ଅନୁଷ୍ଠିତ ହେଲା ମା ମାଣିକେଶ୍ବରୀଙ୍କ ଝାମୁଯାତ୍ରା

ଫୋକସ ପ୍ଲସ(କୋଟଗଡ)୧୫/୦୯/୨୦୨୨: କୋଟଗଡ ବାଲିଯାତ୍ରା ମଣ୍ଡପ ରେ ଅନୁଷ୍ଠିତ ହେଲା ମା ମାଣିକେଶ୍ବରୀ ଙ୍କ ପାରମ୍ପରିକ ଝାମୁଯାତ୍ରା |ପ୍ରତି ବର୍ଷ ମା ମାଣିକେଶ୍ବରୀ ଗାଁ ର ଅଧିଷ୍ଠାତ୍ରୀ ଦେଵୀ ମାନବ ଶରୀରରେ ଆବିର୍ଭୁତ ହୋଇଥାନ୍ତି ଏବଂ ଗ୍ରାମର ମଙ୍ଗଳ ପୂର୍ବକ ଲୋକଙ୍କୁ ଆଶ୍ରିବାଦ କରିଥାନ୍ତି |ମାଣିକେଶ୍ବରୀ ମା ଙ୍କ ପରମପୂଜକ କୋଟଗଡ ର ରାଜା ଶରତ ଚନ୍ଦ୍ର ଦେଓ ଙ୍କ କହିବାନୁଯାଇ ମା ଙ୍କ ପ୍ରତିମା ସୁଦୂର ଗୁଣପୁର ରୁ ଵିଧି ବିଧାନ ଅନୁସାରେ ରାଜ ରାଜୁଡା ଅମଳ ରୁ ଅଣାଯାଇ କୋଟଗଡ ରାଜା ଙ୍କ ଘରେ ପୂଜାର୍ଚନା ଚାଲୁରହିଛି |ଚଳିତ ବର୍ଷ ପରି ପ୍ରତିବର୍ଷ ମା ମାଣିକେଶ୍ବରୀ ଙ୍କ ବାଲିଯାତ୍ରା ବା ଝାମୁଯାତ୍ରା ପାଳନ କରାଯାଇଥାଏ |ମା ଙ୍କ ପାଖରେ ମାନସିକଧାରୀ ଏବଂ ଶ୍ରଦ୍ଧାଳୁ ଙ୍କ ପ୍ରବଳ ଭିଡ଼ ଦେଖାଦେଇଥିଲା, ଶ୍ରଦ୍ଧାଳୁମାନଙ୍କ ଜୟ ଜୟ ଧ୍ଵନି ରେ ପ୍ରକମ୍ପିତ ବାଲିଯାତ୍ରାପଡିଆ ଓ ଗାଁ ଦାଣ୍ଡ |ମାଙ୍କ ଏହି ପର୍ବ ମୁଖ୍ୟତଃ କୃଷି ଭିତିକ ପର୍ବ, ଗାଁରେ ବୁଲି ବୁଲି ବିଭିନ୍ନ କୃଷିଜାତ ବୀଜ ସଂଗ୍ରହ ହୋଇ ଗଜା କରାଯାଇ ଏହିଦିନ ମା କଣ୍ଟା ପିଢା ରେ ଝୁଲି, ଖଣ୍ଡାରେ ବସି, ଝାମୁରେ ଚାଲିବ ପରି ଆକର୍ଷଣୀୟ ଦୃଶ୍ୟମାନ ହୋଇଥାଏ ଏବଂ ମାଙ୍କ ପାଖରେ ଗଜାମୁଆଁ, ଛେଳି କୁକୁଡ଼ା ଆଦି ଭୋଗ କରାଯାଇ ପୁରା ଗାଁ ରେ ବଣ୍ଟନ କରାଯାଇଥାଏ, ସମସ୍ତ ଙ୍କ ଅଭିଳାଷ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

Leave a Reply

Your email address will not be published. Required fields are marked *