ଅବ୍ୟବସ୍ଥାରେ ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ଫୋକସ ପ୍ଲସ(ଲାଞ୍ଜିଗଡ)୧୭/୦୮/୨୦୨୨: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅତ୍ୟନ୍ତ ଦୁର୍ଗମ ଆଦିବାସୀ ଅଦ୍ୟୁଷିତ ଅଞ୍ଚଳରେ ରହିଥିବା ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବେ ଅବ୍ୟବସ୍ଥାରେ ପଡି ରହିଛି!ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥାପନ ହୋଇ ୧୮ ବର୍ଷ ବିତିଗଲାଣି ହେଲେ ଏବେ ଯାଏଁ ବିଜୁଳି, ପାନୀୟଜଳ, ପାଚେରୀ ସମେତ ଷ୍ଟାପ ରହିବା ପାଇଁ ଆବଶ୍ୟକ ସୁଭିଧା ହୋଇପାରିନାଇଁ!ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଅନୁସାରେ କର୍ମଚାରୀ ରହୁଥିଲେ ମଧ୍ୟ୍ୟ ବିଭିନ୍ନ ସମୟରେ ରୋଗୀ ସେବା ଗୋଟିଏ ପ୍ରକାର ଠପ୍ ରହୁଛି!ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ୭ଟି କୋଠରୀ ରହିଥିବାବେଳେ ୫ଟି କୋଠରୀ ସମ୍ପୂର୍ଣ ଭାବେ ଅଚଳହୋଇ ପଡିଛି ଅଳ୍ପ ବର୍ଷାରେ ଛାତରୁ ପାଣି ଝରି କୋଠରୀରେ ପାଣିଜମା ରହୁଛି!ଫଳରେ ରୋଗୀଙ୍କୁ ଉନତ ମାନର ସେବା ଯୋଗାଇବାରେ ଷ୍ଟାପ ବିଫଳ ହେଉଛନ୍ତି!ଏହି ଅସୁବିଧା ପ୍ରତି ସ୍ୱାସ୍ଥ୍ୟ ବିଭାଗକୁ ବାରମ୍ବାର ଜଣାଇଲା ପରେ ମଧ୍ୟ୍ୟ ସ୍ୱାସ୍ଥ୍ୟ ବିଭାଗର ନିଘୋଡ଼ ନିଦ୍ରା ଭାଙ୍ଗିନାଇଁ!ଯାହା ଫଳରେ ୫ଗୋଟି ପଞ୍ଚାୟତର ହାରା ହରି ୧୦ହଜାର ଜନସଂଖ୍ୟା ରହୁଥିବା ବେଳେ ୫ ଗୋଟି ପାଞ୍ଚୟତର ଲୋକ ଗୋଟିଏ ଡାକ୍ତରଖାନା ଉପରେ ନିର୍ଭରକରନ୍ତି କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତି ଅଣଦେଖା ଯୋଗୁଁ ଏହି ଦୁର୍ଗମ ଅଞ୍ଚଳର ଲୋକ ସ୍ୱାସ୍ଥ୍ୟ ସେଵାରୁ ବାଦ ପଡୁଛନ୍ତି!ବିଭିନ୍ନ ସମସ୍ୟାରେ ଦେଖାଯାଉଥିବା ସମସ୍ୟା ଗୁଡିକ ମଧ୍ୟରୁ ବିପର୍ଯ୍ୟୟ ସ୍ୱାସ୍ଥ୍ୟ ସେବା ଅନ୍ୟତମ!ଏହି ଅଞ୍ଚଳରେ ଅଧିକାଂଶ ଜାଗାରେ ଏବେ ଯାଏଁ ରାସ୍ତା ସୁଭିଧା ହୋଇ ପାରିନାଇଁ ଓ ମୋବାଇଲ ସେବାରୁ ମଧ୍ୟ ଲୋକେ ବଞ୍ଚିତ ରହିଛନ୍ତି!ଫଳରେ ଦୂର ଦୁରାନ୍ତରୁ ଆସୁଥିବା ରୋଗୀ ନାନା ଅସୁବିଧା ଭୋଗୀ ଖର୍ଚ୍ଚାନ୍ତରେ ପଡୁଛନ୍ତି କିନ୍ତୁ ଉନତମାନର ସ୍ୱାସ୍ଥ୍ୟ ସେବା ମିଳିପାରୁନି!ଯାହାଫଳରେ ଉନତମାନର ସ୍ୱାସ୍ଥ୍ୟ ସେବା ପାଇଁ ଗରିବ ଲୋକ ଗାଡି ଭଡାକରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଯିବାକୁ ପଡୁଛି ବୋଲି ଅଞ୍ଚଳ ବାସି ମତ ପ୍ରକାଶ କଲେ!ତେଣୁ କରି ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଯଥାଶୀଘ୍ର ସମସ୍ୟାର ସମାଧାନ କରି ଅଞ୍ଚଳ ବାସିଙ୍କୁ ଉନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଅଞ୍ଚଳ ବାସୀଙ୍କ ସାଧାରଣରେ ଦାବି ହେଉଛି |

Leave a Reply

Your email address will not be published. Required fields are marked *