ଗଞ୍ଜାମ୩୦/୦୧/୨୦୨୪: ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଉପକୂଳବର୍ତ୍ତୀ ସୁନାପୂର ବେଳାଭୁମି ଆନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ବିଚ୍ ର ମାନ୍ୟତା ପାଇଛି। ରାଜ୍ୟର ଦୁଇଟି ବେଳାଭୁମି ପୁରୀ ଓ ସୁନାପୂରକୁ ଏହି ମାନ୍ୟତା ମିଳିଥିବା ନେ଼ଇ ଫାଉଣ୍ଡେସନ ଅଫ ଏନଭାରୋମେଣ୍ଟାଲ ଏଜୁକେଶନ ପକ୍ଷରୁ ସୁଚନା ଦେଇଛି । ଯାହାକୁ ନେଇ ଗଞ୍ଜାମ ଜିଲ୍ଲା ତଥା ରାଜ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଉକ୍ତ ଅନୁଷ୍ଠାନ ୭୭ ଟି ଦେଶର ୬୫ ଟି ସଂଘଠନକୁ ନେଇ କାର୍ଯ୍ୟ କରୁଥିବା ବେଳେ ଅନୁଷ୍ଠାନ ପକ୍ଷରୁ ବେଳାଭୁମିର ବିଭିନ୍ନ ଅନୁକୂଳ ପରିବେଶକୁ ନେଇ ନିକଟରେ ଏକ ସର୍ଭେ ହୋଇଥଲା। ମୁଖ୍ୟତଃ ବେଳାଭୁମିର ସନ୍ଦର୍ଯ୍ୟକରଣ ସମେତ, ସେଠାକାର ପରିବେଶ, ସାମୁଦ୍ରିକ ଜୀବଙ୍କ ପାଇଁ ଅନୁକୂଳ ପାଣିପାଗ, ପର୍ଯ୍ୟଟକଙ୍କ ରହିବା ଓ ବୋଟିଂ ପାଇଁ ସୁବ୍ୟବସ୍ଥା ପରି କିଛି ମାନଦଣ୍ଡକୁ ନେଇ ଅନୁଷ୍ଠାନ ପକ୍ଷରୁ ଏହା ନିର୍ଦ୍ଧାରିତ ହୋଇଥାଏ । ଏହି ସମସ୍ତରିଟ୍ରେଟ ଅନୁକୂଳ ପରିବେଶ ରହିଥିବା ବେଳାଭୁମିକୁ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ବିଚ୍ ର ମାନ୍ୟତା ପ୍ରଦାନ କରାଯାଇଥିଲା | ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଉଷାଦେବୀଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ବିଭିନ୍ନ ସମୟରେ ସେ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରି ଏହି ବେଳାଭୂମିର ସୌନ୍ଦର୍ଯ୍ୟକରଣ ସହିତ “ବ୍ଲୁ ଫ୍ଲାଗ ବିଚ, ଇକୋ , ସ୍ଥାପନ କରି ବେଳାଭୂମିର ଭିତିଭୂମି ବିକାଶ କରିବା ଦିଗରେ ସହାୟକ ହୋଇପାରିଛନ୍ତି । ଏହି ବେଳାଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ ଯୋଗୁଁ ପର୍ଯ୍ୟଟକ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗଞ୍ଜାମ ଭଳି ଏକ ଜିଲ୍ଲାର ସୁନାପୁର ବେଳାଭୂମି ବିଶ୍ୱ ପର୍ଯ୍ୟଟନ ମାନଚିତ୍ର ରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରି ଅନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ବିଚ ର ମାନ୍ୟତା ମିଳିବା ପରେ ସ୍ଥାନୀୟ ଅଞ୍ଚଳବାସୀ ଓ ପର୍ଯ୍ୟଟକ ମାନେ ମନ୍ତ୍ରୀ ଉଷାଦେବୀ ଓ ରାଜ୍ୟ ସରକାର ଙ୍କୁ ଭୁୟସୀ ପ୍ରଶଂସା କରିଛନ୍ତି।