ଫୋକସ ପ୍ଲସ(ଗଁଦିଆ)୧୪/୦୯/୨୦୨୨: ଗଁଦିଆ ଅଗ୍ନିଶମ ବିଭାଗ ରେ କାର୍ଯ୍ୟରତ ଜଣେ କର୍ମଚାରୀ ଗତକାଲି ରାତିରେ କାର୍ଯ୍ୟlଳୟ ଦୁଇ ମହଲା ବିଶିଷ୍ଟ ଛାତରୁ ତଳକୁ ଖସିପଡି ମୃତ୍ୟୁ ବରଣ କରିଥିବା ଜଣାଯାଇଛି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ବାସିନ୍ଦା ଜୟନ୍ତ ଧାରୁଆ୩୫ବର୍ଷ ପ୍ରାୟ ଦେଢ଼ ବର୍ଷ ଧରି ଏହି କାର୍ଯ୍ୟଳୟ ରେ କାର୍ଯ୍ୟ କରୁଥିଲେ ଗତକାଲି ରାତିସମୟ୯ଟାରେ ରାତ୍ରି ଭୋଜନ ସାରି ଛାତ ଉପରକୁ ଯାଇଥିଲେ ହଟାତ କିଛି ଭୂମି ଉପରେ ପଡିବା ସହ ଚିତ୍କାର ଶୁଣି ଅନ୍ୟ କର୍ମଚାରୀ ମାନେଘଟଣା ସ୍ଥାନରେ ପହଞ୍ଚି ଦେଖଲେ ସେଠାରେ ଜୟନ୍ତ ତଳେ ପଡିଛି ତାକୁ ତୁରନ୍ତ ଉପସ୍ଥିତ ଅନ୍ୟକର୍ମଚାରୀ ମାନେ ସ୍ତାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ତାଙ୍କର ମୁଣ୍ଡ ଓ ହାତରେ ଆଘାତ ଲାଗିଥିଲା ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ତାଙ୍କର ଏକ ଛୋଟ ଝିଅ ଅଛି | ମୁର୍ତ୍ତୃ ର କାରଣ ସ୍ପଷ୍ଟ ହୋଇନାହିଁ ଅପର ପକ୍ଷରେ ତାଙ୍କର ସ୍ୱାସ୍ଥ୍ୟ ଖରପ ଅଛି ବୋଲି ଅଗ୍ନିଶମ ସେବକେନ୍ଦ୍ରର କିଛି କର୍ମଚାରୀ କହୁଥିବା ବେଳେ କିଛି ମାନସିକ ଚାପରେ ଥିବା କୁହାଯାଉଛି | ଆଜି ମେଡିକାଲ ରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ତାଙ୍କର ପରିବାରକୁ ହସ୍ତାନ୍ତର କରାଯଇଛି | ଗଁଦିଆ ପୋଲିସ ପକ୍ଷରୁ କେଶ ନମ୍ବର 21 ରେ ଅପମୁର୍ତ୍ତୃ ମାମଲା ରୁଜୁ କରାଯାଇଛି |