ଅନାଥ ପିଲା ମାନଙ୍କୁ ଥଇଥାନ କରିବା ପାଇଁ ଅଭିନବ

ଫୋକସ ପ୍ଲସ(ପାରଳାଖେମୁଣ୍ଡି)୨/୦୮/ ୨୦୨୨: ଆଜି ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲାପାଳଙ୍କ ପକ୍ଷରୁ ଜିଲ୍ଲା ର ଅନାଥ ଶିଶୁମାନଙ୍କୁ ପରିବାର ଯୋଗାଇ ଦେବା ପାଇଁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଏ ଅବସରରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୮୦ ପ୍ରତିଶତ ମାର୍କ ରଖି ସଫଳତା ହାସଲ କରିଥିବା ମା ବାପା ନଥିବା ପିଲା ମାନଙ୍କ ସହ ମିଶି କିଛି ସମୟ ଅତିବାହିତ କରି ତାଙ୍କ ସହ ଭୋଜନ କରି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କୁ ଗୋଟିଏ ଲେଖାଏଁ ବେଗ୍ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ପିଲାଙ୍କୁ ସେମାନଙ୍କ ବୋଧିକ, ସାମାଜିକ, ଶାରୀରିକ ଓ ମାନସିକ ବିକାଶ ପାଇଁ ସରକାରଙ୍କ ବିଭିନ୍ନ ଯୋଜନାରେ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କହିଛନ୍ତି । ଏ ସବୁ କାର୍ଯ୍ୟକ୍ରମ କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସଦସ୍ୟ ମାନେ ପରିଚାଳନା କରିଥିଲେ ।

 

ପାରଳାଖେମୁଣ୍ଡି, ପ୍ରେମାନନ୍ଦ ପଣ୍ଡା ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *