ଅଘୋଷିତ ବିଦୂତ କାଟ, ଜଳୁଛି ଗଜପତି

ଫୋକସ ପ୍ଲସ ୨/୬/୨୨(ପାରଳାଖେମୁଣ୍ଡି): ଆଜିକାଲି ପ୍ରଖର ଖରା ର ତାପମାତ୍ରା ପ୍ରାୟ 40 ଡିଗ୍ରୀ ଥିବାବେଳେ, ଗଜପତି ବାସୀ କିଏ ଫ୍ୟାନ ତ କିଏ ଏସି ଆଉ କିଏ କୁଲର ର ବ୍ୟବହାର କରିଥିବାବେଳେ ଏଠାରେ ଅଘୋଷିତ ବିତୁତ କାଟ ଗଜପତିବାସୀଙ୍କୁ ଚିନ୍ତା ଏବଂ ହଇରାଣ ରେ ପକାଇଛି |ଦୁଃଖ ଏବଂ ପରୀତାପ ର ବିଷୟ ଯେ ଆମ ରାଜ୍ୟ ବିଦୂତ ଉତ୍ପାଦନ କରି ଅନ୍ୟ ରାଜ୍ୟ କୁ ବିକ୍ରି କରୁଛି, କିନ୍ତୁ ଆମ ରାଜ୍ୟ ର ଲୋକମାନେ ବିଦୂତ ନ ପାଇ ନାହିଁ ନ ଥିବା ଅସୁବିଧାରେ ପଡୁଛନ୍ତି |ଆମ ରାଜ୍ୟରୁ ବିଦୂତ କିଣି ନିଜର ରାଜ୍ୟର ଲୋକମାନଙ୍କୁ ମାଗଣାରେ ରେ ବିଦୂତ ଯୋଗାଇଦେଉଛନ୍ତି |ଅନ୍ୟ ରାଜ୍ୟର ସରକାର ପ୍ରତି ବର୍ଷ ଯେବେ ଗ୍ରୀଷ୍ମ କାଳ ଆସେ ସବୁ ବର୍ଷ ଏହିପରି ସମସ୍ୟା ଦେଇ ଜିଲ୍ଲା ବାସୀଙ୍କୁ ଯିବାକୁ ପଡିଥାଏ |ଯଦି ଜିଲ୍ଲାର ମୁଖ୍ୟାଳୟ ପାରଳାଖେମୁଣ୍ଡି ରେ ଏହିପରି ଅବ୍ୟବସ୍ଥା ତେବେ ଗାଁ ର ଦୁଃଖ ଦେଖିବ କିଏ? ତାକୁ ନେଇ ପ୍ରଶ୍ନ ସୃଷ୍ଟି ହେଉଛି ଅନେକ ଅଭିଯାଗ ସତେ ଏହାର ସମାଧାନ ବାହାରି ପାରୁନି.. ଏହା ଗୋଟିଏ ବିଦୂତ ବିଭାଗ ର ଅଭ୍ୟାସଗତ କାମରେ ପରିଣତ ହୋଇଯାଇଛି.. ପାରଳାଖେମୁଣ୍ଡି ଏମଏଲଏ କେ.ନାରାୟଣ ରାଓ ନିଜେ ଏହିପରି ବ୍ୟବସ୍ଥା କୁ ପାରଳାବାସୀଙ୍କ ଦୁର୍ଭାଗ୍ୟ ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ ଗଙ୍ଗା ଗୌରୀ ପ୍ରସାଦ ପଟ୍ଟନାୟକ ନିଜେ 4 ବର୍ଷ ହେଉଛି ପାରଳାଖେମୁଣ୍ଡି ରେ ରହି ବିଦୂତ ବିଭାଗ କୁ ପରିଚାଳନା କରୁଥିବାବେଲେ ଏହି ସମସ୍ୟା ର ସମାଧାନ ଆଜିପର୍ଯ୍ୟନ୍ତ ବାହାର କରିପାରିନାହାଂତି ଏବଂ ସେ କହିଛନ୍ତି ଯେ ଅତ୍ୟଧିକ ବିଦୂତ ବ୍ୟବହାର ହେଉଥିବାରୁ ଏହିପରି ସମସ୍ୟା ଦେଖାଯାଉଛି ବୋଲି ଅଲୋଡ଼ା ଯୁକ୍ତି ରଖିଛନ୍ତି ଏବଂ ଏହି ସମସ୍ୟାର ସମାଧାନ ପାଇଁ ଆଉ ଗୋଟିଏ ବର୍ଷ ଆବଶ୍ୟକ ବୋଲି କହିଛନ୍ତି ଆଗାମୀ ଗ୍ରୀଷ୍ମ କାଳରେ ଏହି ସମସ୍ୟା ଆସିବନି ବୋଲି କଥା ଦେଇଛନ୍ତି ତେବେ ଗତ 4 ବର୍ଷ ହେଲାଣି କାର୍ଯ୍ୟରତ ରହି କଣ କରୁଥିଲେ ବୋଲି ତାକୁ ବି ନେଇ ବୁଦ୍ଧିଜୀବୀ ମହାଲରେ ପ୍ରଶ୍ନ ଉଠୁଛି ତେବେ ପ୍ରଶାସନ ର ନାକ ତଳେ ଏହି ପରି ସମସ୍ୟା ହେଉଛି କିନ୍ତୁ ପ୍ରଶାସନ କହିକି ଦେଖଣାହାରୀ ସାଜିଛି..???? ତେବେ ଦେଖିବାକୁ ବାକି ରହିଲା କେତେ ଜଲଦି ଏହି ସମସ୍ୟା ର ସମାଧାନ ବାହାର କରିବ ଏବଂ ପ୍ରବଳ ଗ୍ରୀଷ୍ମ ଦାଉରୁ ରକ୍ଷା କରିବାରେ ସକ୍ଷମ ହେବେ ସ୍ଥାନୀୟ ପ୍ରଶାସନ|
ଗଜପତି ରୁ ସୁଶାନ୍ତ ପ୍ରଧାନ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *