ଭୁବନେଶ୍ୱର : ଦର ବୃଦ୍ଧିକୁ ନେଇ ଏକ ପ୍ରକାର ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ଆଳୁ ଦର ପରେ ଏବେ ଅଣ୍ଡା ଦର ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ଅଣ୍ଡା କିଣା ୬ ଟଙ୍କାକୁ ବିକ୍ରି ୯ ଟଙ୍କା । ଓଡ଼ିଶାରେ ଦୈନିକ ପ୍ରାୟ ୧ କୋଟି ୨୦ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । ପାଇକାରୀ ବଜାରରେ ୬ଟଙ୍କା ୪୨ପଇସାରେ ବିକ୍ରି ହେଉଥିବାବେଳେ ଖୁଚୁରା ଦର ରହିଛି ୯ଟଙ୍କା ।
ପୂର୍ବରୁ ଆନ୍ଧ୍ରପ୍ରଦେଶରୁ ଅଣ୍ଡା ଆସୁଥିଲା । ହେଲେ ଏବେ ଖୋର୍ଦ୍ଧା, ବ୍ରହ୍ମପୁରରେ ଥିବା ଫାର୍ମରୁ ଉତ୍ପାଦିତ ଅଣ୍ଡା ଭୁବନେଶ୍ବରକୁ ଆସୁଛି । ଆମିଷ ବାରରେ ୬ଲକ୍ଷ ୩୦ହଜାର ଓ ଅବାରରେ ୩ ଲକ୍ଷ ୧୫ହଜାର ଅଣ୍ଡା ଆସୁଛି । ନିୟମ ଅନୁସାରେ ଏନଏସିସିର ଦର ଅନୁସାରେ ଅଣ୍ଡା ବିକା ଦର ରହିବା କଥା । ତେବେ ଏହାକୁ ଅମାନ୍ୟ କରୁଛନ୍ତି ବ୍ୟବସାୟୀ । ଏଭଳି ଖାଉଟିଙ୍କୁ ଠକୁଛନ୍ତି ବେପାରୀ । ଗୋଟିଏ ପଟେ ଆଳୁ, ପିଆଜ, ତେଲଠାରୁ ନେଇ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦର ବଢୁଥିବା ବେଳେ ସେଥିରେ ଅଣ୍ଡା ସାମିଲ ହୋଇଛି ।