ଅଙ୍ଗନବାଡି କେନ୍ଦ୍ର ରେ ନାହାଁନ୍ତି ଦିଦି

ଫୋକସ ପ୍ଲସ 2/11/22( ଯାଜପୁର ): ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ପଙ୍କପାଳ ଗ୍ରାମ ପଞାୟତ ରେ ଥିବା ଅସନବାହାଲି ଅଙ୍ଗନବାଡି କେନ୍ଦ୍ର ରେ ଗତ ୬ ମାସ ପାଖାପାଖି ହେବ ଦିଦି ଆସୁନାହାନ୍ତି। ଯାହା ପାଇଁ ଅଙ୍ଗନବାଡି କେନ୍ଦ୍ର ରେ ପାଠପଢୁଥିବା ପିଲାମାନଙ୍କୁ ବହୁତ ଅସୁବିଧା ସମ୍ମୁଖୀନ ହେଉଥିବା ବେଳେ ଅଭିଭାବକ ମାନେ ନିଜ ନିଜ ର ପିଲାମାନଙ୍କ ପାଇଁ ଚିନ୍ତା ବ୍ଯକ୍ତ କରିଛନ୍ତି। ଯାହା କି ଭବିଷ୍ଯତ ରେ ଅଙ୍ଗନବାଡି କେନ୍ଦ୍ର କୁ ବନ୍ଦ କରିବା ପାଇଁ ମଧ୍ଯ ଚେତାବନୀ ଶୁଣିଛନ୍ତି। ମାତ୍ର ଅଙ୍ଗନବାଡି ଦିଦି ଙ୍କୁ ଆମେ ଯୋଗାଯୋଗ କରିବା ରୁ ସେ ତାଙ୍କର ପାରିବାରିକ ଅସୁବିଧା ଯୋଗୁଁ ଆସି ପାରୁନଥିବା କଥା କହିବା ସହିତ ତାଙ୍କର ଜୀବନ ପ୍ରତି ବିପଦ ଅଛି ବୋଲି କହିଛନ୍ତି। ମାତ୍ର ଦାନଗଦୀ ସିଡିପିଓ କହିବା କଥା ସେ ଛୁଟି ରେ ଅଛନ୍ତି। ତାଙ୍କର ଦେହ ଖରାପ ଅଛି। ଆମେ ସିଡିପିଓ ଙ୍କୁ ପଚାରିଲୁ କି ଦିଦିଙ୍କର କଣ ହୋଇଛି ଓ କେଉଁ ମେଡିକାଲ ରେ ଚିକିତ୍ସା ହେଉଛନ୍ତି। ଯାହା ର ଉତ୍ତର ରେ ସେ କହିଲେ କି ସେ ସାଟିର୍ଫିକେଟ ଦେଇଛନ୍ତି। ତେଣୁ ଏଠି ଗୋଟିଏ ପ୍ରଶ୍ନ ଯଦି ଜଣେ ସରକାରୀ ଚାକିରୀ କରି ଘରେ ରହି ମେଡିକାଲ ସାଟିର୍ଫିକେଟ ଦେବେ ତାଙ୍କୁ କଣ ଛୁଟି ଦିଆଯାଇ ପାରିବ ମାତ୍ର ସିଡିପିଓ କହିଲେ କି ଆମେ ତାଙ୍କୁ କାରଣ ଦର୍ଶା ନୋଟିସ ମଧ୍ଯ ଦେଇଛୁ। ଯାହାର ଉତ୍ତର ମିଲିବା ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବୁ, ମାତ୍ର ଦାନଗଦୀ ବ୍ଲକ ବହୁ ଅଙ୍ଗନବାଡି କେନ୍ଦ୍ର ରେ ଅନିୟମିତତା ଅଭିଯୋଗ ଆସୁଛି। ମାତ୍ର ଫଳ କିଛି ହେଉନାହିଁ। ଦାନଗଦୀ ବ୍ଲକ ରେ ବହୁ ଅଙ୍ଗନବାଡି କେନ୍ଦ୍ର ରେ ସରକାରୀ ସୁବିଧା କୁ ବାଟମାରଣା ହେଉଥିବା ବେଳେ ସିଡିପିଓ କିନ୍ତୁ ନିରବ, ଗତ ୬ ମାସ ହେବ ଅସନବାହାଲି ଅଙ୍ଗନବାଡି କେନ୍ଦ୍ର ରେ ସହାୟିକାଙ୍କ ଦ୍ବାରା ଚାଲୁଥିବା ବେଳେ ପିଲାମାନଙ୍କ ଭବିଷ୍ଯତ କୁ ନେଇ ଖେଳ ଖେଳୁଥିବାର ଅଭିଯୋଗ ଆଣିଛନ୍ତି ଅଭିଭାବକ।ଆଗକୁ ଦେଖିବାକୁ ବାକିରହିଲା କି ସିଡିପିଓ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି। ଅସନବାହାଲି ଅଙ୍ଗନବାଡି କେନ୍ଦ୍ର ରେ ପଡୁଥିବା ଛୋଟ ଛୋଟ ପିଲାମାନଙ୍କ ଭବିଷ୍ଯତ ପାଇଁ।

ସୁକିନ୍ଦା ଦାନଗଦୀ ରୁ ପଦ୍ମନାଭ ପହି ଙ୍କ ରିପୋର୍ଟ ଫୋକସ ପ୍ଲସ୍।

Leave a Reply

Your email address will not be published. Required fields are marked *