ଫୋକସ ପ୍ଲସ 25/4/23(ବାଲେଶ୍ଵର): ବାଲେଶ୍ଵର ସହରରେ ଟ୍ରାଫିକ ନିୟନ୍ତ୍ରଣ ଓ ଉନ୍ନତ ଟେକ୍ନୋଲୋଜି ସହାୟତା ରେ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖିବ ସି ସି ଟିଭି କ୍ୟାମେରା। ସହରରେ ବିଭିନ୍ନ ଛକ ରେ ଥିବା ସି ସି ଟିଭି ବ୍ୟବସ୍ଥା କୁ ଆହୁରି ଟିକେ ସୁଦୃଢ କରିବା ପାଇଁ ଜନସାଧାରଣ ଓ ପୁଲିସ ର ମିଳିତ ଉଦ୍ୟମରେ ଆଜିଠାରୁ ଆରମ୍ଭ ହୋଇଛି ପ୍ରୋଜେକ୍ଟ ସହଯୋଗ । ଆଗାମୀ ଦିନରେ ସମ୍ପୂର୍ଣ୍ଣ ବାଲେଶ୍ଵର ସହରକୁ ସିସିଟିଭି ନଜର ରେ ରଖିବା ପାଇଁ ପୁଲିସ ଓ ଜନସାଧାରଣ ପକ୍ଷରୁ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ୩୦ଟି ଛକ ରେ ସିସିଟିଭି ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିଭଳି ସମସ୍ତ କ୍ୟାମେରା ଅପ୍ଟିକାଲ ଫାଇବର ନେଟୱର୍କ ଦ୍ଵାରା ପରିଚାଳିତ ହେବାକୁ ଥିବା ବେଳେ ବାଲେଶ୍ବର ପୁଲିସ ଟ୍ରାଫିକ ଥାନାରେ ଏହାର କଣ୍ଟ୍ରୋଲ ରୁମ୍ ରହିବ। ଯାହା ସହ ୩୦ ଟି ଛକ ବ୍ୟତୀତ ଅନ୍ୟ ଯେଉଁ ଛକ ମାନଙ୍କରେ ପୁରୁଣା ସିସିଟିଭି ରହିଛି ସେଗୁଡ଼ିକୁ ସଜାଡି ଦିଆଯିବ ବୋଲି ଆଜି ଉଦ୍ଘାଟନୀ ଉତ୍ସବରେ ବାଲେଶ୍ଵର ଏସ ପି ସାଗରିକା ନାଥ ଯୋଗଦେଇ ସୂଚନା ଦେଇଥିଲେ।