ଅଦିନିଆ ବର୍ଷା ର ପ୍ରଭାବରେ ନଷ୍ଟ ହୋଇଛି ଫସଲ ହତାଶ ହୋଇଛି ଚାଷୀକୁଳ |

ରାୟଗଡା,ବିଷମକଟକ06/12(ଫୋକସ ପ୍ଲସ); ବିଲରେ ପଢ଼ିଛି ପାଚିଲା ଧାନ, ଅମଳ ସମୟରେ ଚାଷୀ । ରାୟଗଡା ଜିଲ୍ଲା ବିଷମକଟକ ରେ ଆଜି ଅନେକ ସ୍ଥାନରେ ଝିପି ଝପି ବର୍ଷା ଲାଗିରହିଛି । ଯାହାକୁ ନେଇ ଚାଷୀମାନଙ୍କ ମଧ୍ୟ୍ୟରେ ଭୟର ଵାତାବରଣ ଦେଖିବାକୁ ମିଳିଛି । ଯଦି ବର୍ତ୍ତମାନ ସମୟରେ ଅଧିକ ବର୍ଷା ହୁଏ ତେବେ ସମସ୍ତ ଚାଷ କ୍ଷତିଗ୍ରସ୍ତ ହୋଇଯିବ । ତେଣୁ ତରବରିଆ ଭାବେ କିଏ ନିଜର ଧାନକୁ ଘରକୁ ଉଠାଇ ନେଲେଣି ତ ପୁଣି କିଏ ସେହି ଚାଷ ଜମିରେ ନିଜର ପାଚିଲା ଧାନକୁ ପଞ୍ଜାଇ ରଖିଲେଣି । ତେଣୁ ବର୍ତମାନ ଶସ୍ୟ ଅମଳର ସମୟ ହୋଇଥିବାରୁ ସମଗ୍ର ଓଡ଼ିଶାରେ ସମାନ ସ୍ଥିତି ଦେଖିବାକୁ ମିଳୁଛି ବଙ୍ଗପ୍ରସାଗର ରେ ସୁଷ୍ଟି ହୋଇଥିବା ବାତ୍ୟା ମିଗଜମ ର ପ୍ରଭାବରେ ଓଡିଶା ର ଅନେକ ଜାଗା ରେ ଡରାଉଛି ଅଦିନିଆ ବର୍ଷା । ଯାହାକୁ ନେଇ ଚିନ୍ତାରେ ବିଷମକଟକ ଚାଷୀ କୁଳ ଏଥି ମଧ୍ୟ ରେ ଭାରତୀୟ ପାଣିପାଗ ବିଭାଗ କହିଛି ପୁଣି ଦୁଇ ଦିନ ଲାଗି ରହିବ ବର୍ଷା ଯାହା କି ଚାଷୀ ମାନଙ୍କ ଦୁଃଖ କୁ ବଡେଇଦେଇଛି ଚାଷୀ ମାନଙ୍କ ସମସ୍ୟା କୁ ରାଜ୍ୟ ସରକାର ସହାୟତା କଲେ ଚାଷୀ ମାନେ ଉପକୃତ ହେବେ ବୋଲି ଚାଷୀ ମାନେ ଗୁହାରି କରିଛନ୍ତି |

 

Leave a Reply

Your email address will not be published. Required fields are marked *