ଅନୁଗୁଳ ଶୈଳଶ୍ରୀକ୍ଷେତ୍ର ଠାରେ ଶ୍ରୀଜଗନ୍ନାଥ ସେନା ତରଫରୁ ଶ୍ରୀମନ୍ଦିର ଚାରି ଦୁଆର ଖୋଲିବା ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ କୁ ନେଇ ପ୍ରତିବାଦ।

ଅନୁଗୁଳ11/01/2024: ଅନୁଗୁଳ ଶୈଳଶ୍ରୀକ୍ଷେତ୍ର ଠାରେ ଶ୍ରୀଜଗନ୍ନାଥ ସେନା ତରଫରୁ ଶ୍ରୀ ଜଗନ୍ନାଥ ମନ୍ଦିର ଚାରି ଦୁଆର ଖୋଲା ନ ଯିବା, ରତ୍ନ ଭଣ୍ଡାର ନ ଖୋଲାଯିବl ଓ ସରକାର ଙ୍କ ଦ୍ୱାରା ପରିକ୍ରମା ରଥ ପାଇଁ ହେଉଥିବା ଖର୍ଚ୍ଚ ପ୍ରତିବାଦରେ ସିଂହ ଦ୍ୱାର ଠାରେ ଦୀପ ଦାନ କରି ବ୍ୟାନର ଧରି ଜଗନ୍ନାଥ ସଂସ୍କୃତି ବଞ୍ଚାଅ ସ୍ଲୋଗାନ ଦେଇଥିଲେ। ପୁରୀ ମନ୍ଦିରରେ ଗୋଟିଏ ଦ୍ୱାର ଦେଇ ଭକ୍ତ ଧାଡ଼ିବlନ୍ଧି ଯାଇଥିବା ବେଳେ ଭିଡ଼ ଯୋଗୁଁ ବହୁ ଭକ୍ତ ଅଚେତ ହେଉଛନ୍ତି ଓ ମୃତୁ ମୁଖରେ ପଡ଼ୁଛନ୍ତି। ରାଜ୍ୟ ସରକାରଙ୍କ ଦ୍ଵାରା ପୁରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପାଇଁ ଗାଁ ଗାଁ ରେ ଗଡୁଥିବା ପରିକ୍ରମା ରଥ ପାଇଁ ଶହେ ପଞ୍ଚାବନ କୋଟି ଅଠାଅଶି ଲକ୍ଷ୍ୟ ଟଙ୍କା କୁ ବେ ମତଲବ ଖର୍ଚ୍ଚ କରାଯାଉଛି। ପ୍ରତେକ ପଞ୍ଚାୟତ ଓ ଗାଁ ରୁ ଏହି ପରିକ୍ରମା ରଥ ମଧ୍ୟମରେ ଆସୁଥିବା ଆରୁଆଚଉଳ ସବୁ କଣ କରାଯିବ ବୋଲି ଶ୍ରୀଜଗନ୍ନାଥ ସେନl ପକ୍ଷରୁ ପ୍ରଶ୍ନ କରିଛନ୍ତି lଯଦି ଏହାର ଜବାବ ସରକାର ନ ଦିଅନ୍ତି ତାହାଲେ ଆସନ୍ତା ଦିନ ରେ ଶ୍ରୀଜଗନ୍ନାଥ ସେନା ତରଫରୁ ଜୋରଦାର ଆନ୍ଦୋଳନ ହେବ। ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଙ୍କ ନେତୃତ୍ୱରେ ଏହି ପ୍ରତିବାଦ ସଭା ହୋଇଥିବା ବେଳେ ବହୁ ଜଗନ୍ନାଥ ସେନା ସଦସ୍ୟ ଓ ଜଗନ୍ନାଥ ପ୍ରେମୀ ଗଣ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *