ଅପହଞ୍ଚ ଇଲାକାର କରୁଣ କାହାଣୀ

ଫୋକସ ପ୍ଲସ(ଥୁଆମୂଳ ରାମପୁର)୧୯/୦୮/୨୦୨୨: ଥୁଆମୂଳ ରାମପୁର,୧୯|୮ ରାସ୍ତା ନାହିଁ କି ପୋଲ ନାହିଁ।ଘର ତ ଦୂରର କଥା ଗାଁ କୁ ପହଞ୍ଚିଲା ନାହିଁ ଶବ ବାହକ ଗାଡି।ଦୀର୍ଘ ୧୦ କିଲୋମିଟର ଦୂର ପର୍ଯ୍ୟନ୍ତ ଖଟିଆରେ ବୁହା ହୋଇ ଘରକୁ ନିଆଗଲା ଶବ। ଏ ହେଉଛି କଳାହାଣ୍ଡି ଜିଲ୍ଲାର ଅପହଞ୍ଚ ଇଲାକା ଭାବେ ପରିଚିତ ଥୁଆମୂଳ ରାମପୁର ବ୍ଲକ ଅଧିନସ୍ଥ କେରପାଇ ଗ୍ରାମ ପଞ୍ଚାୟତ ମୁର୍ଲିମୁଇ ଗାଁର କରୁଣ କାହାଣୀ। ମୁର୍ଲିମୁଇ ଗାଁର ମଧୁ ମାଝୀ ନାମକ ଜଣେ ବୃଦ୍ଧ କିଛିଦିନ ହେଲା ଜ୍ବରରେ ଆକ୍ରାନ୍ତ ହେଇଥିଲେ।ଅବସ୍ଥା ଗୁରୁତର ହେବାରୁ ଗତ ୧୬ ତାରିଖ ଦିନ ପରିବାର ଲୋକ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ଚିକିତ୍ସାଧିନ ଅବସ୍ଥାରେ ୧୭ ତାରିଖ ମଧୁ ମାଝୀର ଦେହାନ୍ତ ହୋଇଥିଲା।ଏକ ଶବ ବାହକ ଗାଡି ସହାୟତାରେ ଶବକୁ ପରିବାର ଲୋକ ଆଣୁଥିବା ବେଳେ କେରପାଇ ପଞ୍ଚାୟତର ସର୍ଗିପଦର ଗ୍ରାମର ଛକରୁ ମାଝୀ ଗାଁ, ସେରକାପାଇ, ଦେଇ ମୁର୍ଲିମୁଇ ପର୍ଯ୍ୟନ୍ତ ଦୀର୍ଘ ୧୦ କିଲୋମିଟର ରାସ୍ତା ଏବଂ ପୋଲର ବ୍ୟବସ୍ଥା ନଥିବାରୁ ଶବ ବାହକ ଗାଡି ସର୍ଗିପଦର ଛକ ନିକଟରେ ଶବକୁ ଟିକୁ ଛାଡିବା ପାଇଁ ବାଧ୍ୟ ହେଇଥିଲ। ଯାହାଫଳରେ ମର୍ଲିମୁଇ ଗ୍ରାମ ବାସୀ ଓ ପରିବାର ଲୋକେ ମଧୁ ମାଝୀ ଙ୍କ ମୃତ୍ୟୁ ଦେହ ଟିକୁ ପ୍ରାୟ ୧୦ କିଲୋମିଟର ଅଙ୍କାବଙ୍କା ପାହାଡିଆ ପାଦଚଲା ରାସ୍ତାରେ ଖଟିଆରେ ବହି ଗାଁ କୁ ପହଞ୍ଚି ଶବ ସଂର୍କାର କରିଥିଲେ। ଏପଟେ ଅମୃତ ମହୋତ୍ସବ ପାଳନ ହେଉଥିବା ବେଳେ ଖଟିଆରେ ମୃତ୍ୟୁ ଦେହ ବୁହା ହେବା ଘଟଣା କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି କିନ୍ତୁ ପରିତାପର ବିଷୟ ଆଜି ମଧ୍ୟ ଲୋକଙ୍କ ଯାତାୟତ ପାଇଁ ରାସ୍ତା ଓ ପୋଲ ଭଳି ମୌଳିକ ସୁବିଧା ଅପହଞ୍ଚ। ଆଦିବାସୀଙ୍କ ବିକାଶର ଡିଣ୍ଡିମ ପିଟୁଥିବା ବଡବଡ ନେତା ଜନପ୍ରତିନିଧି ବୋଲାଉଥିବା ଲୋକ ଏବେ କେଉଁଠି?ଯେଉଁଠି ଶବକୁ ସାଧାରଣତଃ ଶେଷ ସମ୍ମାନ ମିଳି ପାରୁନାହିଁ ସେଠି ବିକାଶ ଆତ୍ମଗୋପନ କରିଛି ବୋଲି ଆଲୋଚନା ହେଉଛି।

ଥୁଆମୂଳ ରାମପୁର ରୁ ବିର ବଜରଙ୍ଗ ଚାରୁ ମଜୁମଦାର ନାଏକ ଙ୍କ ରିପୋର୍ଟ ଫୋକସ୍ ପ୍ଳସ୍ |

Leave a Reply

Your email address will not be published. Required fields are marked *