ଅଧିକ ଲୁଣ ଖାଉଛନ୍ତି କି ?

ଅଧିକ ଲୁଣ ଖାଇଲେ ହୋଇଯାଆନ୍ତୁ ସାବଧାନ । ଏହା ଆପଣଙ୍କ ଶରୀରକୁ ପହଞ୍ଚାଇପାରେ କ୍ଷତି । ହଁ ଆଜ୍ଞା ଏମିତି କିଛି ତଥ୍ୟ ଦେଇଛି ଡବ୍ଳୁ.ଏଚ୍‌. ଓ ।

ଲୁଣ, ଖାଇବାକୁ ସ୍ୱାଦିଷ୍ଟ କରିବାରେ ଏକ ପ୍ରମୁଖ ମାଧ୍ୟମ । ଯଦି ଖାଇବାରେ ଲୁଣ ଅଧିକା କିମ୍ବା କମ୍ ହେଉଯାଏ ତାହେଲେ ଖାଇବା ସ୍ୱାଦ ହୀନ ହୋଇଯାଏ । ହେଲେ ଆମେ ଲୁଣକୁ ଠିକ୍ ମାତ୍ରାରେ ଖାଇବା ଅବଶ୍ୟକ । କାହିଁକି ନା ଯେକୌଣସି ଖାଦ୍ୟ ପଦାର୍ଥକୁ ଅଧିକ ଖାଇବା ଦେହ ପ୍ରତି ହାନୀକାରକ ଅଟେ । ସେହିଭଳି ଲୁଣକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ଚିନ୍ତା ଜନକ ତଥ୍ୟ ଆସିଛି । ଆପଣମାନେ ଯଦି ଲୁଣ ଅଧିକ ଖାଉଛନ୍ତି ତାହେଲେ ଏହା ଆପଣଙ୍କ ସ୍ୱାସ୍ୟ ଉପରେ ଅଧିକ ପ୍ରଭାବ ପକାଇପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପରାମର୍ଶ ଅନୁସାରେ ଜଣେ ବ୍ୟଙ୍କିଙ୍କୁ ଦିନରେ ୫ ଗ୍ରାମରୁ ଅଧିକ ଲୁଣ ଖାଇବା କଥା ନୁହେଁ । ଅଧିକ ଲୁଣ ଖାଇଲେ ଆପଣଙ୍କ ଶରିରକୁ ପ୍ରଭାବିତ କରିଥାଏ । ବିଟ୍ରେନର ଏକ ସଂସ୍ଥା ଆକ୍ସନ ଅନ ସଲ୍ଟ ରିପୋର୍ଟ ଦେଖିଲେ ଆପଣଙ୍କ ଚିନ୍ତା ବଢିଯିବ ।ସ୍ୱାସ୍ଥ୍ୟ ପକ୍ଷେ ଭଲ ଖାଦ୍ୟ ତଥା ହେଲଦି ଖାଦ୍ୟ କୁହାଯାଉଥିବା ୧୧୯ ଖାଦ୍ୟର ମାନକୁ ନେଇ ଏକ ପରୀକ୍ଷା କରାଯାଇଥିଲା । ୪୩ ପ୍ରତିଶତରୁ ଅଧିକ ଖାଦ୍ୟରେ ଲୁଣ, ଚିନି, ଫ୍ୟାଟ୍ ଅଧିକ ରହିଛି । ବଜାରରେ ପ୍ୟକେଟ ଖାଦ୍ୟକୁ ହେଲଦି କହି ବିକ୍ରି କରାଯାଉଛି । ଲଣ୍ଡନର କୁଇନମେରି ବିଶ୍ୱବିଦ୍ୟାଳୟର ଏହି ରିସର୍ଚ୍ଚ ଟିମ୍ କହିଛି, ଯେଉଁ ଖାଦ୍ୟରେ କମ ଲୁଣ ଥିବା ଲେଖାଯାଉଛି ସେଥିରେ ମଧ୍ୟ ଲୁଣର ମାତ୍ରା ଅଧିକ ରହୁଛି ।
ଗୋଟିଏ ଦିନର ଲୁଣର ଆବଶ୍ୟକତା ୫ ଗ୍ରାମ
ବ୍ରିଟେନରେ ବିକ୍ରି ହେଉଥିବା ୧୦୦ ଗ୍ରାମର ଚିପ୍ସ ପ୍ୟାକେଟରେ ୩.୬ ଗ୍ରାମ ଲୁଣ ରହୁଛି
ସମୂଦ୍ର ୧୦୦ ଗ୍ରାମ ପାଣିର ୩. ୫ ଗ୍ରାମ ଲୁଣ ମଳିଥାଏ
କିନ୍ତୁ ଲୋକେ ସମୁଦ୍ର ପାଣି ପିଉନାହାଁନ୍ତି ହେଲେ ଖାଦ୍ୟ ଖାଉଛନ୍ତି
ଭାରତରେ ମଧ୍ୟ ସମାନ ଢଙ୍ଗରେ ଖାଦ୍ୟରେ ଏଭଳି ଲୁଣ ମିଶୁଛି
ସେଣ୍ଟର ଫର ସାଇନ୍ସ ଏନଭରମେଣ୍ଟ ରିପୋର୍ଟ ଏହାର ଖୁଲାସା କରିଛି
ଦିଲ୍ଲୀରେ ଏଭଳି ୩୩ ପ୍ରକାରର ଖାଦ୍ୟର ନମୂନା ନେଇ ପରୀକ୍ଷା କରାଯାଇଥିଲା
୧୪ ଟି ନମୂନା ଯେଉଥିରେ ଚିପ୍ସ, ନମଙ୍କିନ ଓ ସୁପ ଥିଲା
୧୯ ଟି ସାମ୍ପୁଲରେ ପିଜା, ବର୍ଗର, ଫ୍ରେଚ୍ ଫ୍ରାଇସ ଥିଲା
୩୦ ଗ୍ରାମ ଚିପ୍ସ ପ୍ୟାକେଟରେ ୫. ୧ ଗ୍ରାମ ଲୁଣ ଥିଲା
୨୩୦ ଗ୍ରାମ ଆଳୁ ଭୁଜିଆରେ ଲୁଣ ୭ ଗ୍ରାମ ଥିଲା
ଲୁଣର ମାତ୍ରା ଅଧିକ ରହଥିବା ଖାଦ୍ୟରେ ସାକାହାରୀ ଖାଦ୍ୟ ଭଳି ଚିହ୍ନ ରଖିବାକୁ ପରାମର୍ଶ
ଖାଦ୍ୟରେ ସ୍ୱାଦ ଅନୁସାରେ ନୁହେଁ ସ୍ୱାସ୍ଥ୍ୟ ଅନୁସାରେ ଲୁଣ ପକାଇବାକୁ ଡାକ୍ତରଙ୍କ ପରାମର୍ଶ
ଭାରତରେ ଉଚ୍ଚ ରକ୍ତଚାପ ସମସ୍ୟା ୨୦ କୋଟିରୁ ଅଧିକ ଲୋକଙ୍କର ଅଛି
ହାର୍ଟ ରୋଗୀଙ୍କ ସଂଖ୍ୟା ୪ କୋଟିରୁ ଅଧିକ
କିଡନୀ ରୋଗୀଙ୍କ ସଂଖ୍ୟା ୫ ଲକ୍ଷରୁ ଅଧିକ
ଏସବୁ ଅଧିକ ଲୁଣ ଖାଇବା ଯୋଗୁ ହୋଇଥାଏ

Leave a Reply

Your email address will not be published. Required fields are marked *