ଅନୁଗୁଳ ସହର ରେ ବିନା କାର୍ଯ୍ୟାଦେଶରେ ଠିକାଦାର ସାଜିଛନ୍ତି ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ଵାମୀ ।

ଅନୁଗୁଳ୧୬/୦୧/ ୨୦୨୪: ଅନୁଗୁଳ ବ୍ଲକ ହେଉଛି ଦୁର୍ନୀତିର ଗନ୍ତାଘର | କେତେବେଳେ ମନରେଗା କାମରେ ଦୁର୍ନୀତି ତ କେତେବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହେଉଛି l ଏଭଳି ଏକ ଦୁର୍ନୀତିର ଅଭିଯୋଗ ଆସିଛି ଖୋଦ୍ ବ୍ଲକ୍ ଅଧ୍ୟକ୍ଷା ରାଜଶ୍ରୀ ସାହୁଙ୍କ ସ୍ୱାମୀଙ୍କ ନାମରେ l ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ଵାମୀ ବୋଲି ବଳରାମ ସାହୁ ବିନା କାର୍ଯ୍ୟାଦେଶରେ ଶାବଳଭଙ୍ଗା ଗ୍ରାମରେ ଗତ କାଲି ଏକ କଙ୍କ୍ରିଟ୍ ରାସ୍ତା ନିର୍ମାଣ ହୋଇଥିଲା। ଆଜି ରାସ୍ତା ଟି ଫାଟି ଯିବା ସହ ଦବି ଯାଉଥିବା ଲୋକେ ଦେଖି ନିମ୍ନମାନର କାର୍ଯ୍ୟ ହେଉଥିବାରୁ ବିରୋଧ କରିଥିଲେ। ସୂଚନା ଯେ, ଶାବଳଭଙ୍ଗା ଗ୍ରାମର ଥିବା ଶିବ ମନ୍ଦିର ନିକଟରେ ଗତ କାଲି ଏକ କଙ୍କ୍ରିଟ୍ ରାସ୍ତା ନିର୍ମାଣ ହୋଇଥିଲା । ଆଜି ରାସ୍ତା ଟି ଫାଟି ଯିବା ସହ ଦବି ଯାଉଥିବା ଲୋକେ ଦେଖି ନିମ୍ନମାନର କାର୍ଯ୍ୟ ହେଉଥିବାରୁ ବିରୋଧ କରିଥିଲେ । ଏ ଘଟଣା ବିଷୟରେ ଅନୁଗୋଳ ବ୍ଲକ ଜେଇ ଙ୍କୁ ପଚାରିବାରୁ ସେ କହିଲେ ସେହି କାର୍ଯ୍ୟ ପାଇଁ କୌଣସି ବିଲ୍ ପାସ ହୋଇ ନଥିବା ବେଳେ ୱାର୍କ୍ ଅର୍ଡର ମଧ୍ୟ ଦିଆ ଯାଇ ନାହିଁ। ଏହି କାର୍ଯ୍ୟ ଟି କେମିତି ହେଉଛି ତାହା ମୁଁ ଜାଣି ନାହିଁ। ଏ ଘଟଣା ବିଷୟରେ କଣ୍ଟ୍ରାକ୍ଟର ଜାଣିବା ପରେ ଘଟଣା ସ୍ଥଳରେ ପହଂଚି ଆଉ ଥରେ କାର୍ଯ୍ୟ କରି ଥିବା ସୂଚନା ମିଳିଛି। ଏ ପଟେ ଆଶ୍ଚର୍ଯ୍ୟ ଲାଗୁଛି ଯେ, ୱାର୍କ୍ ଅର୍ଡର ଏବଂ ବିଲ୍ ପାସ ହୋଇ ନଥିବା ବେଳେ କେମିତି କାର୍ଯ୍ୟ କରାଯାଉଛି ତାହା ଏବେ ସନ୍ଦେହ ଘେରରେ ରହିଛି।

Leave a Reply

Your email address will not be published. Required fields are marked *