ଅଜଣା ଗାଡି ଧକ୍କାରେ ସ୍କୁଲ ଛାତ୍ରର ମୃତ୍ୟୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା l

ଫୋକସ ପ୍ଲସ 22/2/23( ବ୍ୟୁରୋ):ରାଜ୍ୟ ସରକାରଙ୍କ ଶିକ୍ଷା ବ୍ୟବସ୍ଥା 5ଟି ବିଦ୍ୟାଳୟ ବିକଳ ଚିତ୍ର ଦେଖିବାକୁ ମିଳିଛି l କୋଟପାଡ଼ ବ୍ଲକ ଅନ୍ତର୍ଗତ ଏସବିନୂଆଗାଁ ଆବାସିକ ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି l କିଭଳି ଓ କେଉଁ ପରିସ୍ଥିତିରେ ଛାତ୍ର ରାତିରେ ହଷ୍ଟେଲ ଛାଡି ବାହାରକୁ ବାହାରି ଦୁର୍ଘଟଣାର ଶିକାର ହେଲେ ତାହା ସ୍କୁଲ କତୃପକ୍ଷଙ୍କ ସୁରକ୍ଷା ପ୍ରତି ଆଙ୍ଗୁଳି ନିର୍ଦେଶ କରୁଛି l ଏ ବିଷୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ପ୍ରଶ୍ନ କରିବାରୁ ସେ ନିଜର ଓ ଅନ୍ୟ ସ୍କୁଲ କର୍ମଚାରୀଙ୍କ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ଛାତ୍ରଙ୍କ ଉପରେ ଦୋଷ ଲଦିବାକୁ ପଛlଇ ନାହାନ୍ତି l ପ୍ରଧାନ ଶିକ୍ଷକ ଗଣମାଧ୍ୟମକୁ ପ୍ରତିକ୍ରିୟା ନଦେଇ ଏପଟ ସେପଟ ଦୌଡିବାକୁ ଚେଷ୍ଟା କରିଥିଲେହେଁ ଗଣମାଧ୍ୟମଠୁ ବର୍ତ୍ତିପାରିନଥିଲେ l

କାଲି ରାତ୍ର ୭ଟା ସମୟରେ କୋଟପାଡ଼ ବ୍ଲକ ଅନ୍ତର୍ଗତ ଏସବିନୁଆଁଗାଁ ର ଦେଓରିଲି ନିକଟରେ ଦୁର୍ଘଟଣା ହୋଇଥିଲା ଏବଂ ଅଜଣା ଗାଡି ଧକାରେ ଏସବିନୁଆଁଗାଁ ଆବାସିକ ବିଦ୍ୟାଳୟର ଜଣେ ଛାତ୍ର ମୃତ ଆଉ ଜଣେ ଆହତ ହୋଇଥିଲା l ମୃତ ଛାତ୍ର ଜଣକ ସେମଳା ଗ୍ରାମର ଖଗପତି ପୂଜାରୀ(ବୟସ 15),ଆହତ ଛାତ୍ର ଜଣକ ହର୍ଦୁଲି ଗ୍ରାମର ଅରୁଣ ବୋଲି ଜଣାପଡିଛି l

ଉଭୟ ଛାତ୍ର ହଷ୍ଟେଲରେ ରହି ନବମ ଶ୍ରେଣୀରେ ପାଠ ପଢୁଥିଲେ l ଆହତ ପରେ ଉଭୟଙ୍କୁ କୋଟପାଡ଼ ମେଡିକାଲରେ ଅଣାଯାଇଥିଲା l ସେମଳା ଗ୍ରାମର ଛାତ୍ର ଖଗପତି ପୂଜାରୀଙ୍କୁ ଡ଼କ୍ଟର ମୃତ ଘୋଷଣା କରିଥିବା ବେଳେ ହରଦୁଲି ଗ୍ରାମର ଅରୁଣ ଆହତ ଛାତ୍ରଙ୍କ କୋଟପାଡ଼ ମେଡିକାଲକୁ ଅଣାଯାଇଥିଲା, ସ୍ବାସ୍ୟ ଅବସ୍ଥା ଗୁରୁତର ଥିବାରୁ ଡ଼କ୍ଟର ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ,କୋଟପାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି l ଏହି ଖବର ପାଇବା ପରେ ସ୍ଥାନୀୟ ବିଧାୟିକାଙ୍କ ସହ ବହୁ ମାନ୍ୟଗଣ ବ୍ୟକ୍ତିମାନେ କୋଟପାଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପସ୍ଥିତ ରହିବା ସହ ପରଖି ଥିଲେ ଓ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ପରିବାରଙ୍କୁ ସମ୍ବେଦନl ସହ ମୃତ ପରିବାରକୁ ଭଗବାନ ଧର୍ଯ୍ୟ ଦିଅନ୍ତୁ ବୋଲି ଜଣାଇଥିଲେ l

Leave a Reply

Your email address will not be published. Required fields are marked *