯୋଜନା କୁ ନେଇ ଯେଉଁ ପ୍ରକାର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି ତାହା ନିଶ୍ଚିନ୍ତ ଭାବରେ ଏକ ଚିନ୍ତା ଜନକ ବିଷୟ । ଗଣତନ୍ତ୍ର ରେ ବିରୋଧ କରିବା ପ୍ରତ୍ୟେକଙ୍କ ମୌଲିକ ଅଧିକାର କିନ୍ତୁ ହିଂସା ବା ହିଂସକ ପ୍ରଦର୍ଶନ କରିବା ଏବଂ ଦେଶ ର ସମ୍ପତି ନଷ୍ଟ କରିବା କୁ କିଏ ହେଲେ ଠିକ ବୋଲି କହିପାରିବେନି । ୨୦୦ ବର୍ଷ ର ବିଦେଶୀ ଶାସନ ରୁ ଆମ ଦେଶ ମୁକ୍ତି ପାଇଛି । ବିଦେଶୀ ଶାସକଙ୍କ ବିରୋଧ ରେ ଯେଉଁ ଆନ୍ଦୋଳନ କରାଯାଇଥିଲା ତାହା ଥିଲା ଆହିଂସା ର ଆନ୍ଦୋଳନ ଏବଂ ତାର କର୍ଣଧାର ଥିଲେ ମାହାତ୍ମା ଗାନ୍ଧୀ, ନିକଟ ରେ ଅନ୍ନା ହଜାରେ ଦେଶ ରେ ଚାଲିଥିବା ଦୁର୍ନୀତି ବିରୋଧ ରେ ଆନ୍ଦୋଳନ କରିଥିଲେ ସମଗ୍ର ଭାରତ ରେ ତାଙ୍କୁ ସମର୍ଥନ ମିଳିଥିଲା । ଅନ୍ନା ହଜାରେ ଅନଶନ କରି ନିଜର ବିରୋଧ ପ୍ରଦର୍ଶନ କରିଥିଲେ । ଭାରତୀୟ ସଂସ୍କୃତି ରେ ଆହିଂସା ର ମାନ୍ୟତା ସବୁଠାରୁ ଉର୍ଦ୍ଧ ରେ ତେଣୁ ଆମର ଯୁବ ପିଢୀ ଅହିଂସା ର ମାର୍ଗ ରେ ଯାଇ ନିଜର ବିରୋଧ ପ୍ରଦର୍ଶନ କରିବା କଥା। । ଅଗ୍ନିପଥ ଯୋଜନା କୁ ନେଇ ପୁରା ଦେଶ ରେ ଯେଉଁ ପ୍ରକାର ର ଆସନ୍ତୋଷ ଦେଖିବା କୁ ମିଳିଛି ତାହା ପ୍ରକୃତ ଚିନ୍ତା ର ବିଷୟ । ଏହା ପୂର୍ବ ରୁ କେନ୍ଦ୍ର ସରକାର ତିନୋଟି କୃଷି ଆଇନ ଆଣି ଥିଲେ ଦେଶ ର କୃଷକ ମାନେ ଦୁଇ ବର୍ଷ ଧରି ତାକୁ ବିରୋଧ କରି ଦିଲ୍ଲୀ ରେ ବସିଥିଲେ ଏବଂ ଶେଷ ରେ କେନ୍ଦ୍ର ସରକାର ସେହି ତିନୋଟି କୃଷି ଆଇନ କୁ ଫେରାଇ ନେଇ କୃଷକଙ୍କୁ ସନ୍ତୁଷ୍ଟ କଲେ । ଅଗ୍ନିପଥ ଯୋଜନା ରେ ୪୬୦୦୦ ଯୁବକ ଏବଂ ଯୁବତୀ ମାନେ ନିଯୁକ୍ତ ହେବେ ଆଉ ପ୍ରତେକ ବର୍ଷ ତାଙ୍କୂ ଦରମା ମିଳିବ । ପ୍ରଥମ ବର୍ଷ ଅଗ୍ନିବୀରଙ୍କୁ ମାସ କୁ ୩୦୦୦୦ ହଜାର ପାଇବେ ଆଉ ତାଙ୍କ ହାତ କୁ ୨୧୦୦୦ ମିଳିବ, ଦ୍ୱିତୀୟ ବର୍ଷ ୩୩୦୦୦ ମିଳିବ କିନ୍ତୁ ଟାଙ୍କ ହାତ କୁ ୨୩୧୦୦ ଟଙ୍କା ମିଳିବ , ତ୍ରୁତୀୟ ବର୍ଷ ଅଗ୍ନିବୀରଙ୍କୁ ୩୬୫୦୦ ମିଳିବ କିନ୍ତୁ ତାଙ୍କ ହାତ କୁ ୨୫୫୫୦ ମିଳିବ , ଚତୁର୍ଥ ବର୍ଷ ୪୦୦୦୦ ତାଙ୍କୁ ମିଳିବ କିନ୍ତୁ ତାଙ୍କ ହାତ କୁ ୨୮୦୦୦ ଟଙ୍କା ମିଳିବ । ଅଗ୍ନିବୀର ଯୋଜନା ଅନୁସାରେ ପ୍ରଥମ ବର୍ଷ ଅଗ୍ନିବୀରଙ୍କ ଦରମା ରୁ ୯୦୦୦ ଟଙ୍କା କଟାଯିବ , ଦ୍ୱିତୀୟ ବର୍ଷ ୯୯୦୦ ଟଙ୍କା କଟାଯିବ , ତ୍ରୁତୀୟ ବର୍ଷ ରେ ୧୦୯୫୦ ଟଙ୍କା କଟାଯିବ , ଚତୁର୍ଥ ବର୍ଷ ରେ ୧୨୦୦୦ ଟଙ୍କା କଟାଯିବ। ଅଗ୍ନିବୀରଙ୍କୁ ଚାରି ବର୍ଷ ସରିବା ପରେ ତାଙ୍କ ସେବା ନିଧି ପ୍ୟାକେଜ ଅନୁସାରେ ହାତ କୁ ୧୦.୦୪ ଲକ୍ଷ ଟଙ୍କା ମିଳିବ ।   ଏହି ଯୋଜନା କୁ ବିରୋଧ କରୁଥିବା ବିରୋଧୀ ମାନଙ୍କୁ କହିବା କଥା ଯେ ଚାରି ବର୍ଷ ସେନା ରେ ଚାକିରି କାଲା ପରେ ଅଗ୍ନିବୀର ମାନଙ୍କ ଯେତେବେଳେ ଚାକିରି ସମୟ ସମାପ୍ତ ହେଇଯିବ ତାପରେ ସେମାନେ କରିବେ କଣ । ସେତେବେଳେ ସେମାନଙ୍କ ପାଖରେ ପେନସନ ନଥିବ ଚାକିରି ନଥିବ ଏବଂ ସେନା ରେ ଚାକିରି କରୁଥିବା ଅନ୍ୟ ପରମାନେଣ୍ଟ ଚାକିରିଆଙ୍କ ପରି ସୁଭିଧା ଓ ସୁଯୋଗ ନଥିବ । ସରକାରଙ୍କ କହିବା ମୁତାବତ ଏହି ଅଗ୍ନିବୀର ମାନେ ଯେତେବେଳେ ଚାରି ବର୍ଷ ଚାକିରି ସାରି ସେନା ରୁ ଘର କୁ ଫେରିବେ ସେତେବେଳେ ସେମାନଙ୍କ ଠାରୁ ସବୁଠାରୁ ବଡ ପୁଞ୍ଜି ହେଉଛି ସେନା ରେ ପାଇଥିବା ଟ୍ରେନିଂ ଯେହେତୁ ସେମାନେ ଅଳ୍ପ ବୟସ ରେ ଟ୍ରେନିଂ ପାଇ ଫେରିଥିବେ ତାପରେ ମଧ୍ୟ ଅନ୍ୟ କୌଣସି ଚାକିରି ପାଇଁ ଚେଷ୍ଟା କରିପାରିବେ ତା ସହିତ ଅଗ୍ନିବୀରମାନଙ୍କ ପାଇଁ ଅନେକ ଚାକିରି ରେ ସଂରକ୍ଷଣ ରଖାଯିବ ।

କେନ୍ଦ୍ର ସରକାରଙ୍କ ତରଫ ରୁ ଅନେକ ଯୋଜନା ଅଣାଯାଇଥିଲା ଯେମିତି କି ବେଟି ବଚାଓ ବେଟି ପଢାଓ , ଜନଧନ ଯୋଜନା ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା ଏବଂ ଅନ୍ୟାନ୍ୟ ଯୋଜନା ଅଣାଯାଇଥିଲେ କିନ୍ତୁ କୌଣସି ଯୋଜନା କାର୍ଯ୍ୟକାରୀ ହେଇପାରିଲାଣି ତେଣୁ ବର୍ତ୍ତମାନ ସମୟ ରେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ କେନ୍ଦ୍ରସରକାରଙ୍କ ତରଫ ରୁ ଅଣାଯାଇଥିବା ଅଗ୍ନିପଥ ଯୋଜନା କାର୍ଯ୍ୟକାରୀ ହେବ ନା ଯୋଜନା ଯୋଜନା ହେଇ ରହିଯିବ ତାକୁ ଧରି ବଡ ପ୍ରଶ୍ନବାଚୀ ଉଠିଛି ।

Leave a Reply

Your email address will not be published. Required fields are marked *