ଅଞ୍ଚଳ ବାସିଙ୍କ ଭରଷା ତୁଟାଉଛି ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ଫୋକସ ପ୍ଲସ (ତୁମୁଡିବନ୍ଧ) ୦୩/୦୭/୨୦୨୨: ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିକଳ ଚିତ୍ର ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରୁ ଭରଷା ତୁଟିବାରେ ଲାଗିଛି ୧୧ ପଞ୍ଚାୟତ ର ବାସୀଙ୍କ । ଡାକ୍ତର ଅଛନ୍ତି ମିଳୁନି ଉତ୍ତମ ମାନର ସ୍ୱାସ୍ଥ୍ୟ ସେବା । ରୋଗୀଟେ ଆସିଲେ ପ୍ରାଥମିକ ଚିକିତ୍ସା ପାଇଁ ୧୫ ରୁ ୩୦ ମିନିଟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି ଡାକ୍ତର ଖାନା ବାରଣ୍ଡାରେ । କରେଣ୍ଟ ଚାଲିଗଲେ ଚିକିତ୍ସା ହୁଏ ଏଠି ମୋବାଇଲ ଲାଇଟରେ। ଜେନେରେଟର ଥିଲେମଧ୍ୟ ଗରିବ ଆଦିବାସୀଙ୍କ ପାଇଁ ଉପଲବ୍ଧ ନୁହେ ଭଳି ମନେହୁଏ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଆଜି ଘଟିଛି ଏକ ଅଭାବନୀୟ ଘଟଣା । ଶନିବାର ପ୍ରାୟ ସନ୍ଧ୍ୟା ୭ଘଟିକା ସମୟରେ ଏକମାସର ଶିଶୁର ମୃତ୍ୟୁ ହୋଇଛି । ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଙ୍କ ଅବହେଳା ଯୋଗୁଁ ଶିଶୁର ମୃତ୍ୟୁ ହୋଇଥିବା ପିତା ରଞ୍ଜନ ଦିଗଲ ଅଭିଯୋଗ କରିଛନ୍ତି । ଅଭିଯୋଗ ପ୍ରକାରେ ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ସିର୍ଲା ପଞ୍ଚାୟତ ର ପଡ଼ିଆ ବାହାଲ ଗ୍ରାମରୁ ଶିଶୁର ଚିକିତ୍ସା ନିମନ୍ତେ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସଂଧ୍ୟା ୬.୩୦ ସମରେ ଆଣିଥିଲେ । ଆନ୍ତଃ ଚିକିତ୍ସା ବିଭାଗରେ ଶିଶୁ ଟିକୁ ଦେଖାଇ ଚିକିତ୍ସା ନିମନ୍ତେ ଡାକ୍ତର ଙ୍କୁ ଅନୁରୋଧ କରିଥିଲେ । ଶିଶୁର ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଙ୍କୁ କୁଆଡେ ଅକ୍ସିଜେନ ଲଗାଇବା ପାଇଁ ଅନୁରୋଧ କରିଥିଲେ ପିତା ରଞ୍ଜନ । କିନ୍ତୁ ଡାକ୍ତର ତାଙ୍କୁ ଅକ୍ସିଜେନ ମାଗଣା ଦିଆଯାଏନି କହି ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସୁପାରିଶ କରିଥିଲେ । ତେବେ ଗରିବ ନିରୀହ ନିରକ୍ଷର ଆଦିବାସୀ ଲୋକ କିନ୍ତୁ ଅସହାୟ ହୋଇ ସ୍ୱାସ୍ଥ୍ୟ କେନ୍ଦ୍ର ବାହାରେ ଆମ୍ବୁଲାନ୍ସ ଅପେକ୍ଷା ରେ ଚାହିଁ ବସିଥିବାବେଳେ ଶିଶୁଟିର ଜୀବନ ଚାଲିଯାଇଥିଲା । ଶେଷରେ କୌଣସି ସହାୟତା ନ ପାଇ ଏକ ବେସରକାରୀ ଅଟୋ ଭଡ଼ାକରି ମୃତ୍ୟୁ ଶିଶୁକୁ ନିଜ ଗ୍ରାମ କୁ ନେଇଯାଇଥିଲେ । ତେବେ ରାଜ୍ୟ ସରକାର ଗରିବ ନିରୀହ ଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ମାଗଣା ଚିକିତ୍ସା ଯୋଗାଇ ଦେଉଥିବାବେଳେ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଙ୍କ ଏହିଭଳି ସେବାରେ କ୍ଷୋଭ ପ୍ରକାଶ କରିଛନ୍ତି ମୃତ ଶିଶୁର ମାତା ପିତା ଓ ଗ୍ରାମବାସୀ । ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଯତ୍ନଶୀଳ ହେଉ ବୋଲି ତୁମୁଡିବନ୍ଧ ସରପଞ୍ଚ ପ୍ରିୟଙ୍କା ପଡ୍ର। , ବ୍ଲକ କଂଗ୍ରେସ ସଭାପତି ଗିରିଶ ପରାସେଥ, ନାଏବ ସରପଞ୍ଚ ବିଭୁ ଭୂଷଣ ନାୟକ, ସ୍ୱେଚ୍ଛାସେବୀ ଲେବିୟ ପରସେଠ ପ୍ରମୁଖ ଦାବି କରିଛନ୍ତି ।

ତୁମୁଡିବନ୍ଧ ରୁ ପ୍ରବୀଣ କୁମର ପଟ୍ଟନାୟକ ଙ୍କ ରିପୋର୍ଟ ଫୋକସ୍ ପ୍ଲସ୍ |

Leave a Reply

Your email address will not be published. Required fields are marked *