ଅଜଣା ରୋଗରେ ଆକ୍ରାନ୍ତ ଯୁବକ, ସାହାଯ୍ୟ ଲୋଡିଲେ ପରିବାର

ଫୋକସ ପ୍ଲସ (ନାକଟିଦେଉଳ) ୦୮/୦୭/୨୦୨୨: ସକାଳ ହେଲା ମାତ୍ରେ ପରିବାର ଚିନ୍ତାରେ ମୂଲ ମଜୁରୀ କରିବାକୁ ବାହାରି ଯାଉଥିଲେ |ମୂଲ ମଜୁରୀ କରି କିଛି ଟଙ୍କା ପଇସା ଆଣିଲେ ଚଳୁଥିଲା ଘର |ପୁଅ ନିଜେ ରୋଜଗାର କରୁଥିବା ଦେଖି ଖୁସିରେ ଦିନ କାଟୁଥିଲେ ବାପା ମାଁ |ହେଲେ ହଠାତ୍ ପୁଅ ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡି ରହିଲେ |ପରିବାର ଆର୍ଥିକ ସ୍ଥିତି ସ୍ବଛଳ ନଥିବାରୁ ପୁଅର ଚିକିସ୍ଚା ମଧ୍ୟ କରାଇ ପାରୁ ନାହାଁନ୍ତି ଅସହାୟ ବାପା ମାଁ |ଆଉ ଯେଉଁ ବୟସରେ ପୁଅ ରୋଜଗାର କରି ବାପା ମାଁର ସେବା କରିବା କଥା ସେହି ବୟସରେ ପୁଅର ସେବା କରୁଛନ୍ତି ଗରିବ ଅସହାୟ ବାପା ମାଁ |
ଆମେ କହୁଛୁ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଭାଲୁଗାଡିଆ ଗାଁର ଝରାସାହିରେ ରହୁଥିବା ଦର୍ଶନ ଶବରଙ୍କ ପରିବାରର କଥା |
ଦର୍ଶନିଆ ଶବରର ବଡ ପୁଅ ସରଜୁ ଶବର | ଆଜକୁ ପ୍ରାୟ ୯ମାସ ହେଲା କୌଣସି ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ଶୋଇ ରହିଛନ୍ତି ା କଥା ଠିକ୍ ସେ କହିପାରୁ ନାହାଁନ୍ତି କି ବିଛଣାରୁ ଉଠି ଚାଲି ପାରୁନାହାଁନ୍ତି | ସରଜୁର ଏପରି ଅବସ୍ଥା ଦେଖି ତାଙ୍କୁ ପାଖ ଡାକ୍ତର ଖାନାରେ ଡାକ୍ତରଙ୍କୁ ଦେଖାଇଥିଲେ |ହେଲେ ବଡ ମେଡିକାଲ୍ ରେ ସରଜୁର ଚିକିସ୍ଚା କରିବା ପାଇଁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ | ହେଲେ ମୂଲ ମଜୁରୀ କଲେ ସରଜୁର ପରିବାର ଚଳେ | ପରିବାର ଆର୍ଥିକ ସ୍ଥିତି ସ୍ବଛଳ ନଥିବା ଏବଂ ଅର୍ଥ ଅଭାବ ଯୋଗୁଁ ପୁଅର ଚିକିସ୍ଛା ପାଇଁ ଚିନ୍ତାଗ୍ରସ୍ତ ଅବସ୍ଥାରେ ପଡିରହିଛନ୍ତି ସରଜୁର ବାପା ମାଁ |

ଏପଟେ ସରକାର କିନ୍ତୁ ଅସହାୟ ଗରିବ ଲୋକଙ୍କୁ ମାଗଣାରେ ଉତ୍ତମ ଚିକିସ୍ଚା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି |ଏଥିପାଇଁ ବିପୁଳ ଅର୍ଥ ମଧ୍ୟ ଖର୍ଚ କୁଛନ୍ତି |ହେଲେ ସେହି ଯୋଜନାର ପ୍ରଚାର ପ୍ରସାର ଅଭାବ ଯୋଗୁଁ ସରକାରଙ୍କ ସେହି ସବୁ ଯୋଜନାରୁ ବଞ୍ଚିତ ହେଉଛନ୍ତି ଲୋକେ |
ତେବେ ଏହି ଗରିବ ଅସହାୟ ପରିବାରର ପୁଅ ସରଜୁର ଚିକିସ୍ଛା ଦିଗରେ ସରକାର ଦ୍ରୁଷ୍ଟି ଦେଲେ ପୁଣିଥରେ ସରଜୁ ସ୍ବଭାବିକ ଜୀବନ ଯାପନ କରିପାନ୍ତା ବୋଲି ଆକୂଳ ନିବେଦନ କରିଛନ୍ତି ସରଜୁର ପରିବାର ଏବଂ ପୋଡଶୀ |

ଜିତେନ୍ଦ୍ର ସାହୁ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *