ଅଙ୍ଗନବାଡି ଦିଦିଙ୍କ କର୍ତ୍ତବ୍ୟରେ ଅବହେଳା

ଫୋକସ ପ୍ଲସ(କୋଟପାଡ଼)୨୫/୦୮/୨୦୨୨: କୋରାପୁଟ ଜିଲ୍ଲା କୋଟପାଡ଼ ଢlମନlହାଣ୍ଡି ପଞ୍ଚlୟତ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅନ୍ତର୍ଗତ ଢlମଣାହାଣ୍ଡି ପଂଚାୟତର ଗାନ୍ଧିନଗର ଅଙ୍ଗନବାଡି କେନ୍ଦ୍ରରେ ଗ୍ରାମବାସୀଙ୍କୁ ଦେଖାଉଛନ୍ତି ନାଲି ଆଖି ଗାନ୍ଧୀନଗର ଅଙ୍ଗନବାଡି l ଗ୍ରାମବାସୀଙ୍କ କହିବା ମୁତାବକ ଅଙ୍ଗନବାଡି କର୍ମୀ କଲ୍ୟାଣୀ ବ୍ରହ୍ମା ଅଙ୍ଗନବାଡି କେନ୍ଦ୍ରକୁ ସପ୍ତାହରେ କେବଳ ଦିନେ ଓ ମାସକ ମଧ୍ୟରେ ତିନି ଚାରି ଦିନ ହିଁ ଆସିଥାନ୍ତି l ବାକି ସମୟରେ ବେଳେ ବେଳେ କେନ୍ଦ୍ରର ରୋଷେୟା ଜଣକ ମନମୁତାବକ କେନ୍ଦ୍ରକୁ ଖୋଲିଥାଏ ନଚେତ ଅଧିକାଂଶ ସମୟ ବନ୍ଦ ରହିଥାଏ l ଏଭଳି ସ୍ଥଳେ ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତି କରି କିଛି ଗଣମାଧ୍ୟମ ପ୍ରତିନିଧି ଗ୍ରାଉଣ୍ଡ ଜିରୋକୁ ଯାଇଥିବା ବେଳେ, ଅଧିକାଂଶ ସମୟରେ ଅଙ୍ଗନବାଡି କେନ୍ଦ୍ରରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିବା ବେଳେ, ଗତ ବୁଧବାର ଦିନ କିନ୍ତୁ ରୋଷେୟା ଜଣକ କେନ୍ଦ୍ରକୁ ଖୋଲିଥିବା ଦେଖିବାକୁ ମିଳିଥିଲା l କିନ୍ତୁ ଅଙ୍ଗନବାଡି ଦିଦିଙ୍କ ଦେଖା ନଥିଲା l ରୋଷେୟାଙ୍କୁ ପଚାରି ବୁଝିବାରୁ ଅଙ୍ଗନବାଡି ଦିଦି ଆସିନଥିବା ଗଣମାଧ୍ୟମ ଆଗରେ କହିଥିଲେ l ଗ୍ରାମବାସୀଙ୍କ ପତିକ୍ରିୟା ନେବାରୁ ଅଙ୍ଗନବାଡି ଦିଦି ଜଣଙ୍କ ପ୍ରାୟତ ଏଠାକୁ ଆସୁନଥିବା ଓ ଅଧିକାଂଶ ସମୟ କେନ୍ଦ୍ରଟି ବନ୍ଦ ରହୁଥିବା ଓ ପିଲାଙ୍କୁ ଓ ଗର୍ଭବତୀଙ୍କୁ ଠିକରେ ଖାଦ୍ୟ ଦିଆଯାଉନଥିବା କହିଥିଲେ l ସରକାରଙ୍କ ଦ୍ୱାରା ପିଲାମାନଙ୍କ ମାନସିକ ଓ ଶାରୀରିକ ବିକାଶ ପାଇଁ ଗୋଟାଏ ଗୋଟାଏ ଅଣ୍ଡା ଦିଆଯାଉଥିବା ବେଳେ କେନ୍ଦ୍ରରେ ଅଣ୍ଡାକୁ ଦୁଇ ଭାଗ କରି ଦିଆଯାଉଥିବା ଅଭିଯୋଗ ହେଉଛି l ନା ଅଙ୍ଗନବାଡି କେନ୍ଦ୍ରରେ ନା କୌଣସି ଶିକ୍ଷା ଦିଆଯାଉଛି ନା ଖେଳିବା ପାଇଁ ଖେଳନା l କେନ୍ଦ୍ରକୁ ପ୍ରତିଦିନ ତିରିଶ ଜଣ ପିଲା ଆସୁଥିବା ରୋଷେୟା କହୁଥିବା ବେଳେ, କେବଳ ଦଶ ରୁ ବାର ଜଣ ପିଲା ଆସୁଥିବା କହିଛନ୍ତି ଗ୍ରାମବାସୀ ଓ ଏଥିରେ କିଛିଟା ସତ୍ୟତା ଥିବା ମଧ୍ୟ ଦୃଷ୍ଟି ଗୋଚର ହୋଇଛି l ଏଠାରେ ପ୍ରଶ୍ନ ଉଠୁଛି ସରକାରଙ୍କ ଏସବୁ ଯୋଜନା କାହା ପାଇଁ l ଯେଉଁଠି ଅଙ୍ଗନବାଡି ଦିଦି ମାସରେ କେବଳ ତିନି ଚାରି ଦିନ କେନ୍ଦ୍ରକୁ ଆସୁଥିବା ବେଳେ କୋମଳମତି ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ଆସୁଥିବା ପୃଷ୍ଟକର ଖାଦ୍ୟ ବଣ୍ଟନରେ ଅନିୟମିତତା ହେଉଥିବା ଦେଖିବାକୁ ମିଳିଛି l ଏଥିରେ ଗ୍ରାମବାସୀ ଅଭିଯୋଗ କଲେ ଅଙ୍ଗନବାଡି ଦିଦି ନାଲି ଆଖି ଦେଖାଇବା ସହ ଗାଳିଗୁଲଜ କରିବାକୁ ମଧ୍ୟ ପଛାଉ ନାହାନ୍ତି l ଗ୍ରାମବାସୀ ଏ ବିଷୟରେ ଉପରିସ୍ଥ କର୍ମଚାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ l ଦାୟିତ୍ୱରେ ଥିବା ସୁପରଭାଇଜରଙ୍କ ମତାମତ ନେବାରୁ ସେ କୌଣସି ଅନିୟମିତତା ହେଉନଥିବା କହିବା ସହ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ l ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଅଙ୍ଗନବାଡି ଦିଦି ଜଣକ ଦିନ ଦିନ ଧରି କେନ୍ଦ୍ରକୁ ନଆସିବା ଅଭିଯୋଗ ପରେ ମଧ୍ୟ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନେବା ଉପରିସ୍ଥ କର୍ମଚାରୀଙ୍କ ସହ ଅଙ୍ଗନବାଡି ଦିଦିଙ୍କ ସାଲାସୁତୁରା ପ୍ରତି ଆଙ୍ଗୁଳି ନିର୍ଦେଶ କରୁଛି l ଦେଖିବାକୁ ବାକି ରହିଲା ବିଭଗୀୟ ଉପରିସ୍ଥ କର୍ମଚାରୀ ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତି କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ନା ସଲାସୁତୁରା ହୋଇ ହୋଇ କାର୍ଯ୍ୟାନୁଷ୍ଠାନ ବାଟବଣା ହେଉଛି l

Leave a Reply

Your email address will not be published. Required fields are marked *