ଅଧା ବାଟରୁ ଫେରିଲେ ମେଧା ପାଟେକର

ଫୋକସ ପ୍ଲସ ୭/୬/୨୨(ପାରାଦ୍ବୀପ): ଜିନ୍ଦଲ ବିସ୍ତାବିତ ଢିଙ୍କିଆ ଗ୍ରସ୍ତ ରେ ମେଧା ପାଟକର | ନର୍ମଦା ବଞ୍ଚାଓ ଆନ୍ଦୋଳନର ମୁଖ୍ୟ କର୍ଣ୍ଣଧାର ନାରୀ ନେତ୍ରୀ ମେଧା ପାଟକର ବହୁ ଚର୍ଚିତ ଢିଙ୍କିଆ ଆସୁଥିବା ବେଳେ ସେ କୁଜଙ୍ଗ ସମାଗୋଳ ଜେଲ କୁ ଯାଇ ଢିଙ୍କିଆ ପ୍ରକଳ୍ପ ବିରୋଧି ନେତା ଦେବେନ୍ଦ୍ର ସ୍ୱାଇଁ ଙ୍କୁ ଭେଟିଛନ୍ତି | କୁଜଙ୍ଗ ରୁ ସେ ଢିଙ୍କିଆ ଆସୁଥିବା ବେଳେ ତାଙ୍କୁ ଗ୍ରାମ ଭିତରେ ପୁରାଇ ନଦେବାକୁ ସପକ୍ଷବାଦୀ ମାନେ ବିରୋଧ କରିବାରୁ ଅଧା ବଟରୁ ଫରିଛନ୍ତି | ଢିଙ୍କିଆ ରେ ପୂର୍ବରୁ ପୋସ୍କ ସମୟ ରେ ମେଧା ପାଟକର ୨୦୧୧ ମସିହାରେ ଆସିଥିଲେ, ଆଜି ଜିନ୍ଦଲ ପ୍ରକଳ୍ପ କୁ ନେଇ ସେଠାରେ ସ୍ରୁଷ୍ଟି ହୋଇଥିବା ଅସ୍ଥିରତା ଓ ଲୋକଙ୍କ ଉପରେ ମାଡ , ଜୋରଜବରଦସ୍ତି ପାନ ବରଜ ଭାଙ୍ଗିବା ଓ ଗଛ କାଟିବା ନେଇ ସେଠାରେ ଉପୁଜିଛି ସମସ୍ୟା | ଯାହାକୁ ନେଇ ଲୋକ ମାନେ ଭୟରେ ଥିବା ଅଭିଯୋଗ ହୋଇଥଲା, ଏବଂ ଜିନ୍ଦଲ ପ୍ରକଳ୍ପର ମୁଖ୍ୟ ବିରୋଧୀ ଦେବେନ୍ଦ୍ର ସ୍ବାଇଁ ଙ୍କ ପରିବାର ଲୋକଙ୍କୁ ମେଧା ପାଟକର ଙିକ ଭେଟିବାର କାର୍ଯ୍ୟକ୍ରମ ରହିଥିଲା | ଭେଟିବାକୁ ଗଲାବେଳେ ପାଟଣା ଢିଙ୍କିଆ ମଝି ରାସ୍ତାରୁ ଜିନ୍ଦଲ ପ୍ରକଳ୍ପର ସପକ୍ଷବାଦୀ ମାନେ ବିରୋଧ କରିବାରୁ ଫେରି ଯାଇଥିଲ |

ପାରାଦ୍ବୀପ ରୁ ମନୋଜ ସାହୁ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *