ଅଫେରା ରାଇଜରେ ଅନୁଗୋଳର କୁଶଧ୍ଵଜ

ଫୋକସ ପ୍ଲସ 27/4/23(ଅନୁଗୁଳ): ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଜରଡା ଗ୍ରାମର କୁଶଧ୍ଵଜଙ୍କ ର ପିଲାବେଳୁ ମୁହଁରେ ମାଂସପେଶୀ ବଢ଼ିଯାଇଥିଲା। ଫଳରେ ଅନେକ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିଲେ। ବିଗତ ୨ବର୍ଷ ହେଲା ଏ ଖବର ଗଣମାଧ୍ୟମରେ ପ୍ରସାରଣ ହେବା ପରେ କିଛି ସମାଜସେବୀ ଏବଂ ଅନ୍ୟ କିଛି ଲୋକଙ୍କ ସହାୟତାରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ, ଗତକାଲି ରାତିରେ ତାଙ୍କୁ ଅପରେସନ ପାଇଁ ନିଆଯାଇଥିଲା, ଅତ୍ୟଧିକ ବ୍ଲିଡଙ୍ଗ ହେବାରୁ ତାଙ୍କୁ ଆଉ ବଞ୍ଚାଇବା ସମ୍ଭବ ହୋଇପାରିନଥିଲା। ଫଳରେ ଡାକ୍ତର ତାଂକୁ ମୃତ ଘୋଷଣା କରିଥିଲେ। ତାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ କୁଷଧ୍ଵଜ ଅପରେସନ ହେବାକୁ ମନା କରୁଥିଲେ କିନ୍ତୁ ତାଙ୍କୁ ଜୋର କରି ଅପରେସନ କରିବାକୁ ନିଆଯାଇଥିଲା। ହୁଏତ ଅପରେସନ ହୋଇନଥିଲେ କୁଶଧ୍ଵଜ ଆଉ କିଛି ଦିନ ବଞ୍ଚି ଯାଇଥାନ୍ତେ ଏବଂ ତାଙ୍କ ରୋଗିନା ମାଆ ର ସାହାରା ସାଜିଥାନ୍ତେ । ଏବେ ପୁଅକୁ ହରାଇ ମା ପୁରା ଏକୁଟିଆ ହୋଇଯାଇଛନ୍ତି। କିଛି ସରକାରୀ ସହାୟତା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *