ଅଜଗର ଭୟରେ ଗ୍ରାମବାସୀ

ଫୋକସ ପ୍ଲସ (ମୟୁରଭଞ୍ଜ) ୦୩/୦୭/୨୦୨୨: ଜିଲା କପ୍ତିପଦା ବ୍ଲକ ନୁଦଡିହା ଗ୍ରାମ ନିକଟରେ ଥିବା କୁକୁନ୍ଦ ହୁଡ଼ିରେ ଅଜଗର ଖେଳାଇଛି ଆତଙ୍କ,ଏକ ବିରାଟ କାୟ ଅଜଗର ସାପ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି । ସ୍ଥାନୀୟ ରେ ଜଣେ ମହିଳା ଛେଳି ଚରେଇବା ପାଇଁ କୁକୁନ୍ଦ ହୁଡ଼ି ଜଙ୍ଗଲ ଉପରକୁ ଯାଇଥିବା ବେଳେ ପଥର ଫାଙ୍କ ରେ ଥିବା ଅଜଗରଟି ଏକ ଛେଳି ଟିକୁ ପ୍ରଥମେ ଆକ୍ରମଣ କରିଥିଲା, ମହିଳା ଜଣକ ଅଜଗର ଦେଖି ଭୟଭୀତ ହୋଇ ଦୌଡ଼ି ପଳାଇ ଆସି ଥିବା ବେଳେ ଅଜଗରଟି ଛେଳିଟି ଗିଳି ଦେଇ ଥିଲା,ଗିଳିବା ଦେଖି ମହିଳା ଜଣକ ସ୍ଥାନୀୟ ଲୋକଙ୍କୁ ଡାକିଥିଲା ।ଯାହାକି ଏହି ଦୃଶ୍ୟ ଦେଖି ମହିଳା ଜଣକ ଭୟଭୀତ ହୋଇପଡ଼ିଥିବା ବେଳେ, ଗ୍ରାମବାସୀ ଘଟଣା ସ୍ଥଳରେ ପହଂଚି ଅଜଗରଟି ଏକ ପଥର ଖୋଲରେ ଥିବାର ଦେଖି ବନ ବିଭାଗକୁ ଖବର ଦେଇଥିଲେ, ଅଜଗର ସାପଟିର ଲମ୍ବ 20 ଫୁଟ ରୁ ଅଧିକ ହେବ ବୋଲି ଗ୍ରାମବାସୀ ସୂଚନା ପ୍ରଦାନ କରିଥିବା ବେଳେ, ଅଜଗରଟି ଜନବସତି ଆଡ଼କୁ ଆସିବା ଭୟରେ ଗ୍ରାମରେ ଆତଙ୍କ ଖେଳି ଯାଇଛି, ଛେଳି ଚରାଇବାକୁ ଯାଇଥିବା ପ୍ରତେକ୍ଷଦର୍ଶି ମହିଳା ଘଟଣା ସମ୍ପର୍କରେ ନିଜର ବକ୍ତବ୍ୟ ରଖି ଥିଲେ |

ମୟୁରଭଞ୍ଜ ରୁ ରିପୋର୍ଟର ଦିଲ୍ଲୀପ କୁମାର ପରିଡା ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *