ଅଜାଆଇ ଘର ସାଜିଲା କାଳ, ଜୀବନ ହରାଇଲା ନାତି…….

ରାଇଘର31/12/2023; ସୂଚନା ଅନୁଯାଇ ଛତିଶଗଡ ରାଜ୍ୟ ବିଶ୍ରାମପୁରୀ ଥାନା ଅନ୍ତର୍ଗତ ଉରିଦ ଗ୍ରାମର ରାଜକୁମାର କୋରାମ ତାଙ୍କ ସ୍ତ୍ରୀ ଏବଂ 4 ବର୍ଷର ପୁଅକୁ ଧରି ଗତକାଲି ସନ୍ଧ୍ୟାରେ ଶ୍ଵଶୁର ଘର ରାଇଘର ବ୍ଲକର ଦେଓଭାରନ ଗ୍ରାମକୁ ବୁଲି ଆସିଥିଲେ, ସକାଳ ପ୍ରାୟ 7ଟା ସମୟରେ ରାଜକୁମାର ଏବଂ ତାଙ୍କ 4 ବର୍ଷର ପୁଅ ଗୌରବ ରାସ୍ତାରେ ଛିଡାହୋଇଥିବା ବେଳେ ହଟାତ ଗୌରବ ନିଜ ବାପାଙ୍କ ହାତଛାଡି ରାସ୍ତା ର ବିପରୀତ ଦିଗକୁ ଧାଇଁଥିଲା ସେତିକି ବେଳେ ସାମନାପଟୁ ଏକ ମାଲବୋଝେଇ ଟ୍ରକ ଯାହାର ନମ୍ବର AP39 W5980 ଗୌରବକୁ ଧକ୍କା ଦେଇ ଘୋଷାଡ଼ି ନେଇଯିବା ଫଳରେ ଘଟଣାସ୍ଥଳରେ ଗୌରବର ମୃତ୍ୟୁ ଘଟିଥିଲା,ବାହାଘର 17 ବର୍ଷ ପରେ ଜନ୍ମହୋଇଥିବା ଗୋଟିଏ ମାତ୍ର ପୁଅକୁ ହରେଇ ପରିବାର ଲୋକେ ଭାଙ୍ଗିପଡିଛନ୍ତି ଏବଂ ଏହି ଦୁର୍ଘଟଣାର କ୍ଷତିପୂରଣ ଦାବିରେ ରାସ୍ତା ଉପରେ ନାବାଳକର ମୃତଶରୀର ରଖୀ କୁନ୍ଦେଇ ରାଇଘର ମୁଖ୍ୟରାସ୍ତାକୁ ଅବରୋଧ କରିଛନ୍ତି, ଘଟଣା ସ୍ଥଳରେ ରାଇଘର ଥାନା ଅଧିକାରୀ, ରାଇଘର ତହସିଲଦାର, ରାଜସ୍ଵ ଅଧିକାରୀ ମାନେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି |

 

Leave a Reply

Your email address will not be published. Required fields are marked *