ଅନ୍ତିମ ସଂସ୍କାର ପାଇଁ ସାହାଯ୍ୟ କଲେ ବିଧାୟକ

ଫୋକସ ପ୍ଲସ(ବ୍ରହ୍ମପୁର)୩୧/୦୮/୨୦୨୨: ବ୍ରହ୍ମପୁର ସିଦ୍ଧାର୍ଥ ନଗର ନିବାସୀ ଅସହାୟ ମୃତକ ବୁନା ମହାନ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ କେହି ସାହାଯ୍ୟ ନକରିବା ଫଳରେ ତାଙ୍କ ସ୍ତ୍ରୀ କାନ୍ଦି କାନ୍ଦି ଶେଷରେ ବ୍ରହ୍ମପୁର ମାନ୍ୟବର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କୁ ସବୁ ବିଷୟ ଜଣାଇଥିଲେ ବିଧାୟକ ତାଙ୍କର ଅନ୍ତିମ ସଂସ୍କାର ପାଇଁ ସମସ୍ତ ଵେବସ୍ତା ନୀଳକଣ୍ଠେଶ୍ଵର ସ୍ମଶାନ ରେ ନିଜେ ଉପସ୍ଥିତ ରହି କରିଥିଲେ ଏହି କାର୍ଯ୍ୟରେ ମାନ୍ୟବର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ ଏବଂ କିଛି କର୍ପୋରେଟର ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ | ବିଧାୟକ ଅସହାୟ ପରିବାରକୁ ଆର୍ଥିକ ସାହାଯ୍ୟ କରିବା ସହ ଉପଜିଲ୍ଲାପାଳ ମହୋଦୟଙ୍କୁ କହି ରେଡ କ୍ରୋସ ଫଣ୍ଡରୁ 10000 ଟଙ୍କାର ଆର୍ଥିକ ସାହାଯ୍ୟ ର ଵେବସ୍ତା ମଧ୍ୟ କରାଇଥିଲେ |

ବ୍ରହ୍ମପୁର ରୁ କାଳୀ ପ୍ରସାଦ ରଥ ଙ୍କ ରିପୋର୍ଟ ଫୋକସ୍ ପ୍ଲସ |

Leave a Reply

Your email address will not be published. Required fields are marked *