ଅନଭିଜ୍ଞ ଜେଇ କୁ ଠକ ଠିକାଦାର

ଫୋକସ ପ୍ଲସ (କଳାହାଣ୍ଡି)୨୩/୦୭/୨୦୨୨: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ମଡେଲ NAC ରେ ବିକାଶ ର ଚିତ୍ର ଉପରେ ଚକାଚକ ଭିତରେ ଫମ୍ପା।ଜୁନାଗଡ଼ ସହରର ୧no ୱାର୍ଡ ହିଂଜିଲି ବାହାଲି ଷ୍ଟାଡିୟମ ପଡା ଯିବା ରାସ୍ତାରେ ଏକ ନିମ୍ନମାନର ରାସ୍ତା ନିର୍ମାଣ ହେବାର ନଜର ଆସିଛି।ବିନା ସୂଚନା ଫଳକ ରେ କେତେ ଟଙ୍କା ର କାମ ଓ କୋଉ ବିଭାଗର କାମ ଲୋକଙ୍କ ପାଖରେ ସୂଚନା ନାହିଁ ।ପେବର ବ୍ଲକ କାମ ହେଉଛି କିନ୍ତୁ ନା ବାଲି ଭଲ ରେ ଫିଲିଙ୍ଗ ହେଉଛି ନା ସାଇଡ ୱ।ଲ ହେଇଛି।କାମ ପାଖରେ ନା ବିଭାଗୀୟ ଅଧକାରୀ କି ସମ୍ପୃକ୍ତ ଠିକାଦାର ଙ୍କ ଦେଖାନାହିଁ।ପୂର୍ବରୁ ମଧ୍ୟ ମୁକ୍ତା ଯୋଜନାରେ ସହରର ରାସ୍ତା ପ୍ରଶସ୍ତି ସହିତ ସୌନ୍ଦର୍ୟିକରଣକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ହେଇଛି। କାମ ହେଇକି ୬ ମାସ ନ ପୁରୁଣୁ ବର୍ଷାରେ ପେବରବ୍ଲକ କାମ ଭୁଶୁଡି ଗଲାଣି। ସମ୍ପୃକ୍ତ ଜେଇ ନାରାୟଣ ମହାରଣା ଙ୍କୁ ପଚାରି ବାରୁ କାମ ଆରମ୍ଭ ହେଇନଥିବା କହି ଥିବା ବେଳେ କାମ କୁ ତରବରିଆ ଭାବରେ କରି ଠିକାଦାର ଲୁଟିବାର ଉଦ୍ୟମ କରୁଛନ୍ତି।ଜେଇ ବାବୁ ଓ ଠିକାଦାର ର ମଧୁଚନ୍ଦ୍ରିକା ଥିବା ଲୋକେ ଆଲୋଚନା ହେଉଛି।

ଜୁନାଗଡ଼ କଳାହାଣ୍ଡିରୁ ଉଗ୍ରସେନ କନ୍ଧପାନଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *