ଅଧା ରହିଗଲା ତାଳଦା ସେତୁ

ଫୋକସ ପ୍ଲସ(ଅସ୍ତରଙ୍ଗ)୧୧/୦୮/୨୦୨୨: ଅଧା ପାନ୍ତିରିଆ କାମ କରି ଦୁଇ ଦୁଇ ଟି ଠିକା ସଂସ୍ଥା ଛୁ…! ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ ଅନ୍ତର୍ଗତ ଖଣ୍ତାସାହି ତାଳଦା ମଧ୍ୟ ଭାଗରେ ପ୍ରବାହିତ ଦେବୀ ନଦୀ ଉପରେ ନିର୍ମାଣ ଧୀନ ତାଳଦା ସେତୁ ସରିବାର ନା ଧରୁନି ା୨୦୧୩ ମସିହା ଜାନୁଆରୀ ମାସରେ ଓଡିଶା ର ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାର ସିଳା ନ୍ୟାସ କରି ୨ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ସାଧାରଣ ଲୋକଙ୍କୁ ପ୍ରତିଶୃତି ଦେଇଥିଲେ ମାତ୍ର ଏହାକୁ 9ବର୍ଷ ପୁରୀ ଯାଇଥିବା ବେଳେ କାର୍ଯ୍ୟ ଏ ପର୍ଯ୍ୟନ୍ତ ସରିନାହିଁ ା ସୂଚନା ମୁତାବକ ୨୦୧୪ ଜାନୁଆରୀମାସରେ କଲିକତାର ରୟାଲ କନଷ୍ଟ୍ରକସନ 33 କୋଟି ଟଙ୍କା ବ୍ୟୟରେ ୨ ବର୍ଷରେ କାର୍ଯ୍ୟ ସାରିବା ପାଇଁ ପତ୍ରରେ ସ୍ବାକ୍ଷର କରି 6 ବର୍ଷ ରେ ଛାଡି ଅଧାରୁ ଛୁ ମାରିଲା,ପରେ ଆଉ ଏକ ସଂସ୍ଥା 11କୋଟି ଟେଣ୍ଡର ନେଲା କିନ୍ତୁ ନିର୍ଧାରିତ ସମୟରେ ନାସାରୀ ସେ ବି ଛୁ ମାରିଲା,କାର୍ଯ୍ୟକୁ ପୁରିଲାଣି 9ବର୍ଷ ଏ ପର୍ଯ୍ୟନ୍ତ କାର୍ଯ୍ୟ ସରିନଥିବାରୁ ସାଧାରଣ ଲୋକଙ୍କ ମନରେ କ୍ଷବ ପ୍ରକାଶ ପାଇଛି ା

ସେତୁ ଟି ଦେବି ନଦୀର ଭିତରେ ଅଧା ଅବସ୍ଥାରେ ରହିଛି,ରଡ ରେ କଳଙ୍କ ଲାଗିଯିବା ସହିତ ଛାତରେ ମଧ୍ୟ ଗୋଡି ବାହାରିଲାଣି ାସବୁଠୁ ବିଡ଼ମ୍ବନା ର ବିଷୟ ହେଲା କଲିକତାର ଠିକା ସଂସ୍ଥା ପେଡି ପୁଟୁଳା ବାନ୍ଧି ଛୁ ମାରିଥିବା ବେଳେ ପ୍ରଶାସନ ପକ୍ଷରୁ ରି ଟେଣ୍ଡର ରେ ବ୍ୟାପକ ଅନିୟମିତତା କରାଯାଇ ଥିବାର ପ୍ରମାଣ ମିଳୁଛି
ଅଭିଯୋଗ ଅନୁସାରେ ରି ଟେଣ୍ଡର ପାଇଥିବା ଠିକାଦାର ସ୍ଥାନୀୟ ତାଳଦା ଗ୍ରାମର ବିଜେଡି ତଥା ମନ୍ତ୍ରୀ ତୃଷାର କାନ୍ତି ବେହେରା ଙ୍କ ଏକାନ୍ତ ଅନୁଗତ୍ୟ l ଠିକାଦାର ଙ୍କ ପୁତ୍ର ଏବେ ବିଜେଡି ସକ୍ରିୟ ରାଜନୀତି ରେ ରହି ତାଳଦା ଗ୍ରାମ ପଂଚାୟତ ରେ ସରପଞ୍ଚ ରହିଛନ୍ତି I ତାଳଦା ବିଜୁ ସେତୁ ଟେଣ୍ଡର ପାଇଁ ମନ୍ତ୍ରୀ ଙ୍କ ଜରିଆରେ ବ୍ୟାପକ ଅନିୟମିତତା କରାଯାଇଛି I ସେତୁ ର ନିମ୍ନମାନ କାମ ବିରୁଦ୍ଧରେ ମୁହଁଖୋଲିଲେ ଗାଁରେ କଙ୍ଗାରୁ କୋଟ ରେ ଏକଘରକିଆ ସହିତ ବିଭିନ୍ନ ଧମକ ଦେଇଥାନ୍ତି ସ୍ଥାନୀୟ ଠିକାଦାର I ବିଜୁ ସେତୁ ନାମରେ ତାଳଦା ବାସୀଙ୍କୁ ଲଳିପପ ଧରେଇ ଦିଆଯାଉଛି I ନିର୍ବାଚନ ବୈତରଣୀ ପାରିହେବା ସହ ମୋଟା ଅଙ୍କର PC ପାଇଁ ବାର ବାର ଟେଣ୍ଡର ପୁଣି କ୍ୟାନସେଲ କରାଯାଉଛି ବୋଲି କହିଛନ୍ତି |ଅନ୍ୟ ପଟେ ବିଜେପି ନେତା ରବି ମଲ୍ଲିକକହିଛନ୍ତି l କାହିଁକି ଓ କିପରି ବିଜେଡି ର ଏକ ଠିକାଦାର ଟେଣ୍ଡର ପାଇଲେ ଏବଂ ଟେଣ୍ଡର କ୍ୟାନସେଲ ପୂର୍ବରୁ 10କୋଟି ଲୁଟିଲେ ଏହାର ତଦନ୍ତ ସହିତ ଆଗକୁ ବର୍ଷା ଦିନ ଥିବାରୁ ତଳଦା ବ୍ରିଜ ଯୁଦ୍ୟ କାଳୀନ ଭିତିରେ ନାସରିଲେ ବିଜେପି ରାଜରାସ୍ତା କୁ ଓଲେହିବ l

ସବୁ ଜାଣି କିଛି ଜାଣିନଥିବା କହିଛନ୍ତି ବିଭାଗର JE ,ଟେଣ୍ଡର ବାତିଲ ହୋଇଥିବା ଗ୍ରାମ ଉନୟନ କହିଥିବା ବେଳେ je କୁହନ୍ତି ବର୍ଷା ପାଇଁ କାମ ବନ୍ଦ lଏଇଠି ପ୍ରଶ୍ନ ଉଠେ ପ୍ରଶାସନ ର ସଂସ୍ଥା ପ୍ରତି ଏତେ ଅନୁକମ୍ପା କାହିଁକି? ଯେଉଁଠି ପ୍ରଖର ସ୍ରୋତ ସତେ ଅନେକ ବଡ ବଡ ସେତୁ ହେଉଛି ତାଳଦା ବ୍ରିଜ କାହିଁକି ନୁହେଁ?ାକାର୍ଯ୍ୟ ଆରମ୍ଭ ପୂର୍ବରୁ ସେତୁ ପୂର୍ଣାଙ୍ଗ ପାଇଁ ୩୦ କୋଟି ବ୍ୟୟ କିପରି ଆକଳନ କରାଗଲା ଯାହା 45 କୋଟି ରେ ବି ପୂର୍ଣ୍ଣାଙ୍ଗ ହେଉନି ? ସେତୁ ନିର୍ମାଣ ପୂର୍ବରୁ ପ୍ରାକ ଆକଳନ,ମାଟିପରିକ୍ଷା,କ୍ଷେତ୍ରପରିଦର୍ଶନ ଓ ବ୍ୟୟ ଅଟକଳ ବିଭାଗୀୟ ବୈସୟୀକ ପରାମର୍ଶ କିପରି କରିଥିଲେ? ପ୍ରଶାସନ ଓ ଠିକାସଂସ୍ଥା ମଧ୍ୟରେ କିଛି ଅଦୃଶ୍ୟ ଚୁକ୍ତି ହୋଇନାହିଁ ତ?
କହିବାକୁ ଗଲେ ଚାରିଆଡେ ଦେବୀ ନଦୀ ମଝିରେ ପୁରୀ ଜିଲ୍ଲା ଓ ଜଗତସିଂହପୁର ଜିଲ୍ଲାକୁ ସଲଗ୍ନ କରୁଥିବା ଏକାଧିକ ଅଞ୍ଚଳର ଲୋକ ପ୍ରତ୍ୟକ ଦିନ ଜରୁରୀ କାର୍ଯ୍ୟ ପାଇଁ କାକଟପୁର ଉପରେ ନିର୍ଭର କରିଥାନ୍ତି ଯାହାପାଇଁ ବୃଧ ଠାରୁ ସିସୁ ପର୍ଯ୍ୟନ୍ତ ସମସ୍ତେ ଡଙ୍ଗା ମାଧ୍ୟମରେ ଯା ଆସ କରନ୍ତି ଯଦି ଏମାନଙ୍କର କିଛି ଅଘଟଣ ଘଟିଲା ତାହା ପାଇଁ ଦାୟୀ କିଏ ରହିବ,ସବୁଦିନ ଦୁଃଖସୁଖ ରେ ସାଥିହେଉଥିବା ନାଉରିଆ ନା ପ୍ରଶାସନ |

ଅସ୍ତରଙ୍ଗ ରୁ ତ୍ରିଲୋଚନ ବେହେରା ଫୋକସ ପ୍ଳୋସ |

Leave a Reply

Your email address will not be published. Required fields are marked *