ଅତଡ଼ା ଧସି ମାଟିତଳେ ଚାପି ହୋଇଗଲେ ଶ୍ରମିକ

ଫୋକସ ପ୍ଲସ 26/5/22( ଆନନ୍ଦପୁର): ଆନନ୍ଦପୁର ଉପଖଣ୍ଡ,ଆଜି ଶୈଲଙ୍ଗ ଓଭରବ୍ରିଜ୍ ନିକଟରେ ମେଗା ପାନୀୟ ଜଳ କାର୍ଯ୍ୟ ଚାଲିଥିବା ସମୟରେ ଅପଘଟଣ ଘଟିଛି । ପ୍ରାୟ ୧୦ଫୁଟ ଗଭୀର ଗତ ରେ ୩ଜଣ ଶ୍ରମିକ କାମ କରୁଥିବା ସମୟରେ ହଠତ୍ ମାଟି ଅତଡା ଖସିବାରୁ ଜଣେ ଶ୍ରମିକ ମାଟି ଭିତରେ ଚାପିହୋଇ ରହିଯାଇଥିଲେ । ସ୍ଥାନୀୟ ଲୋକେ ପ୍ରଥମେ ଫସି ରହିଥିବାଦେଖି ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ପରେ ପରେ ଅଗ୍ନିଶମ ବିଭାଗ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା । ଉକ୍ତ ଶ୍ରମିକ ଜଣକ ପଶ୍ଚିମବଙ୍ଗର ଅସମତ ଅଲ୍ଲି ବୋଲି ଜଣାପଡ଼ିିଛି,
ଉଦ୍ଧାର ପରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଛି । ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଓ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ଜଣାପଡିଛି । ବିନା ସୁରକ୍ଷା ବନ୍ଦୋବସ୍ତରେ ଶ୍ରମିକ କାମ କରୁଥିବାରୁ ଏଭଳି ଘଟଣା ଘଟିଥିବା ଜଣାପଡିଛ ।

Leave a Reply

Your email address will not be published. Required fields are marked *