ଅବସରପ୍ରାପ୍ତ ବ୍ୟାଙ୍କ କମର୍ଚାରିଙ୍କୁ ମିଳୁନି ପ୍ରାପ୍ୟ

ଫୋକସ ପ୍ଲସ (ବାଲେଶ୍ୱର) ୨୫/୦୭/୨୦୨୨: ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କରେ ଦୀର୍ଘ ତିରିଶ ବର୍ଷ ରୁ ଉର୍ଦ୍ଧ ଚାକିରୀ କଲା ପରେ ୬୩ ଜଣ କର୍ମ ଚାରି ସେମାନଙ୍କ ଅବସର କାଳୀନ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୧୧ ଜଣ କର୍ମଚାରି ମୃତ୍ୟୁ ବରଣ କରିସାରିଛ୍ତି ବୋଲି ଦାବୀପତ୍ର ପ୍ରଦାନ କରିବାକୁ ଆସିଥିବା ସଙ୍ଘ୍ ର କର୍ମକର୍ତ୍ତା ବାଳ କୃଷ୍ଣ ପଣ୍ଡା, ଶରତ ଚନ୍ଦ୍ର ଦାସ, ହରିଶ୍ ଦାସ, ପ୍ରମୁଖ ଅଭିଯୋଗ କରିଛନ୍ତି। ବ୍ୟାଙ୍କର କର୍ମଚାରି ମାନଙ୍କ ର ପେନସନ ସୁବିଧା ନ ଥିବାରୁ ସେମାନେ ପରିବାର ଭରଣ ପୋଷଣ କରିପାରୁ ନାହାଁନ୍ତି। ୨୦୧୧ ମସିହାରୁ ଆଜି ପର୍ଯ୍ୟନ୍ତ ସଂଘ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଯାଇ ଥିଲେ ବି କୌନସି କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯାଉ ନାହିଁ। ଅନ୍ୟପଟେ ବ୍ୟାଙ୍କ ପକ୍ଷରୁ ଆଲୋଚନା ସହ ପ୍ରାପ୍ୟ ପ୍ରଦାନ ପାଇଁ ନିର୍ଭର ପ୍ରତିଶ୍ରୁତି ଦିଆଯାଇ ଥିଲେ ହେଁ ତାହା କାର୍ଯ୍ୟକାରି ହେଉନଥିବା ସଂଘ ଆରୋପ କରିଛି। ତେଣୁ ତୁରନ୍ତ ବ୍ୟାଙ୍କ୍ ଅବସର ପ୍ରାପ୍ତ କର୍ମଚାରୀଙ୍କ ପ୍ରାପ୍ୟ ଦେବା ପାଇଁ ସଂଘ୍ ଦାବି କରିବା ସହ ପ୍ରସାସନ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ।

ବାଲେଶ୍ୱର ରୁ ଗୁରୁ ପ୍ରସାଦ ବାରିକ୍ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *