ଅନ୍ଧବିଶ୍ୱାସ ର କରୁଣ ପରିଣତି

ଫୋକସ ପ୍ଲସ(ଦାନଗଦୀ)୩/୦୯/୨୦୨୨: ମଣିଷ ଆଜି ଚନ୍ଦ୍ରପୁଷ୍ଟ ରେ ବସବାସ କରିବା ପାଇଁ ଚିନ୍ତା କରୁଥିବା ବେଲେ ଆଜିବି ଅନ୍ଧ ବିଶ୍ବାସ କୁ କିଛି ଲୋକ ବିଶ୍ବାସ କରୁଥିବା ଦେଖିବାକୁ ମିଲୁଛି। ଯାହାକି ସେମାନଙ୍କୁ ଅନ୍ଧକାର ଭିତରକୁ ଠେଲି ଦେଉଅଛି। ଯାହା ର ଜଲନ୍ତ ଉଦାହରଣ ଯାଜପୁର ଜିଲ୍ଲା ଅନ୍ତର୍ଗତ ସୁକିନ୍ଦା ଥାନା ବନ୍ଧଗାଁ ଗ୍ରାମରେ ଦେଖିବାକୁ ମିଲିଛି। ପ୍ରତିଶୋଧ ପରାୟଣ ହୋଇ ଜଣେ ତାନ୍ତ୍ରିକଙ୍କୁ ହାଣି ଦେଲେ ଯୁବକ। ଘଟଣାସ୍ଥଳରେ ତାନ୍ତ୍ରିକ ଙ୍କ ମୃତ୍ୟୁ। ତାନ୍ତ୍ରିକଙ୍କୁ ହାଣିବା ପରେ ସୁକିନ୍ଦା ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ଯୁବକ। ସୂଚନା ମୁତାବକ ବନ୍ଧଗାଁର ଶାନ୍ତନୁ ବେହେରା ଓ ତାଙ୍କ ସ୍ତ୍ରୀ ଙ୍କ ମଧ୍ୟରେ କଳହ ଲାଗି ତାଙ୍କ ସ୍ତ୍ରୀ ଅନ୍ୟତ୍ର ଚାଲି ଯାଇଛନ୍ତି। ସ୍ତ୍ରୀ ଙ୍କୁ ଗୁଣି ଗାରେଡି ମାଧ୍ୟମରେ ଫେରାଇ ଆଣିବାକୁ ତାନ୍ତ୍ରିକ ଜଣକ ବାରମ୍ବାର ଶାନ୍ତନୁ ଙ୍କ ଠାରୁ ପଇସା ନେଇଥିଲେ ଆଜି ତାନ୍ତ୍ରିକ ଜଣକ ସେହି ଗାଁ କୁ ଆସି ଶାନ୍ତନୁ ଙ୍କୁ ପଇସା ମାଗିଥିଲେ।ଶାନ୍ତନୁ ଙ୍କ ପାରିବାରକୁ ଗୁଣି ଗାରେଡ଼ି କରି ହଇରାଣ କରୁଥିବା ସନ୍ଦେହ କରି ଆଜି ଦିନ ୧୧ ଟା ସମୟରେ ଅଭିଯୁକ୍ତ ଶାନ୍ତନୁ ବେହେରା ଏକ ଧାରୁ ଅସ୍ତ୍ର ସାହାଯ୍ୟରେ ତାନ୍ତ୍ରିକଙ୍କ ମୁଣ୍ଡକୁ ହାଣି ଦେଇଥିଲେ। ଘଟଣସ୍ଥଳରେ ତାନ୍ତ୍ରିକ ର ମୃତ ହୋଇଥିବା ବେଳେ ଶାନ୍ତନୁ ବେହେରା ଧାରୁଆ ଅସ୍ତ୍ର କୁ ଧରି ସୁକିନ୍ଦା ଥାନାରେ ସମର୍ପଣ କରିଛି। ସୁକିନ୍ଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିବା ସହିତ ସୁକିନ୍ଦା ଥାନା କେସ୍ ନମ୍ବର ୧୭୦/୨୨ ଧାରା ୩୦୨ ରେ କେସ୍ ରୁଜୁ ହୋଇଛି। ମୁତ୍ଯୁ ହୋଇଥିବା ବ୍ଯକ୍ତି ର ନାମ ମାଣିଆ ବାବର ହୋଇଥିବା ବେଳେ ସେ ମହାରାଷ୍ଟ୍ରର ଜଣେ ଅଣଓଡ଼ିଆ ବ୍ଯକ୍ତି ବୋଲି ସୁକିନ୍ଦା ଥାନା ରୁ ସୂଚନା ମିଲିଛି।

 

ସୁକିନ୍ଦା ଦାନଗଦୀ ରୁ ପଦ୍ମନାଭ ପହି ଙ୍କ ରିପୋର୍ଟ ଫୋକସ ପ୍ଲସ୍।

Leave a Reply

Your email address will not be published. Required fields are marked *