ଅଜୟ ଦେବଗନ ‘ଦୃଶ୍ୟମ -୨’ର ସୁଟିଂ ଆରମ୍ଭ କଲେ

ସିଂଘମ ଷ୍ଟାର ଅଜୟ ଦେବଗନ ଏବେ ନୂଆ ଫିଲ୍ମ ସୁଟିଙ୍ଗରେ ବ୍ୟସ୍ତ । ସୁପରହିଟ ପିଲ୍ମ ‘ଦୃଶ୍ୟମ’ର ସିକ୍ୱେଲ ‘ଦୃଶ୍ୟମ-୨’ର ଶୁଟିଂ କାମରେ ଲାଗି ପଡିଛନ୍ତି ଅଜୟ। ସୁଟିଙ୍ଗ ସେଟର ଏକ ଫଟୋ ଶେୟର କରି ଅଜୟ ପ୍ରଶଂସକଙ୍କୁ ଏକ ପ୍ରଶ୍ନ କରିଛନ୍ତି। “କଣ ଏଥର ବି ନିଜ ପରିବାରକୁ ବଞ୍ଚେଇ ପାରିବ ବିଜୟ ? ଏହି ପ୍ରଶ୍ନର ଉତ୍ତର ସେ ପଶଂସକଙ୍କଠାରୁ ଶୁଣିବା ପାଇଁ ଚାହିଁଛନ୍ତି । ତେବେ ନୂଆ ସିକ୍ୱେଲରେ ମଧ୍ୟ ଅଜୟଙ୍କ ସହ ତବୁ ନଜର ଆସିବେ..ନୂଆ ଚଳଚ୍ଚିତ୍ର ‘ଦୃଶ୍ୟମ-୨’ର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଅଭିଷେକ ପାଠକ। ତେବେ ମୁମ୍ବାଇରେ ହିଁ ଫିଲ୍ମର ସୁଟିଙ୍ଗ ଆରମ୍ଭ ହୋଇଯାଇଛି। ୨୦୧୫ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ଦୃଶ୍ୟମ’ ଖୁବ ଭଲପାଇବା ଦେଇଥିଲେ ସିନେପ୍ରେମୀ । ତେଣୁ ଏହାର ଦ୍ୱିତୀୟ ସିକ୍ୱେଲ ବନାଇଛନ୍ତି ଅଭିଷେକ। ଏଥି ସହିତ ଫିଲ୍ମକୁ ନେଇ ଖୁବ ଉତ୍ସାହିତ ଅଛନ୍ତି ନିର୍ଦ୍ଦେଶକ ଅଭିଷେକ ପାଠକ।

Leave a Reply

Your email address will not be published. Required fields are marked *