ଅବହେଳା ଯୋଗୁଁ ଗଲା ଜୀବନ!

ନୂଆଦିଲ୍ଲୀ : ବର୍ଷା ଦିନେ ଅନେକ ସ୍ଥାନରେ ସାପ ନଜର ଆସିଥାନ୍ତି । ବେଳେବେଳେ ସାପ ଘରକୁ ଚାଲିଆସନ୍ତି । ସାପ ଧରିବା ପାଇଁ ସାପ ଧରାଳୀକୁ ଡକାଯାଇଥାଏ । ତେବେ ସାପ ଧରିବା ସମୟରେ ସାପଧରାଳୀକୁ ମଧ୍ୟ ସାପ କାମୁଡିଦେବା ଖବର ଦେଖିବାକୁ ମିଳେ । ଏମିତି ଏକ ଖବର ଏବେ ସାମ୍ନାକୁ ଆସିଛି । ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସାପଧରାଳୀକୁ ଏକ ନାଗ ସାପ କାମୁଡିଦେଉଛି ।

ଘଟଣାଟି ମହାରାଷ୍ଟ୍ରର ଗୋନ୍ଦିଆ ସହରର । ଏଠାରେ ଏକ ଘରେ ନାଗ ସାପ ପଶିଯାଇଥିଲା । ଜଣେ ମହିଳା ରୋଷେଇ ଘରକୁ ଯିବା ସମୟରେ ସାପଟି ଫଣା ମେଲାଇ ବସିଥିଲା । ଏହା ପରେ ସାପଧରାଳୀଙ୍କୁ ଡକାଯାଇଥିଲା । ଉଦ୍ଧାର ସମୟରେ ଲାଇଭ୍ ଭିଡିଓ କରାଯାଉଥିଲା, ଏହି ସମୟରେ ସାପଟି ଉଦ୍ଧାରକାରୀଙ୍କୁ କାମୁଡିଦେଇଥିଲା । ଭିଡିଓଟି ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ।

Leave a Reply

Your email address will not be published. Required fields are marked *