ଅନୁସୂଚିତ ଜନଜାତି ଆୟୁଗ ଙ୍କୁ ଘେରିଲ ଆଦିବାସୀ

ଫୋକସ ପ୍ଲସ(ହରିଚନ୍ଦନପୁର) ୩୦/୦୭/ ୨୦୨୨: କେନ୍ଦୁଝର ଜିଲ୍ଲା ଦୈତାରୀ ଅଞ୍ଚଳରେ ଦିର୍ଘ ବର୍ଷ ହେଲା ଓଡିଶା ଖଣିଜ ନିଗମ ଓଏମସି ଦ୍ୱାରା ଲୁହା ପଥର ଖନନ କରା ଯାଇ କଂମ୍ପାନୀ ମୁନାଫା କରୁଥିବା ବେଳେ ଖଣି ପ୍ରଭାବିତ ଲୋକ ମାନଙ୍କ ସମସ୍ୟା ଦୁର କରୁ ନଥିବା ଏପରିକି ସ୍ଥାନୀୟ ଲୋକଙ୍କୁ ମୌଳିକ ସୁବିଧା ଯୋଗାଉ ନଥିବା ଅଭିଯୋଗ ହୋଇ ଆସୁଛି । ଏହି ଅଭିଯୋଗ ରାଷ୍ଟ୍ରୀୟ ଅନୁସୂଚିତ ଜନଜାତି ଆୟୋଗ ନିକଟରେ ପହଁଚିବା ପରେ କମିସନର ଶ୍ରୀଯୁକ୍ତ ଅନନ୍ତ ନାଏକ ଦୈତାରୀ ଖଣି ପ୍ରଭାବିତ ଆଦିବାସୀଙ୍କ ସମସ୍ୟା ଅନୁଧ୍ୟାନ କରି ଫେରିବା ସମୟରେ ଭଗାମୁଣ୍ଡା ଠାରେ ହରିଚନ୍ଦନପୁରର ୩୩ନମ୍ବର ଜୋନ ଜିଲ୍ଲା ପରିଷଦ ସମେତ ଅଞ୍ଚଳର ଅନେକ ଆଦିବାସୀ ଲୋକମାନେ ରାସ୍ତାରେ ତାଙ୍କୁ ଅଟକାଇ ଗୋ ବ୍ୟାକ ନାରା ଦେଇଥିଲେ । ହରିଚନ୍ଦନପୁର ପରି ଆଦିବାସୀ ଅଞ୍ଚଳରେ ସଠିକ ଭାବେ ଆଦିବାସୀ କଲ୍ୟାଣ ଯୋଜନା କାର୍ଯ୍ୟକାରୀ ହେଉ ନଥିବା ଅଭିଯୋଗ କରି ନାରାବାଜି କରିଥିଲେ । ଦିର୍ଘ ସମୟ ଧରି ଅଟକ ରଖିବା ପରେ ବିରୋଦ୍ଧକାରୀ ରାସ୍ତାରୁ ହଟିଥିଲେ । ତେବେ ପୂର୍ବରୁ ନାଏକ ବିଜେପି ଏମପି ରହିଥିବା ବେଳେ ମଧ୍ୟ ହରିଚନ୍ଦନପୁର ଅଞ୍ଚଳରେ କୌଣସି ବିକଶିତ କାର୍ଯ୍ୟ କରିନଥିଲେ ଏବେ ୨୦୨୪ନିର୍ବାଚନ କୁ ଆଖିରେ ଆଖି ସଂଘଠନ କହୁଥିବା ଚର୍ଚ୍ଚା ହେଉଛି । ନାଏକ କେବେଳ ଖଣି ଅଞ୍ଚଳ ଗସ୍ତ କରୁଥିବାରୁ ଲୋକେ ବିରୋଧ କରିବା ସହ ସମସ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କଥା ଚିନ୍ତାକାରନ୍ତୁ ବୋଲି ଦାବି କରିଥିଲେ ।

ହରିଚନ୍ଦନପୁର ରୁ ଲକ୍ଷ୍ମଣ କୁମାର ମହାନ୍ତଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *