ଅନୁଗୁଳ ଟାଉନ ଥାନା ପିସ୍ତଲ ଓ ଗୁଳି ସହ ଜଣେ ଯୁବକକୁ ଗିରଫ କରିଛି |

ଅନୁଗୁଳ11/01/2024: ଅନୁଗୁଳ ଟାଉନ୍ ଥାନା ପିସ୍ତଲ ଓ ଗୁଳି ସହ ଜଣେ ଯୁବକକୁ ଗିରଫ କରିଛି। ଯୁବକ ଜଣଙ୍କ ହେଲେ ଅନୁଗୋଳ ସହର ରାଧାରମଣପଡାର ତୁଫାନ ଦେହୁରୀ । ସୂଚନା ଯେ, ଅନୁଗୋଳ ହାକିମପଡା ଅଞ୍ଚଳରେ ଜଣେ ଯୁବକ ବେଆଇନ ଭାବେ ବନ୍ଧୁକ ରଖିଥିବା ଖବର ପାଇ ଅନୁଗୋଳ ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ତୁଫାନ ନିକଟରୁ ଏକ ଦେଶୀ ପିସ୍ତଲ ସହ ୫ ରାଉଣ୍ଡ ଜୀବନ୍ତ ଗୁଳି ଜବତ ହୋଇଥିଲା । ବେଆଇନ ଭାବେ ବନ୍ଧୁକ ଓ ଗୁଳି ରଖିବା ଅପରାଧରେ ପୋଲିସ ତୁଫାନକୁ ଗିରଫ କରି କୋର୍ଟ ଚାଲାଣ କରିଛି । ତୁଫାନ ଏହି ବନ୍ଧୁକ ଦେଖାଇ ବିଭିନ୍ନ ବ୍ୟବସାୟୀ ଓ ଦୋକାନୀଙ୍କୁ ଧମକାଇ ଟଙ୍କା ଆଦାୟ କରିବାକୁ ଯୋଜନା କରିଥିଲା ବୋଲି ଥାନା ଅଧିକାରୀ ଧୀରେସ କୁମାର ଦାସ କରିଛନ୍ତି । ତୁଫାନ ପୂର୍ବରୁ ଅନେକ ହତ୍ୟା , ଲୁଟ ଓ ଛିନତାଇ ମାମଲାରେ ଅଭିଯୁକ୍ତ ଅଛି ବୋଲି ମଧ୍ୟ ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *