ଅଧିକ ତୈଳ ଯୁକ୍ତ ଖାଦ୍ୟ ଖାଇଲେ ହୋଇପାରନ୍ତି ଅନେକ ସମସ୍ୟାର ସମ୍ମୁଖୀନ

ଫୋକସ ପ୍ଲସ 24/2/23(ବ୍ୟୁରୋ):ଏମିତି କିଛି ବ୍ୟକ୍ତି ଥାନ୍ତି ଯେ କି ତୈଳ ଯୁକ୍ତ ଖାଦ୍ୟ ଖାଇବାକୁ ଖୁବ ପସନ୍ଦ କରିଥାନ୍ତି | ସେ ଛଣା ଛାଣି ଖାଦ୍ୟ ହେଉ କିମ୍ୱା ମସଲାଯୁକ୍ତ ଖାଦ୍ୟ | ଏଥି ପ୍ରତି କୌଣସି ଦୃଷ୍ଟି ଦେଇନଥାନ୍ତି | କିନ୍ତୁ ସମସ୍ତେ ନିଜ ତ୍ୱଚାକୁ ନେଇ ଭାରି ଚିନ୍ତିତ ଥାନ୍ତି । ସୁନ୍ଦର ଦେଖାଯିବା ପାଇଁ ଝିଅମାନେ ଭିନ୍ନ ଭିନ୍ନ ଉପାୟ ମଧ୍ୟ ଆପଣାନ୍ତି। ହେଲେ ବେଳେ ବେଳେ ଅଧିକ ତୈଳାକ୍ତ ଖାଦ୍ୟ ଖାଇ ମୁହଁରେ ଅନେକ କିଛି ବାହାରିଥାଏ। ଯେପରିକି ମୁହଁରେ ବ୍ରଣ ବାହାରିବା। ଚର୍ମରେ କୁଞ୍ଚନ ସୃଷ୍ଟି ହେବା । ଏପରିକି ବୟସ ପୂର୍ବରୁ ମଧ୍ୟ ଅନେକଙ୍କ ଚେହେରାରେ ରିଙ୍କଲ୍ସ ଦେଖାଯିବା ।

ତେବେ ଏଥିପାଇଁ ବିଶେଷ କରି ଖାଦ୍ୟ ପେୟ ଓ ଜୀବନଶୈଳୀ ଦାୟୀ ।ପାଟିକୁ ମସଲା ଯୁକ୍ତ ତଥା ତୈଳାକ୍ତ ଖାଦ୍ୟ ସୁଆଦିଆ ଲାଗିଥାଏ। ଏହାକୁ ନଖାଇବା ପାଇଁ ଇଚ୍ଛା ନଥିଲେ ବି ମନ ହୁଏ। ତେଣୁ ଚର୍ମ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ । ଠିକ ସେହିପରି ଚିନି, ଅଧିକ ଚିନି ଖାଇବା ଦ୍ୱାରା ଧିରେ ଧିରେ ଚେହେରାର ଚମକ କମିଯାଏ ଓ ଶୁଷ୍କ ହୋଇ ଏଥିରେ ଚର୍ମ କୁଞ୍ଚନ ଦେଖାଯାଏ । ତେଣୁ ଏହାକୁ ନ ଖାଇବା ଦେହ ପାଇଁ ଖୁବ ଭଲ ହୋଇଥାଏ।ଚେହେରାର ଚମକ ବଢାଇବାକୁ ଚାହୁଁଥିଲେ ନିଜ ଦୈନନ୍ଦିନ ଖାଦ୍ୟରେ ସିଝା ଖାଦ୍ୟ ଏବଂ ଖୁବ କମ୍ ତେଲ ବ୍ୟବହାର ହୋଇଥିବା ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ । ତେବେ ଯାଇ ଆପଣଙ୍କ ମୁହଁ ସୁନ୍ଦର ଦେଖାଯିବା ସହ ଚିକଣ ରହିବ। ତେବେ ଏନେଇ ଅନେକ ଉପାୟ ମଧ୍ୟ ଅଛି ନିଜକୁ ସୁନ୍ଦର ଓ ସୁସ୍ଥ ରଖିବାକୁ |

Leave a Reply

Your email address will not be published. Required fields are marked *