ଅପରାଜିତା ଷଡ଼ଙ୍ଗୀଙ୍କୁ ଘୋର ବିରୋଧ

ଫୋକସ ପ୍ଲସ(ବେଗୁନିଆ): ବେଗୁନିଆ ବ୍ଲକ ଅନ୍ତର୍ଗତ ଗପୁର ହନୁମାନ ମନ୍ଦିର ନିକଟରେ ଉତ୍ତର ବେଗୁନିଆ ମଣ୍ଡଳ ସିମର ପଞ୍ଚାୟତରେ ଶ୍ରୀ ଦଳ ନିଧି ସେଠୀଙ୍କ ସଭା ପତିତୁଅ ରେ ଭାରତୀୟ ଜନତା ପାର୍ଟି ସଙ୍ଗଠନ କାର୍ଯ୍ୟ କ୍ରମ ଅନୁ ଷ୍ଟିତ |ଉକ୍ତ ବୈଠକରେ ବେଗୁନିଆ ମଣ୍ଡଳ ସଭା ପତି ଶ୍ରୀ ଭଗବାନ ପଣ୍ଡା ଦକ୍ଷିଣ ବେଗୁନିଆ ମଣ୍ଡଳ ସଭା ପତି ଶ୍ରୀ ଜଗେଶର ସୁନ୍ଦରାୟ ବୋଲଗଡ଼ ମଣ୍ଡଳ ସଭା ପତି ଶ୍ରୀ ସଞ୍ଜୟ କୁମାର ବେହେରା ଓ ସୁବାସ ଚନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ | ଆଲୋଚନାରେ ଆସନ୍ତା 2024 ନିର୍ବାଚନ ରେ ମାନନୀୟ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କୁ ତୁର୍ତିୟ ଥର ପ୍ରଧାନ ମନ୍ତ୍ରୀ ରୁପେ ନିର୍ବାଚିତ କରି ଆଣିବା ପାଇଁ ପ୍ରତି ପଞ୍ଚାୟତରେ 10ଜଣିଆ କମିଟି ଗଠନ କରିଥିଲେ |

ସଙ୍ଗଠନ କାର୍ଯ୍ୟ କ୍ରମ ଆଧାରରେ ମାନନୀୟ ସାଂସଦ ଅହଙ୍କାରୀ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ମହୋଦୟ ବିଜେପିକୁ ଦୁଇ ଫାଳ କରିବା ପାଇଁ ବିଜେଡି ସହିତ ଭିତିରି ଷଡ଼ଯନ୍ତ୍ର କରି 2022ତ୍ରୀ ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜେଉଭଳି ଭାବରେ ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରୁଛନ୍ତି ମଣ୍ଡଳ ସଭା ପତି ମଣ୍ଡଳ କମିଟି ର ସୁପାରିସ କରି ବିଜେଡି ଜିଲ୍ଲା ପରିଷଦ ପାର୍ଥିଙ୍କୁ ଜିତାଇବା ଯୋଜନା କରି bjp ଜିଲ୍ଲା ପରିଷଦ ପର୍ଥୀଙ୍କୁ ଦୁର୍ବଳ ପାର୍ଟି ଦେଇ ନିଜସ୍ଵ ପାର୍ଥି ଙ୍କୁ ହରାଇଦଲେ ଏଥି ପାଇଁ ବେଗୁନିଆ ବୋଲଗଡ଼ ବ୍ଲକ ଅଞ୍ଚଳ ର ସଭାପତି ମାନେ ଘୋର ନିଦା କରିବା ସହିତ ଏହାର ତଦନ୍ତ କରି ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସମସ୍ତେ ଉପସ୍ଥିତ କର୍ମ କର୍ତ୍ତା ନିବେଦନ କରିଛନ୍ତି |

ବେଗୁନିଆରୁ ଜଗେଶ୍ୱର୍ ପ୍ରଧାନଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *